Breaking News
Breaking News
12-Dec-2024
ଡାକ୍ତରହୋଇମଧ୍ୟ ସାଇବର ଠକାମୀର ଶିକାର ହେଲେ |
ଓଡିଶା ଜନମତ ବ୍ୟୁରୋ,
(ଆକାଉଣ୍ଟରୁ ପଠାଇଦେଲେ ୭୫ ହଜାର ଟଙ୍କା |
ଓଡିଶା ଜନମତ ବ୍ୟୁରୋ,
ଧାମନଗର, ୧ ୨/୧୨ : ଭଦ୍ରକ ଜିଲ୍ଲା ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଶ୍ରମାଧବ ସେଠୀ ଏଭଳି କିଛି ଠକେଇର ଶିକାରହୋଇଛନ୍ତି | ଚିକିତ୍ସାଳୟ ରେ ରୋଗୀଦେଖୁ ଥିବା ସମୟରେ ହଠାତ୍ ଡାକ୍ତର ଶ୍ରୀ ମାଧବ ସେଠୀଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ଏହି ଫୋନ୍ମାଧ୍ୟମ ରେ ସାଇବର ଠକ ନିଜର ପରିଚିତ ବ୍ୟକ୍ତିଙ୍କ ପରି ଫୋନକରି କହିଥିଲେ ମୋର ଜଣେ ବନ୍ଧୁ ମେଡି କାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ପାଖକୁ ମୁଁ ଟଙ୍କା ପଠାଇବାକୁ ଚେଷ୍ଟା କରୁଛି ତାହା ପାସ କରୁନାହିଁ। ତେଣୁ ମୁଁ ଆପଣଙ୍କ ଆକାଉଣ୍ଟ ନମ୍ବରକୁ ୭୫ ହଜାର ଟଙ୍କା ପଠାଇ ଦେଇଛି। ଆଉ ମଧ୍ୟ ତୁମକୁ ମୁଁ ଏକ ମୋବାଇଲ ନମ୍ବର
ପଠାଉଛି ଟିକେ ସେହି ନମ୍ବରରେ ଥିବା ଗୁଗୁଲ ପେରେ ପଠାଇଦିଅ ବୋଲି କହି ସେ ଏକ ମୋବାଇଲ ନମ୍ବର ମେସେଜ କରି ୭୫ ହଜାର ଟଙ୍କା ପଠାଇ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ। ଏପରିକି ଗୁଗୁଲପେରେ ଟଙ୍କା ପଠାଇଥିବାର ସ୍କ୍ରିନସଟ ମଧ୍ୟ ସାଇବର ଲୁଟେରା ଡାକ୍ତର ସେଠୀଙ୍କ ହ୍ବାଟସପକ୍ଵ ପଠାଇ ଥିଲେ। କାର୍ଯରତ ଡାକ୍ତର ଶ୍ରୀ ସେଠୀ ରୋଗୀ ସେବାରେ ବ୍ୟସ୍ତତା ଥିବା ଭିତରେ ନିଜ ଆକାଉଣ୍ଟ ଚେକ ନ କରି ସାଇବର ଠକ ଦେଇଥିବା ନମ୍ବରକୁ ଥରେ ୫୦ ହଜାର ଓ ୨ୟ ଥର ୨୫ ହଜାର କରି ମୋଟ ୭୫ ହଜାର ଟଙ୍କା ପଠେଇଥିଲେ। ପରବର୍ତ୍ତୀ ସମୟରେ ରୋଗୀ ଦେଖା ସାରି, ସେ ନିଜ ଆକାଉଣ୍ଟ ଚେକ କରିବା ପରେ ଜାଣିଲେଯେ ତାଙ୍କଆକାଉଣ୍ଟ କୁକୌଣସି ଟଙ୍କା ଆସିନାହିଁ ଓ ସେ ସାଇବର ଲୁଟର ଶିକାର ହୋଇସାରିଛନ୍ତି । ଏହା ଜାଣିବା ପରେ ଡାକ୍ତର ଶ୍ରୀ ମାଧବ ସେଠୀ ଧାମନଗର ଥାନା ରେ ଲିଖିତ ଅଭିଯୋଗ କରିବା ସହ ସାଇବର ପୋଲିସରେ ମଧ୍ୟ ଅନ ଲାଇନ୍ ମଧ୍ଯମରେ ଅଭି ଯୋଗ କରିଛନ୍ତି ।
BACK TO TOP