Breaking News
Breaking News
08-Dec-2024
ବଦଳି ସ୍ଥାନରେ ଯୋଗ ନ ଦେଲେ ନିଲମ୍ବିତ ହେବେ ଓଏଏସ୍ ଅଫିସର, ତାଗିଦ କଲେ ରାଜ୍ୟ ସରକାର,
(ବଦଳି ସ୍ଥାନରେ ଯୋଗନଦେଲେ ହେବକଡା କାର୍ଯ୍ୟନୁଷ୍ଠାନ |
ଓଡିଶା ଜନମତ ବ୍ୟୁରୋ,
ଭୁବନେଶ୍ବର, ୮/୧୨ :-- ଓଏଏସ୍ ଅଫିସରଙ୍କୁ ସର କାରଙ୍କ ବଡ଼ା ତାଗିଦ । ବଦଳି ହୋଇ ନୂଆ ସ୍ଥାନରେ ଯୋଗ ଦେଉ ନ ଥିବା 3000 ଅଧି କାରୀଙ୍କୁ ରାଜ୍ୟ ସରକାରଙ୍କ କଡା ଚେତାବନୀ । ୧୦ ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦିଅ, ନଚେତ ୧୧ ତାରିଖରୁ ନିଲମ୍ବନ କରିବେ ସରକାର। ରାଜସ୍ୱ ଓ ବିପ ର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ନଭେମ୍ବର ୨୬ରେ କିଛି ଓଏଏସ ଅଫିସରମାନଙ୍କର ବଡ଼ ଧରଣର ବଦଳି କରା ଯାଇଥିଲା। ବଦଳି ପରେ ତାଙ୍କୁ ନୂଆ ଦାୟିତ୍ଵ ଦିଆଯାଇ ଥିଲା । କିନ୍ତୁ ବଦଳି ସତ୍ତ୍ୱେ
ଅନେକ ଓଏଏସ ଅଫିସର ନିଜର ପୂର୍ବ ସ୍ଥାନରେ କାର୍ଯ୍ୟ କରି ଆସୁଛନ୍ତି। ଜିଲ୍ଲା ପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ସେମାନେ
ନୂଆ ସ୍ଥାନରେ ଯୋଗ ଦେଉ ନାହାନ୍ତି। ଯେଉଁ ମାନେ ନୂଆ ସ୍ଥାନରେ ଯୋଗ ଦେଉନାହାନ୍ତି ସେମାନଙ୍କ ଦରମା ବନ୍ଦ କରି ବାକୁ ଗତ ୩ ତାରିଖରେ ନିର୍ଦ୍ଧେଶ ଦେଇଛନ୍ତି |
ଏହାପରେ ମଧ୍ୟ ବଦଳି ହୋଇଥିବା ଓଏଏସ ଅଫିସରମାନେ ନ ଶୁଣିବାରୁ ୧୦ ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗ ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି|
ଯେଉଁ ଓଏଏସ ଅଫିସର ମାନେ ଭୁବନେଶର ରେ ବିଭାଗୀୟ ଟ୍ରେନିଂରେ ଅଛନ୍ତି ସେମାନେ ଟ୍ରେନିଂ ସରିବା ମାତ୍ରେ ତୁରନ୍ତ ନୂଆ ସ୍ଥାନରେ ଯୋଗଦେବାକୁ ରାଜ୍ୟ ସର କାର ନିର୍ଦ୍ଧେଶ ଦେଇଛନ୍ତି |
BACK TO TOP