Breaking News
Breaking News
03-Dec-2024
ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ’ ଗଠନ ପାଇଁ ଟାସ୍କ ଫୋର୍ସ,
ଓଡିଶା ଜନମତ ବ୍ୟୁରୋ
ଭୁବନେଶ୍ଵର ୨/୧୨ ‘ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ’ ଗଠନ କରିବାପାଇଁ ରାଜ୍ୟ ସରକାର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଆଜି ଏ ନେଇବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟ ମନ୍ତ୍ରୀମୋହନ ଚରଣ ମାଝୀ। ସାମାଜିକ ସୁରକ୍ଷା ଓଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓଅନୁସୂଚିତ ଜାତି ଉନ୍ନୟନ ତଥା ବିଦ୍ୟାଳୟ ଓଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଏହିଟାସ୍କ ଫୋର୍ସ ଗଠନ କରାଯାଇଛି। ଏଥିରେ ବାଣିଜ୍ୟଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତିଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ତଥା ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) ଗୋକୁଳାନନ୍ଦ ମଲ୍ଲିକ, ନବରଙ୍ଗପୁରସାଂସଦ ବଳଭଦ୍ର ମାଝୀ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ,ଦିଗପହଣ୍ଡିବିଧାୟକ ସିଦ୍ଧାନ୍ତ ମହାପାତ୍ର, ମାଲକାନଗିରି ବିଧାୟକ ନର ସିଂହ ମାଡକାମି,ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧା ୟକ ଉମାଚରଣମଲ୍ଲିକ ଓ ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମଙ୍କୁ ସଦସ୍ୟ ଭାବେ ରଖାଯାଇଛି। ଏହାସହିତ ଏହି ଟାସ୍କ ଫୋର୍ସରେ ୩ ଜଣ ଏକ୍ସ-ଅଫିସିଓ ମେମ୍ବର ମଧ୍ଯ ରହିଛନ୍ତି। ସେମାନେହେଉ ଛନ୍ତି – ଦକ୍ଷିଣାଞ୍ଚଳ ଆରଡିସି, କେନ୍ଦ୍ରାଞ୍ଚଳ ଆରଡିସି ଓ ପଶ୍ଚିମ ଓଡ଼ିଶା ବିକାଶପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧୂକାରୀ । ଯୋଜନା ଓ ସଂଯୋଜନ ବିଭାଗର ସ୍ଵତନ୍ତ୍ରସଚିବ ଏହାର ସଦସ୍ୟ ଆବାହକ ଅଛନ୍ତି। ଏହି ଟାସ୍କ ଫୋର୍ସ ସଂପର୍କରେ ଘୋଷଣାକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ କହିଥିଲେ ଯେ, ଓଡ଼ିଶାର ଦକ୍ଷିଣାଞ୍ଚଳରବିକାଶ ସହିତ ବିକାଶ ପ୍ରକ୍ରିୟାରେ ସବୁ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ‘ ଦକ୍ଷିଣ ଓଡ଼ିଶା,ବିକାଶ ପରିଷଦ’ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବ। ଏହି ବିକାଶ ପରିଷଦକିପରିଗଠିତହେବ, ଏଥରେ କେଉଁ ଜିଲ୍ଲା ଓ ବ୍ଲକ ସାମିଲ ହେବ ଏବଂ ଏହା ର ଢାଞ୍ଚା ଓ କାର୍ଯ୍ୟପ୍ରଣାଳୀ କ’ଣରହିବ, ସେ ସମ୍ପର୍କରେ ସୁଚିନ୍ତିତ ମତାମତ ଦେବା ପାଇଁ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି।ଗଠନ ହେବାର ୩୦ ଦିନ ମଧ୍ୟରେ ଏହି ଟାସ୍କ ଫୋର୍ସ ରିପୋର୍ଟ ଦାଖଲ କରିବ।
BACK TO TOP