Breaking News

ପୋଲସରା ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ବୈଦେହୀ ବିଳାସ କାବ୍ୟର ଲୋକାର୍ପଣ |   (10-May-2026)       ||      ସୁନାଥର ଗ୍ରାମରେ ଗ୍ୟାସ ଟାଙ୍କି ଫାଟି 5ଜଣ ଗୁରୁତର , ବ୍ରହ୍ମ ପୁର ବଡ଼ ମେଡିକାଲ କୁ ସ୍ତାନନ୍ତର |    (10-May-2026)       ||      କଟକ ବନ ଖଣ୍ଡ ଭିଜିଲାନ୍ସ ଦ୍ଵାରା ସଫା ଗ୍ରାମରେ ଚଢ଼ାଉ କରି ଲକ୍ଷଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ||   (09-May-2026)       ||      ଏମ୍ବିକେ ଙ୍କୁ ଚାକିରି ରୁ ଛଟେଇ ପ୍ରତିବାଦ ରେ ଛତ୍ରପୁର ବ୍ଳକ ଆଗରେ ମହିଳାଙ୍କ ଆତ୍ମହତ୍ୟା ଚେତାବନୀ |    (09-May-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ |    (09-May-2026)       ||      ସିବିଏସ ପରୀକ୍ଷା ରେ ବ୍ଳକ ଟପ୍ପର ଛାତ୍ରୀ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (09-May-2026)       ||      ବସ, ଟ୍ରକ ମୁହାଁମୁହିଁ ଧକ୍କା, 15 ଆହାତ ଜଣେ ମୃତ ||   (09-May-2026)       ||      କୋଦଳା ଥାନା ପକ୍ଷରୁ "ଜୁଭେଣ୍ଟିକା ` କାର୍ଯ୍ୟକ୍ରମ ଅନୁଷ୍ଠିତ |   (09-May-2026)       ||      ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||     

ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |

20-Dec-2024

ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟର ବୈଠକ ଅନୁଷ୍ଠିତ,

                 ଓଡିଶା ଜନ ମତ   ବ୍ୟୁରୋ

ଛତ୍ରପୁର,  ୨୦/୧୨:  ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ (ଡିପିଏମ ୟୁ )ର ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ )ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଓ ତାଲିମ୍ ଅନୁଷ୍ଠାନ ଖଲ୍ଲିକୋଟ ଗଞ୍ଜାମର ଅଧ୍ଯକ୍ଷ ଡକ୍ଟର ସନ୍ତୋଷ କୁମାର ପରିଡା ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପିଲାଙ୍କୁ କିପରି ଶିକ୍ଷାଦାନ କରାଯାଇପାରିବ ତାହା ଉପରେ ଉପସ୍ଥିତ ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀ, ବ୍ଲକ ଶିକ୍ଷା ଅଧିକାରୀ, ସି.ଆର୍.ସି.ସି. ତଥା ସମସ୍ତ ସଦସ୍ୟଙ୍କୁ  ଉପସ୍ଥାପନା କରିଥିଲେ । ପିଲା ମାନଙ୍କର ଭାଷା ଓ ଗଣିତ ଜ୍ଞାନର ବିକାଶ କିପରି ହୋଇ ପାରିବ ତାହାହିଁ ଥିଲା ବୈଠକର ମୂଳ ଉଦ୍ଦେଶ୍ୟ । ପିଲା ମାନଙ୍କୁ ଉତ୍ତମ ଶିକ୍ଷାଦାନ ନିମନ୍ତେ ନିପୁଣ ଓଡିଶା କାର୍ଯ୍ୟକାରୀ କରାଯାଇଛି । ସଂଖ୍ୟା ପରିଚୟ, ଶୂନ୍ୟସ୍ଥାନ ପୂରଣ, ସଂଖ୍ୟାକ୍ରମ, ଅଧଃ କ୍ରମରେ ଓ ଉର୍ଦ୍ଧ୍ବ କ୍ରମରେ ସଂଖ୍ୟାଲିଖନ, ସଂଖ୍ୟାର କ୍ରମ ଓ ରୂପ, ସଂଖ୍ୟାର ସ୍ଥାନୀୟମାନ, ପୁସ୍ତକ ପଠନ, ଯୋଗ, ବିୟୋଗ, ଜ୍ୟାମିତିକ ଆକୃତି, ଶବ୍ଦ ସଂଯୋଜନା ଆଦି ଶିଶୁ ମାନେ କିପରି ସହଜରେ ବୁଝି କରିପାରିବେ ତାହା ଉପରେ ତାଲିମ୍ ପ୍ରଦାନ କରିଥିଲେ ।  ସି.ଆର୍.ସି.ସି ମାନେ ପ୍ରତ୍ୟେକ ମାସରେ କ୍ଲଷ୍ଟର ସ୍ତରୀୟ ବୈଠକ କରି ତାଲିମ ପ୍ରଦାନ କରିବାକୁ ସ୍ଥିର କରାଯାଇଛି । ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟକୁ ଉତ୍ତମ ଶିକ୍ଷାଦାନ ନିମନ୍ତେ ଶିକ୍ଷା ଉପକରଣ ଓ ସଂଖ୍ୟା ପରିଚୟ ଉପକରଣ କିଟ୍ ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି । ବ୍ଲକ୍ ସ୍ତରରେ ଓ କ୍ଲଷ୍ଚର ସ୍ତରରେ ନିୟମିତ ପ୍ରଫେସନାଲ ଲର୍ଣ୍ଣିଂ କମ୍ୟୁନିଟି ବୈଠକ କରି ଶିକ୍ଷାଦାନ କିପରି କରାଯାଉଛି ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷା ଓ ତାଲିମ୍ ଅନୁଷ୍ଠାନ ଖଲ୍ଲିକୋଟ ଗଞ୍ଜାମର ଅଧ୍ଯକ୍ଷ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ ଏବଂ ସି.ଆର୍.ସି.ସି, ମାନେ ତାହାର ତଦାରଖ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଶିକ୍ଷା ବର୍ଷକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମଟି ବିଦ୍ୟାଳୟ ପ୍ରସ୍ତୁତି କାର୍ଯ୍ୟକ୍ରମ ଯାହାକି ପିଲା ମାନଙ୍କୁ ଓ୍ବାର୍କ ବୁକ୍ ଯୋଗାଇ ଦିଆଯିବା ସହିତ କ୍ରିୟାକଳାପ ମାଧ୍ୟମରେ ପୂର୍ବ ପାଠର ଆଲୋଚନା କରାଯିବ । ଦ୍ବିତୀୟଟି ଗ୍ରେଡ୍ ଲେବୁଲ୍ ପ୍ୟାକେଜ୍ । ଏଥିରେ ପିଲା ମାନଙ୍କୁ ବିଷୟ ଭିତ୍ତିକ ଶିକ୍ଷାଦାନ କରାଯିବା ସହ ପିଲା ମାନଙ୍କର ଶିକ୍ଷା କ୍ଷେତ୍ରରେ କିପରି ଉନ୍ନତି ହୋଇଛି ତାହାର ମୂଲ୍ୟାଙ୍କନ କରାଯିବ  । ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ଏଫ୍.ଏଲ୍.ଏନ୍. ( ଫାଉଣ୍ଡେସନ୍ ଲିଟେରାସି ଆଣ୍ଡ ନ୍ୟୁମେରାଶି )  ହବ୍ ଛତ୍ରପୁରର କୌଣସି ଏକ ବିଦ୍ୟାଳୟରେ ସ୍ଥାପନ କରାଯିବା ପାଇଁ ସ୍ଥିର କରାଯାଇଛି  । 
   ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ଅମୀତା ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆବିଦା ପରବୀନ୍, ଛତ୍ରପୁର ବ୍ଲକ୍ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷା ଓ ତାଲିମ୍ ଅନୁଷ୍ଠାନ ଖଲ୍ଲିକୋଟ ଗଞ୍ଜାମର ପ୍ରଶିକ୍ଷିକା ଡ. ନିହାରିକା ସାମନ୍ତରାୟ, ଶୈକ୍ଷିକ ସଂଯୋଜକ ସନ୍ତୋଷ କୁମାର ପଣ୍ଡା, ସି.ଆର୍.ସି.ସି. ରାଜପୁର ଲକ୍ଷ୍ମଣ ସେଠୀ, ବକ୍ସିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଶବର, କତୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ବେହେରା, ସମନ୍ବୀତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, କ୍ୟୁରେସ୍ ପ୍ରକଳ୍ପ ପରିଚାଳକ, ଛତ୍ରପୁର ରାମ କୃଷ୍ଣ ପଣ୍ଡା ଓ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

News Comment

You Might Also Like

BACK TO TOP