Breaking News
Breaking News
02-Dec-2024
ବନ୍ୟ ପ୍ରାଣୀ ଆଇନ କୁ ଉଲଘଂନ କଲେ ଯାତ୍ରା କଳା କାର,
(ଭିଡିଓ ଭାଇରଲ ପରେ 2ଜଣ ଙ୍କୁ ଗିରଫ କଲା ହିଞ୍ଜିଳି ପୋଲିସ |
ଓଡିଶା ଜନମତ ବ୍ୟୁରୋ,
ଗଞ୍ଜାମ ଜିଲ୍ଲା ହିଂଜିଳି ବ୍ଲକ ରାଲବ ଗ୍ରାମରେ ଗତକାଲି ଲାଗିଥିବା ରାମାୟଣ ନାଟକ ରେ ବନ୍ୟ ଜନ୍ତୁ ଙ୍କୁ ଖୋଲା ମଞ୍ଚରେ ଖେଳାଇବା ଓ ଘୁଷୁରୀକୁ ଜିଆଁନ୍ତା ଝୁଣି, ଝୁଣି ଖାଈବା ଘଟଣା ସାମାଜିକ ଗଣ ମାଧ୍ୟମ ଓ ଟିଭି ରେ ପ୍ରଶାରିତ ହେଲାପରେ ଏହି ଘଟଣା କୁ ସମସ୍ତେ ଘୃଣା କରିବା ସହିତ ଏହାକୁ ନେଇ ସମସ୍ତେ ଏହିଭଳି ଓଡ଼ିଆ ସଂସ୍କୃତି କୁ ବିକଳାଙ୍ଗ କରି ନାଚ ପରିବେଷଣ କରିବା କେତେ ଦୂର ଠିକ ଅଟେ ବୋଲି ଦର୍ଶକ ଦାବି କରିଛନ୍ତି | ଯାତ୍ରା ମଞ୍ଚରେ ଦୁଈ, ଦୁଇଟି ଜୀବନ୍ତ ନାଗସାପକୁ ହାତରେ ଧରି ଉପସ୍ଥିତ ଦର୍ଶକ ଙ୍କ ଆଗରେ ଷ୍ଟେଜ ରେ ଖେଳେ ଇବା ଏବଂ ଜୀବନ୍ତ ଘୁଷୁରୀକୁ ସର୍ବ ସମ୍ମୁଖ ରେ ତାକୁ କାଟି ଖାଇବା କୁ ନେଇ କିଛି ଦର୍ଶକ ଏହାକୁ ବିରୋଧ କରିଥିଲେ ମଧ୍ୟ , ଯାତ୍ରା ପରିଚାଳନା କମିଟି ତରଫରୁ କିମ୍ବା ଗାଁ ଲୋକଙ୍କ ତରଫରୁ ସେମାନଙ୍କୁ କିଛିବି ଏମାନେଗୁରୁତ୍ୱ ଦେଇ ନଥିଲେ | ଯାହା ଦ୍ୱାରା ଏହି ଘଟଣା ବନ୍ୟ ପ୍ରାଣୀ ଆଇନ ର ବିରୋଧ ସହିତ ପଶୁପ୍ରେମୀ ଙ୍କ ମନରେ ବିରାଟ ଆଘାତ ଦେଇଛି | ସେମାନେ ଏହାକୁ ନିନ୍ଦା କରିଛନ୍ତି | ଏବଂ ଏହି ବିଷୟ କୁ ନେଇ ବିଧାନ ସଭା ରେମଧ୍ୟବିରୋଧୀଦଳହାଙ୍ଗାମା କରିଥିଲେ | ଏହିଥି ପାଇଁ ହିଞ୍ଜିଳି ପୋଲିସ ଦୁଈ ଜଣ ଙ୍କୁ ଗିରିଫ କରିଛି | ସେମାନେ ହେଲେ ଦେଖିବା ପାଇଁ ପେଣ୍ଡଲ ଚାରିପଟେ ଘେରି ରହିଥିଲେ ଦର୍ଶକ ଏହାର ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଖୋଲା ମଞ୍ଚରେ ଉଭୟ ଲୋକ ଓ ସାପର ଜୀବନ ପ୍ରତି ବିପଦ ସାଜିଛି | ଟିକେ କାମୁଡି ଲେ ଲୋକ ମରିବ ନାହିଁଯଦିସାପ ମରିବ | ଏହି କଳାକାର ମାନେ ଏହିପରି କାର୍ଯ୍ୟ କରିବା କେତେଦୂର ଯୁକ୍ତି ଯୁକ୍ତ୍ବ ଅଟେ ବୋଲି ସମସ୍ତେ ପ୍ରଶ୍ନ କରିଛନ୍ତି |ଏହାଛଡା ବିରୋଧୀ ଦଳ ବିଧାୟକ ମାନେ ଦାବିକରିଛନ୍ତି ଯେ ଫିଲିମରେ ଯେପରିସେନ୍ସର ରହିଛି ଏହିଯାତ୍ରା ଉପରେ ମଧ୍ୟ କିଛି ଅଙ୍କୁଶ " ରାମାୟଣ ପରି ଏକ ମର୍ଯ୍ୟାଦାସମ୍ପର୍ଣ୍ଣ ନାମ ଉପରେ ଏହିପରି କିଛି ବ୍ୟକ୍ତିଘୃଣ୍ୟ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ |
ଏ~ହା କୁ ନେଇ ପିସିସିଏଫ ୱାଇଲଡ଼ଲାଇଫକୁଏକଟୁଇଟକରି ଅଭିଯୋଗକରିଛନ୍ତି ପଶୁ ପ୍ରେମୀ ମାନେ |ଅଭିଯୋଗ ପରେ ତଦନ୍ତ ଜାରି ରହିଥିବା କହିଛନ୍ତି ବ୍ରହ୍ମପୁରବନଖଣ୍ଡ ଅଧିକାରୀ | ଏହି ପରି ଗଞ୍ଜାମ ଜିଲ୍ଲାରେ ଅନେକନାଟ କରେ ବନ୍ୟ ପ୍ରାଣୀ ଆଇନ ଉଲଂଘନ ହେବାର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ କହିଛନ୍ତି ତଦନ୍ତ ରିପୋର୍ଟ ଆସିଲେ ଦୋଷୀଙ୍କ ଉପରେ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି |
ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନମହଲରେ ତୀବ୍ର ପ୍ରତିବାଦ ଓ ପ୍ରତିକ୍ରିୟା ସୃଷ୍ଟିହୋଇଥିଲା। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେପ୍ରତିକ୍ରିୟା ସୃଷ୍ଟି ହୋଇଛି ଓ ଖବର ପ୍ରକାଶ ପରେହିଞ୍ଜିଳି ପୋଲିସ ଅଭିଯୁକ୍ତ ରାକ୍ଷସଭୂମିକାରେ ଅଭିନୟ କ@ରୁଥିବା ଜଣେକଳାକାରଙ୍କୁ ଗିରଫ କରିଛି। @ଗିରଫ ଜଣକହେଲେ କବିସୂର୍ଯ୍ୟନଗର ଥାନା ବଡଖରିଡାଗ୍ରାମର ବିମ୍ବାଧର ଗୌଡ(୫୦)। ସେ ଚିକିଲି ରାମାୟଣ ଦଳରେ ରାକ୍ଷସ ଭୂମିକାରେ ଅଭିନୟକରି ଏହି ବର୍ବରଛିତୋ କାଣ୍ଡ କରିଛନ୍ତି | ସେ ଅଭିନୟ କରିଥିବା ନେଇପୋଲିସ ଥାନାରେ କେସ ନଂ- ୯୮୫/୨୪ରେଏକ ମାମଲା ରୁଜୁ କରିଛି। ସୋମବାରବିମ୍ବାଧରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାସୂତ୍ରରୁ ପ୍ରକାଶ। ଏହାସହ ବ୍ରହ୍ମପୁର ବନବିଭାଗ ଆଉ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଗିରଫ ଜଣଙ୍କ ହେଲେନାଟଦଳ ପରିଚାଳକ ତଥା ଖଲ୍ଲିକୋଟ ଥାନାଚିକିଲି ଗ୍ରାମର ନାରାୟଣ ସ୍ବାଇଁ ବୋଲିହିଞ୍ଜିଳିକାଟୁ ବନବିଭାଗ ବନପାଳ ଘରମଣିପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି। ସୋମବାର| ବିମ୍ବାଧର ଗୌଡ ହିଞ୍ଜିଳି ପୋଲିସ କେସ ନଂ୯୮୫/୨୪ ବିଏନଏସ ୨୦୨୩-୩୨୫,
(ବିଏନଏସ), ୨୦୨୩-୩(୫) ଆଇନରେ ଜେଏମଏଫସି ହିଞ୍ଜିଳିକାଟୁଙ୍କ କୋର୍ଟକୁ ଚାଲାଣକରାଯାଇଥିଲା। ତେବେ ଅଭିଯୁକ୍ତ କୋର୍ଟରେହାଜର ପରେ ସେଠାରୁ ବେଲ ପାଇଥିବାଜଣାପଡିଛି।
BACK TO TOP