Breaking
News
Breaking
News
21-Dec-2024
କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆସିକା ସାଂସଦଙ୍କ ଦାବି,
ଓଡିଶା ଜନମତ ବ୍ୟୁରୋ,
ପୋଲସରା ୨୧/୧୨/୨୪ ଗଞ୍ଜାମ ଜିଲ୍ଲାର ପୋଲସରା ତହସିଲ ଅନ୍ତର୍ଗତ ମଥୁରା ପଞ୍ଚାୟତ ମାରଦା ମନ୍ଦିର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଆସିକା ସାଂସଦ ଅନୀତା ପ୍ରିୟଦର୍ଶିନୀ ପଟ୍ଟ ନାୟକ ଦିଲ୍ଲୀ ସ୍ଥିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ଗତକାଲି ଭେଟି ଏକ ଦାବିପତ୍ର ଉପସ୍ଥାପନ କରିଛନ୍ତି।ଦିର୍ଘ ଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ଯ ତାହା ଏପର୍ଯ୍ୟନ୍ତ ହୋଇପାରିନାହିଁ।ଦିର୍ଘ ଦିନ ରୁ ହୋଇ ଆସୁଥିବା ଦାବି ଓ ସାଂସଦ ଙ୍କ ପ୍ରୟାସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଅବଗତ କରାଇଥିବାରୁ ପୋଲସରା ନାଗରିକ ମଞ୍ଚ ସଭାପତି ତଥା ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ସମ୍ପାଦକ ମାନସ ରଞ୍ଜନ ତ୍ରୀପାଠୀ ସହିତ ବିଭିନ୍ନ ଅନୁଷ୍ଠାନ ଓ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ସ୍ବାଗତ କରାଯାଇଛି। ଆଗାମୀ ଦିନରେ ମାରଦା ମନ୍ଦିର ଠାରେ ଖୁବ ଶୀଘ୍ର ପ୍ରତିଷ୍ଠା ହେବାର ଆଶା ସଂଚାର ହୋଇଛି।
BACK TO TOP