Breaking News
Breaking News
22-Dec-2024
ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଧାନ ନଷ୍ଟ ହେଲେ ଚାଷୀଙ୍କୁ ଦିଆଯିବ କ୍ଷତି ପୂରଣ ,
ଓଡିଶା ଜନମତ ବ୍ୟୁରୋ,
ଭୁବନେଶ୍ୱର : ଅଦିନିଆ ବର୍ଷା ରେ ଚାଷୀଙ୍କ ବିଲରେ ଭିଜି ଯାଇଥିବା ଧାନକୁ ଦେଖି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇ କହିଛନ୍ତି ଯେ , ଚାଷୀଙ୍କ ଧାନ ନଷ୍ଟ ହେଲେ ଦିଆଯିବ କ୍ଷତିପୂରଣା | ମଣ୍ଡିରେ ଧାନ ଓଦା ହେବା ସମ୍ଭାବନା କମ୍ ବିଲରେ ବର୍ଷା ଯୋଗୁଁ ଗଜା ହୋଇ ଯାଇ ପାରେ । ବର୍ଷା କମିଲେ ଧାନ ଶୁଖୁଲା ପରେ ମଣ୍ଡିରେ କିଣାଯିବ ବୋଲି ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ଏହି କଥା ପଦକ ଶୁଣି ଭାଙ୍ଗି ଯାଇଥିବା ଚାଷୀର ହୃଦୟରେ ଟିକେ ଆଶାର ସଂଚାର ହୋଇଛି | ଏବଂ ଚାଷୀ ମାନେ ସମବାୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଛନ୍ତି | ତେବେ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ଓ ତହସିଲଦାର ଓ ଆରାଇ ଙ୍କ ରିପୋର୍ଟ ଦେଲା ପରେ ଚାଷୀଙ୍କ କ୍ଷୟ,କ୍ଷତି କୁ ଆକଳନ କରି ସରକାର କ୍ଷତି ପୂରଣ ଘୋଷଣା କରିବେ ବୋଲି ଜଣା ପଡିଛି |
BACK TO TOP