Breaking News
Breaking News
04-Dec-2024
ନୌସେନା ଦିବସ ରେ ପରାକ୍ରମ ଦେଖାଇବେ ଭାରତୀୟ ନୌବୀର ମାନେ |
ଓଡିଶା ଜନମତ ବ୍ୟୁରୋ ,
ଆଜିହେଉଛି ନୌସେନା ଦିବସ | ସେଥିପାଇଁ ନୌସେନା ସୈନିକ ମାନେ ତାଙ୍କର ପରା କ୍ରମ ଦେଖାଇବେ ନୌସେନା ସୈନିକ ମାନେ ପୁରୀ ସମୁଦ୍ରର ଅଥଳ ଜଳ ରାଶିରେ ଯୁଦ୍ଧ କୌଶଳ ଦେଖାଇବେ । ଯୁଦ୍ଧ ଜାହାଜ, ଟାଙ୍କ ଓ ହେଲି କପ୍ଟର ଗର୍ଜନରେ କମ୍ପିବବେଳାଭୂମି । କଳା କୌଶଳ ଦେଖାଇବ ଫାଇଟର ଜେଟ୍ । ୧୫ଟି ଯୁଦ୍ଧ ଜାହାଜ ଓ ୪୦ଟିଏୟାରକ୍ରାଫ୍ଟ ରଣ କୌଶଳ ଦେଖାଇବେ। ଆଇ ଏନ ଏମ ଜଲସା, ମିସାଇଲ ଡେଷ୍ଟ୍ରୟର ଆଇ ଏନ ଏସ ଦିଲ୍ଲୀ, ଆଇ ଏନ ଏସ ଶକ୍ତି ଭଳି ୧୫ଟି ଯୁଦ୍ଧ ଜାହାଜ ସାମିଲ ହୋଇ ପରାକ୍ରମ ଦେଖାଇବେ।
ସେହିପରି ହକ୍, ସି-କିଙ୍ଗ, ମିଗ୍-୨୯ ଭଳି ଫାଇଟର ଜେଟ୍ ଓ ଚେତକ, ଏମଏସ୍ ୬୦ ହେଲିକପ୍ଟର ଦେଖାଇବେ ନୌସେନା ବୀରତ୍ଵ।ନୌସେନା ପକ୍ଷରୁ ମାର୍କସଡେମୋ,କମ୍ବାଟ ଫ୍ରିଫଲ୍, ଆଞ୍ଜେଲ ଡେମୋ, ଆଣ୍ଟି ସବମେରିନ୍ ରକେଟ୍ ଫାୟାରିଂ ଭଳି ୨୦ ପ୍ରକାରର ଯୁଦ୍ଧ କୌଶଳ ଓ ପରାକ୍ରମ ପ୍ରଦର୍ଶନ କରାଯିବ।ଆଜି ରାଷ୍ଟ୍ରପତି ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ପହଁଚିବା ପରେ ଅପରାହ୍ଣ ୪ଟା ୧୦ରୁ ୫ଟା ୩୦ ପର୍ଯ୍ୟନ୍ତଚାଲିବନୌସେନାର ଆଖୂଝଲସାସମର କୌଶଳ ପ୍ରଦର୍ଶନ। ଏହାପରେ ଘଣ୍ଟାଏ ଧରି ଲେଜର ସୋ, ଫାୟାର ସୋ ଓ ଡ୍ରୋନ୍ ସୋ ହେବ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ |
BACK TO TOP