Breaking News

ପୋଲସରା ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ବୈଦେହୀ ବିଳାସ କାବ୍ୟର ଲୋକାର୍ପଣ |   (10-May-2026)       ||      ସୁନାଥର ଗ୍ରାମରେ ଗ୍ୟାସ ଟାଙ୍କି ଫାଟି 5ଜଣ ଗୁରୁତର , ବ୍ରହ୍ମ ପୁର ବଡ଼ ମେଡିକାଲ କୁ ସ୍ତାନନ୍ତର |    (10-May-2026)       ||      କଟକ ବନ ଖଣ୍ଡ ଭିଜିଲାନ୍ସ ଦ୍ଵାରା ସଫା ଗ୍ରାମରେ ଚଢ଼ାଉ କରି ଲକ୍ଷଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ||   (09-May-2026)       ||      ଏମ୍ବିକେ ଙ୍କୁ ଚାକିରି ରୁ ଛଟେଇ ପ୍ରତିବାଦ ରେ ଛତ୍ରପୁର ବ୍ଳକ ଆଗରେ ମହିଳାଙ୍କ ଆତ୍ମହତ୍ୟା ଚେତାବନୀ |    (09-May-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ |    (09-May-2026)       ||      ସିବିଏସ ପରୀକ୍ଷା ରେ ବ୍ଳକ ଟପ୍ପର ଛାତ୍ରୀ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (09-May-2026)       ||      ବସ, ଟ୍ରକ ମୁହାଁମୁହିଁ ଧକ୍କା, 15 ଆହାତ ଜଣେ ମୃତ ||   (09-May-2026)       ||      କୋଦଳା ଥାନା ପକ୍ଷରୁ "ଜୁଭେଣ୍ଟିକା ` କାର୍ଯ୍ୟକ୍ରମ ଅନୁଷ୍ଠିତ |   (09-May-2026)       ||      ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||     

ଆସ୍କା ସୂତାକଳ ର ଭାଗ୍ୟ ବଦକି ବକି???

19-Dec-2024

ଭୁତ କୋଠି ପାଲଟିଥିବା ଆସ୍କା ସୁତା କଳ ର  ଭାଗ୍ୟ ବଦଳିବକି  ?????

                     ଓଡିଶା ଜନମତ ବ୍ୟୁରୋ ,

ବର୍ଷବର୍ଷ ଧରି ବନ୍ଦ ହୋଇ ରହିଥ‌ିବା ସୁତାକଳର 
ବଦଳିବ କି ଭାଗ୍ୟ ! ନୁଆ ସରକାର ଆସିକା ଚିନି କଳର ନବକଳେବର କଥା ଚିନ୍ତା କରିବା ପରେ ଏବେ ଆସିକା ସୁତାକଳକୁ ନେଇ ଆଶା ବଢ଼ିଛି । କଳ ବନ୍ଦ ହେବା ପରେ ଛଟେଇ ହୋଇଥିବା କର୍ମଚାରୀଙ୍କ ମନରେ କ୍ଷୀଣ ଆଶାଟିଏ ସଂଚାର ହୋଇଛି । ପୁଣି କାର୍ଯ୍ୟକ୍ଷମ ହେବ ସୂତାକଳ, ପୁଣି ମିଳିବ କର୍ମ ସଂସ୍ଥାନ ।

୧୧ ବର୍ଷ ହେଲା ବନ୍ଦ ହୋଇ ପଡ଼ିଛି ଗଂଜାମର ଆସିକା ସୂତାକଳ । ୧୯୮୦ରେ ସ୍ଥାପିତ କାରଖାନା ଏବେ ଭୂତକୋଠି ପାଲଟିଛି । ଆଉ ଶୁଭୁନାହିଁ ସେହି ଗୁରୁଗର୍ଜନ ଶବ୍ଦ । ନିରବି ଯାଇଛି ପରିବେଶ । ଦିନ ରାତି ଯେଉଁ ସ୍ଥାନରେ ଗହଳଚହଳ ଲାଗି ରହୁଥୁଲା ସେହି ସ୍ଥାନ ଆଜି ଜନଶୂନ୍ୟ । କେବଳ କାରଖାନାର କଳଙ୍କି ଲଗା ଯନ୍ତ୍ରପାତିକୁ ଜଗି ରହିଛନ୍ତି କେଇ ଜଣ କର୍ମଚାରୀ । କାରଖାନା ବନ୍ଦ ଯୋଗୁଁ ରୋଜଗାର ହରାଇଛନ୍ତି କର୍ମଚାରୀ । ସେମାନେ ଆଜି ବି କାରଖାନା ପଛପଟେ ଥିବା ଭଙ୍ଗା କ୍ୟାଟରରେ ଦୟନିୟ ସ୍ଥିତିରେ ପଡି ରହିଛନ୍ତି । ଦୁଃଖ ଦୁର୍ଦଶାରେ ଦିନ କାଟୁଛନ୍ତି । ରାଜ୍ୟରେ ସରକାର ବଦଳିବା ପରେ ସୂତାକଳ ପୁନଃ କାର୍ଯ୍ୟକ୍ଷମ ହେବ, ଅଭାବ ଭିତରୁ ଜୀବନ ମୁକୁଳିବ ବୋଲି ଆଶା ରଖୁଛନ୍ତି ଛଟେଇ କର୍ମଚାରୀ|

ଚିନି ଶିଳ୍ପ ପରେ ୬୬ ଏକର ଜମିରେ ଗଢ଼ି ଉଠିଥିଲା ଆସିକା ସୂତାକଳ । ଜମିହରାଙ୍କୁ ମିଳିଥିଲା ନିଯୁକ୍ତି । ଦୈନିକ ୪ହଜାର କିଲୋର ସୂତା ଉତ୍ପାଦନ ହେଉଥିଲା । ୧୭ଶହ ଶ୍ରମିକ କାମ କରୁଥିଲେ । ହେଲେ ପର୍ଯ୍ୟାୟକ୍ରମେ ବଦଳିଲା କାରଖାନାର ମାଲିକାନା । ଆଉ ପରିଚାଳନାଗତ ତ୍ରୁଟି ଯୋଗୁଁ ବନ୍ଦ ହୋଇଗଲା
କାରଖାନା । ୨୦୦୨ରୁ ୫ ବର୍ଷ ପାଇଁ ବନ୍ଦ ରହିଥିଲା । ପରେ ପୁଣି ୨୦୦୭ରୁ ବାଲାଜୀ ସୂତାକଳ ନାମକ ଘରୋଇ କମ୍ପାନି ପରିଚାଳନା ଦାୟିତ୍ଵ ନେଇ କାରଖାନା ଖୋଲିଥିଲା । ହେଲେ ୨୦୧୩ ବାତ୍ୟା ଫାଇଲିନ୍ ପରେ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି।

ନିଜ ଅଞ୍ଚଳ ସୂତାକଳର କଳ-କବଜା ସହ ଯନ୍ତ୍ରପାତି ମାଟିରେ ମିସିଲାଣି । ସେପଟେ ଆସିକାର କୁଶଳୀ କାରିଗର ବାହାର ରାଜ୍ୟରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟର ବର୍ତମାନ ସରକାର ଆସିକା ଚିନି କଳ ପୁନଃରୁଦ୍ଧାର ପାଇଁ ନିଷ୍ପତି ନେଇଥିବା ବେଳେ ସୂତାକଳ ଦିଗରେ ମଧ୍ୟ ପଦକ୍ଷେପ ନେବେ ବୋଲି ଆଶା ରଖୁଛନ୍ତି ଛଟେଇ କର୍ମଚାରୀ।

News Comment

You Might Also Like

BACK TO TOP