Breaking News
Breaking News
10-Dec-2024
ଲାଠି ଏଆରଆଇ ଙ୍କୁ ଆକ୍ରମଣ ଅଭିଯୋଗ,
ଓଡିଶା ଜନମତବ୍ୟୁରୋ,
କୁକୁଡାଖଣ୍ଡି: କୁକୁଡାଖଣ୍ଡି ତହସିଲ ଅଧିନରେ ଥିବା ଲାଠି ଗ୍ରାମ ରେ ଥିବା ଆରଆଇ କାର୍ଯ୍ୟାଳୟରେ କାର୍ଯ୍ୟରତ ଏଆରଆଇ ହିମାଂଶୁ ଜେନା ଙ୍କୁ ଆକ୍ରମଣ ଘଟଣା ରେ ସଦରଥାନା ରେ ଜଣକୁ ଅଟକ ରଖିଥିବା ସୂଚନା l ଏନେଇ ତହସିଲ ଦାର ଙ୍କ ପାଖରେ ଖବର ପହଂଚିବା ପରେ ତହସିଲ ଦାର ଙ୍କ ନିର୍ଦେଶ ରେ ଏଆର ଆଇ ସଦରଥାନା ରେରିପୋର୍ଟ ଦେଇଥିଲେ l ଆର.ଆଇ ବନିତା ପାତ୍ର ଉକ୍ତ ଘଟଣା ବିଷୟ ରେ ଥାନାରେ ଅବଗତ କରିଥିଲେ l ମିଳିଥିବା ସୂଚନା ମୁତାବକ ଲାଠି ଗ୍ରାମର ରବୀନ୍ଦ୍ର ଭୂୟାଁ କୌଣସି ଏକ କାର୍ଯ୍ୟ ରେ ଆରଆଇ କାର୍ଯ୍ୟା ଳୟ କୁ ଯାଇଥିବା ବେଳେ ଏଆରଆଇ ଙ୍କ ସହ ପଟ୍ଟା ସମନ୍ଦିୟ ଉପରେ ଯୁକ୍ତିତର୍କ ହୋଇଥିଲା ପରେ ରବି ଏଆରଆଇଙ୍କୁ ଆଜି ମଦ୍ୟ ପାନ କରି ଆସି ମଧ୍ୟାହ୍ନ ରେ ଏଆରଆଇ ଙ୍କୁ ଆକ୍ରମଣ କରିଥିଲେ l ଏନେଇ ସଦର ଥାନା ରେ ତହସିଲଦାର ସପନ କୁମାର ସାହୁ ଥାନା ଅଧିକାରୀ ଙ୍କୁ ରିପୋର୍ଟ କରି ଥିଲେ l ମାମଲା ରୁଜୁ କରି ଅଭିଯୁକ୍ତ ରବିଙ୍କୁ ଥାନା ରେ ଅଟକ ରଖି ପଚରାଉ ଚାରା ଚାଲିଥିବା ସୂଚନା ମିଳିଛି l ଏହି ଘଟଣା ପୂର୍ବରୁ ତତ୍କାଳୀନ ଲାଠି ଆରଆଇ ବି ସୁରଜ ପାତ୍ର ଙ୍କୁ ବାଘଲଟି ରେ ମୋରମ ଚାଲାଣ ଘଟଣା ରେ ବାଘଲଟି ଗ୍ରାମର ଅସାଧୁ ଯୁବକ ନିଜସ୍ୱ କାର୍ଯ୍ୟ ହାସଲ ହେଉନଥିବା ରୁ ପୂର୍ବରୁ ଆକ୍ରମଣ ହୋଇଥିଲା l
BACK TO TOP