Breaking News
Breaking News
15-Dec-2024
ଧନେଇ ଜଳଭଣ୍ଡାର ନିକଟରୁ ଶାଳୁଆ ଗଛକଟା କୁ କେନ୍ଦ୍ର କରି ଯୁବକ କୁ ଆକ୍ରମଣ।
ଓଡିଶା ଜନମତ ବ୍ୟୁରୋ,
ପୋଲସରା ୧୫/୧୨/୨୦୨୪
ପୋଲସରା ଠାରୁ ପ୍ରାୟ ୧୨ କିଲୋମିଟର ଦୂର ଧନେଇ ଜଳଭଣ୍ଡାର କୁ ଲାଗି ରହିଥିବା ବଙ୍ଗଳା ନିକଟରୁ ୪ ଗୋଟି ବିରାଟକାୟ ଶାଳୁଆ ଗଛ କୁ ବେଆଇନ ଭାବେ କାଟିବା କୁ କେନ୍ଦ୍ର କରି ଭାବରଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ତାଙ୍କ ର ସମର୍ଥକ ମାନେ ଜଣେ ଯୁବକ କୁ ଆକ୍ରମଣ କରିଥିବା ପୋଲସରା ଥାନା ରେ ଅଭିଯୋଗ ହୋଇଛି। ଭାବରଡା ଗ୍ରାମର ପିଣ୍ଟୁ ବିଷୋୟୀ ପୋଲସରା ଥାନାରେ ଦେଇଥିବା ଏତଲାରେ ଅଭିଯୋଗ କରିଛନ୍ତି ଯେ ଚଳିତ ମାସ ୧୧ ତାରିଖ ଦିନ ସଂନ୍ଧ୍ୟା ବେଳେ ଭାବରଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରଦ୍ୟୁମ୍ନ କୁମର ବିଷୋୟୀ ଓ ତାଙ୍କ ର ୧୦/୧୫ ଜଣ ସମର୍ଥକ ପିଣ୍ଟୁ ବିଷୋୟୀ ଙ୍କୁ ତାଙ୍କ ଘରୁ ତାଙ୍କୁ ଉଠାଇ ନେଇ ଦିଲ୍ଲିପ କୁମାର ଖଟୁଆ ଙ୍କ ଫାର୍ମ କୁ ନେଇଥିଲେ। ସେଠାରେ ପିଣ୍ଟୁ ଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ। ଏବଂ ତାଙ୍କ ର ମୋଟର ସାଇକେଲ କୁ ହେଲେ ଭଙ୍ଗାରୁଜା କରିଥିଲେ। ଏଥି ସହିତ ଧନେଇ ଜଳଭଣ୍ଡାର ର ବଙ୍ଗଳା ନିକଟରୁ ସେମାନଙ୍କ ହାତ ଥିବା ଶାଳୁଆ ଗଛ ର ଗଣ୍ଠି ଜବତ ହୋଇଗଲେ ସେମାନେ ପିଣ୍ଟୁ ବିଷୋୟୀ ସହିତ ନିଜ ଫେସବୁକ୍ ରେ ଉକ୍ତ କାଠ ଚୋରିକୁ ପୋଷ୍ଟ କରିଥିବା ସାମ୍ବାଦିକ ରୋହିତ ପ୍ରଧାନ ଙ୍କୁ ମଧ୍ଯ ଜୀବନ ରେ ମାରିଦେବେ ବୋଲି ପିଣ୍ଟୁ ଙ୍କ ଆଗରେ ଧମକ ଦେଇଥିଲେ। ସୂଚନାଯୋଗ୍ୟ ଯେ ଗତ ପ୍ରାୟ ୧୦ ଦିନ ପୂର୍ବେ ଧନେଇ ଜଳଭଣ୍ଡାର ର ବଙ୍ଗଳା ନିକଟରୁ ୪ ଗୋଟି ବିରାଟକାୟ ଶାଳୁଆ ଗଛ କୁ କେହି କାଟି ଦେଇଛି। କଟା ଯାଇଥିବା ୪ ଗୋଟି ଶାଳୁଆ ଗଛର ମୂଲ୍ୟ ୧୦ ଲକ୍ଷ ଟଙ୍କା ରୁ ଅଧିକ ହେବ।ଏହି ଘଟଣା ବିଭିନ୍ନ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହେବା ପରେ ପ୍ରଦ୍ୟୁମ୍ନ କୁମାର ବିଷୋୟୀ ଓ ତାଙ୍କ ର ସମର୍ଥକ ମାନେ ପିଣ୍ଟୁ ଙ୍କୁ ଆକ୍ରମଣ କରିଛନ୍ତି। ପିଣ୍ଟୁ ଙ୍କ ଏତଲା ପାଇବା ପରେ ପୋଲସରା ପୋଲିସ ଭାବରଡା ସରପଞ୍ଚ ଙ୍କ ସମେତ ଦିଲିପ କୁମାର ଖଟୁଆ , ଶଙ୍କର୍ଷଣ ପ୍ରଧାନ , ରଞ୍ଜିତ ବିଷୋୟୀ , ରବିନ୍ଦ୍ର ସ୍ବାଇଁ , ରବିନ୍ଦ୍ର ବିଷୋୟୀ , ମହେନ୍ଦ୍ର ବେହେରା , କେଦାର ସାହୁ , ଅଜିତ ବେହେରା ଓ ବୁଲୁ ବିଷୋୟୀ ଙ୍କ ନାମରେ ଅପରାଧିକ ମାମଲା ରୁଜୁ କରିଛି। ମାତ୍ର ବିଡମ୍ବନା ର ବିଷୟ ହେଉଛି ଧନେଇ ଜଳଭଣ୍ଡାର ର କନିଷ୍ଠ ଯନ୍ତ୍ରୀ , ସହକାରୀ ଯନ୍ତ୍ରୀ ଓ ଜଙ୍ଗଲ ବିଭାଗ ବର୍ତ୍ତମାନ ସୁଧା ନିରବ ଦ୍ରଷ୍ଟା ସାଜିଛନ୍ତି। ମାତ୍ର ପୋଲସରା ବନ୍ୟାଞ୍ଚଳ ଅଧିକାରୀ ଙ୍କ ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବାରୁ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାହୁଁଥିଲେ ବି ଧନେଇ ଜଳଭଣ୍ଡାର ର କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ସେମାନଙ୍କୁ ସହଯୋଗ କରୁ ନାହାନ୍ତି ବୋଲି କହିଛନ୍ତି। ଅପରପକ୍ଷରେ ପୋଲସରା ପୋଲିସ ୭୭୦/୨୪ ମାମଲା ରୁଜୁ କରିଥିଲେ ବି ବର୍ତ୍ତମାନ ସୁଧା କାହାରିକୁ ଗିରଫ କରିନାହିଁ । ଗତକାଲି ବନବିଭାଗ ଓ ସ୍ଥାନୀୟ ପୋଲିସ ଉପସ୍ଥିତିରେ କଟା ଯାଇଥିବା ଗଛର ଗଣ୍ଡିକୁ ଜବତ କରିଥିଲେ ମଧ୍ୟ ତାହର ଆକଳନ କରାଯାଇନାହିଁ। ଏଣୁ ଜଳଭଣ୍ଡାରର କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ, ବନ ବିଭାଗର ଅଧିକାରୀ ଓ ପୋଲିସ ର କାର୍ଯ୍ୟକଳାପ ପ୍ରତି ଲୋକେ ସନ୍ଦେହ ପ୍ରକାଶ କରିବା ସହିତ ଗଞ୍ଜାମ ଜିଲ୍ଲାପାଳ , ଜଳସେଚନ ଓ ବନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ସହିତ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଉକ୍ତ କାଠ ମଧ୍ୟରୁ ଗୋଟିଏ ଶାଳୁଆ କାଠ ଗଣ୍ଡିର କିଛି ଖଣ୍ଡ କାଠ ଆଣି ଚିରିକିପଡା ଶାସନ ଗ୍ରାମର ବେଆଇନ କାଠ ମିଲ୍ ରେ କଟାଯାଇ ସେଠାରୁ ଭାବରଡା ଗ୍ରାମକୁ ନିଆଯାଇଥିବା ଜଣାପଡିଛି।
BACK TO TOP