Breaking News
Breaking News
15-Nov-2024
କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଦ୍ବାରା ପୂରୀ ଶ୍ରୀମନ୍ଦିର ରେ ୧୦ ଗୋଟି ବ୍ୟାଟେରୀଚାଳିତ ଯାନ ଲୋକାର୍ପିତ |
ଓଡିଶା ଜନ ମତ ବ୍ୟୁରୋ,
ପୁରୀ ରେ କେନ୍ଦ୍ର ମନ୍ତ୍ରୀ ଓ କେନ୍ଦ୍ର ରାଷ୍ଟ ମନ୍ତ୍ରୀ ଙ୍କ ଦ୍ୱାରା 10ଗୋଟି ବେଟେରି ଚାଳିତ ଗାଡି ର ଶୁଭ ଉଦଘାଟନ କରିଥିଲେ | କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି, ଖାଉଟିବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ, ନୂତନ ଓ ଅକ୍ଷୟ ଶକ୍ତି ବିଭାଗ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀପଦ ଯେସୋ ନାୟକଙ୍କ ଉପସ୍ଥିତିରେ ଆଜି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ୧୦ଟି ବ୍ୟାଟେରୀ ଚାଳିତ ଯାନକୁ ପତାକା ଦେଖାଇ ଶୁଭାରମ କରିଛନ୍ତି । ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଆଇଆଇଡିଏ)ର ସିଏର କାର୍ଯ୍ୟକ୍ରମ ଅଧୀନରେ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ପରିବେଶ ଅନୁକୂଳ ଗମନାଗମନକୁ ପ୍ରୋତ୍ସାହିତ କରିବା ଏବଂ ସମ୍ମାନଜନକ ଐତିହ୍ୟ ସ୍ଥଳରେ ପର୍ଯ୍ୟଟକଙ୍କ ପାଇଁ ଯାନ ଉପଲବ୍ଧତାରେ ଉନ୍ନତି ଆଣିବା। ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ଅରବିନ୍ଦ କୁମାର ପାଢ଼ୀଙ୍କୁ ଗାଡି ଚାବି ହସ୍ତାନ୍ତର କରିବା |ଏହି ଅବସରରେ ଶ୍ରୀ ଯୋଶୀ ସାଂସ୍କୃତିକ ସ୍ତଳରେ ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱାରୋପ କରି କହିଥିଲେ, “ ଏହି ଐତିହାସିକ ମନ୍ଦିରରେ ବ୍ୟାଟେରି ଚାଳିତ ଯାନ ମୁତୟନ ସବୁଜ ଶକ୍ତି ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶା ଉଛି ଏବଂ ପର୍ଯ୍ୟଟକମାନଙ୍କୁ ଏକ ସୁଲଭ ଏବଂ ପରିବେଶ ଅନୁକୂଳ ପରିବହନ ବିକଳ୍ପ ପ୍ରଦାନ କରୁଛି । ଏହିପରି ସ୍ଥାୟୀ ସିଏସ ଆର ପ୍ରକଳ୍ପକୁ ସମର୍ଥନକରିବାରେ ଇରେତାର ପ୍ରୟାସ ଦେଶର ସବୁଜ ମିଶନ ପ୍ରତି ସେମାନଙ୍କର ଅତୁଟ ସମର୍ପଣ ଏବଂ ଗୁରୁତ୍ବପୂର୍ଣ ଐତିହ୍ୟସ୍ଥଳଗୁଡିକ ରେ ପର୍ଯ୍ୟଟକଙ୍କ ଅଭିଜ୍ଞତା ବୃଦ୍ଧିକୁ ପ୍ରତିଫଳିତ କରୁଛି । ଇରେତାର ଅଧକ୍ଷ ତଥା ପରିଚାଳନା ନିର୍ଦେଶକ ପ୍ରଦୀପ କୁମାର ଦାସ କଂପାନୀର ନିରନ୍ତରତା ପ୍ରତି ସମର୍ପଣ ଉପରେ ଆଲୋକ ପାତ କରି କହିଛନ୍ତି ଯେ, “ଆମର ସିଏର ପଦକ୍ଷେପ ମାଧ୍ୟମରେ ଐତିହ୍ୟ ସ୍ଥଳ ଗୁଡ଼ିକର ୧୦ଟି ପରିବେଶ ଅନୁକୂଳ ଯାନ ହସ୍ତାନ୍ତର କରି ଇରେତା ଗର୍ବିତ ଅନୁଭବ କରୁଛି । ଏହି ପ୍ରକଳ୍ପ ଜୀବନର ପ୍ରତ୍ୟେକ କ୍ଷେତ୍ରରେ
ମନ୍ତ୍ରଣାଳୟ ସ୍ଥାୟୀ ଏବଂ ଅକ୍ଷୟ ଶକ୍ତି ସମାଧାନକୁ ଚଳାଇବାର ଆମର ମିଶନ ସହିତ ସମନ୍ବିତ ଏବଂ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ଗମନାଗମନ ସମାଧାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖୁଛି ।" ଏହି ଉତ୍ସବରେ ଇଂରେଚାର ଅର୍ଥନୈତିକ ବିଭାଗ ନିର୍ଦେଶକ ଡ. ବି.କେ. ମହାନ୍ତିଙ୍କ ସମେତ ନୂତନ (ଏମ୍ ଏନ୍ଆରଇ), ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଇରେତାର ଅନ୍ୟ ବରିଷ୍ଠ ଅଧୁକାରୀମାନେ ଉପସ୍ଥିତ ଥିଲେ । କେନ୍ଦ୍ର ମନ୍ତ୍ରୀ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ସି ଏମ୍ ଡି ଏମଏନ୍ ? ଆରମ୍ଭ ଏବଂ ଇରେଡାର ଅନ୍ୟ ଅଧୁକାରୀ ମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଭାରତର ସବୁଜ ଶକ୍ତି ଯାତ୍ରା: ପୁରୀ ବେଳାଭୂମି ରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଉତ୍ସର୍ଗୀକୃତ ବାଲୁକାକଳାଞ୍ଚ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଏକ ଉଲ୍ଲେଖନୀୟ ବାଲୁକା କଳାକୃତି ଦେଖୁବା ପାଇଁ ଇରେତାର ସିଏମଡ଼ି ଓ ଅର୍ଥନୈତିକ ବିଭାଗ ନିର୍ଦ୍ଦେଶକ ତଥା ଅନ୍ୟ ନେତୃବୃନ୍ଦ ପୁରୀ ବେଳାଭୂମି ପରିଦର୍ଶନ କରିଥିଲୋ ୨୦୦ ମେଗାଓ୍ବାଟ ଅକ୍ଷୟ ଶକ୍ତି ମାଇଲଖୁ"ଟ ଅତିକ୍ରମ କରିବାରେ ଭାରତର ସଫଳତାକୁ ପାଳନ କରୁଥିବା ଏହି ମୁହୂର୍ତରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଛବି ଏବଂ ଇରେତା ଏବଂ ଏମ୍ ଏନ୍ ଆଗଭର ଲୋଗୋ ରହିଛି । ଅକ୍ଷୟ ଶକ୍ତି କ୍ଷମତାକୁ ବିସ୍ତାର କରିବା ଏବଂ ଏକ ସ୍ଥାୟୀ ଶକ୍ତି ଭବିଷ୍ୟତ ଆଡକୁ ଅଗ୍ରସର ହେବା ପାଇଁ ଭାରତର ପ୍ରତିବଦ୍ଧତାକୁ ଏହି କଳାକୃତି ଏକ ସୃଜନଶୀଳ ଶ୍ରଦ୍ଧାଞ୍ଜଳି ଅଟେ ।
BACK TO TOP