Breaking News

ପୋଲସରା ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ବୈଦେହୀ ବିଳାସ କାବ୍ୟର ଲୋକାର୍ପଣ |   (10-May-2026)       ||      ସୁନାଥର ଗ୍ରାମରେ ଗ୍ୟାସ ଟାଙ୍କି ଫାଟି 5ଜଣ ଗୁରୁତର , ବ୍ରହ୍ମ ପୁର ବଡ଼ ମେଡିକାଲ କୁ ସ୍ତାନନ୍ତର |    (10-May-2026)       ||      କଟକ ବନ ଖଣ୍ଡ ଭିଜିଲାନ୍ସ ଦ୍ଵାରା ସଫା ଗ୍ରାମରେ ଚଢ଼ାଉ କରି ଲକ୍ଷଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ||   (09-May-2026)       ||      ଏମ୍ବିକେ ଙ୍କୁ ଚାକିରି ରୁ ଛଟେଇ ପ୍ରତିବାଦ ରେ ଛତ୍ରପୁର ବ୍ଳକ ଆଗରେ ମହିଳାଙ୍କ ଆତ୍ମହତ୍ୟା ଚେତାବନୀ |    (09-May-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ |    (09-May-2026)       ||      ସିବିଏସ ପରୀକ୍ଷା ରେ ବ୍ଳକ ଟପ୍ପର ଛାତ୍ରୀ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (09-May-2026)       ||      ବସ, ଟ୍ରକ ମୁହାଁମୁହିଁ ଧକ୍କା, 15 ଆହାତ ଜଣେ ମୃତ ||   (09-May-2026)       ||      କୋଦଳା ଥାନା ପକ୍ଷରୁ "ଜୁଭେଣ୍ଟିକା ` କାର୍ଯ୍ୟକ୍ରମ ଅନୁଷ୍ଠିତ |   (09-May-2026)       ||      ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||     

ମୌଳିକ ସୁବିଧାରୁ ବଞ୍ଚିତ ମୋହନ ଗୁଡା ଗାଁ ଲୋକେ |

19-Dec-2024

ଅଭିଶପ୍ତ  ଜୀବନ ବିତାଉଛି ମୋହନାଗୁଡା ଗାଁ, ନା ଗାଁକୁଅଛି ପକ୍କାରାସ୍ତା ନା ବିଜୁଳି,

       ଓଡିଶା ଜନମତ  ବ୍ୟୁରୋ ,

ଆର,ଉଦୟଗିରି: ସ୍ବାଧିନତାର 77 ବର୍ଷପରେ ବି ଗାଁରେ ପହଞ୍ଚିନି ମୌଳିକ ସୁବିଧା । ଗାଁକୁ ଯିବାକୁ ହେଲେ ପଥୁରିଆ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଯିବାକୁ ପଡେ। ଖାଲି ସେତିକି ନୂହେଁ ଗାଁର ବିଭିନ୍ନ ଅସୁବିଧା କହିଲେ ସରିବନି । ଏମିତି ଏକ ଅଭିଶପ୍ତ  ଗାଁ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଳକର ମୋହନାଗୁଡା । ଗାକୁ ରାସ୍ତା, ବିଜୁଳି, ଶିକ୍ଷା ଓ ପାନୀୟ ଜଳ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖଛ କରୁଛନ୍ତି । ହେଲେ ଏବେ ମଧ୍ୟ ଏମିତି କି ଗାଁ ରହିଛି । ଯେଉଁଠି ମୌଳିକ ସୁବିଧା ସେମାନଙ୍କ ପାଇଁ ସାତସପନ । ମୋହନାଗୁଡା ଗାଁରେ ୩୦ ଆଦିବାସୀ ପରବାର ବସବାସ କରୁଛନ୍ତି । ଜନସଂଖ୍ୟା ପାଖପାଖି ୨୦୦ରୁ ଉଦ୍ଧ୍ବ । ଏହି ଗାଁଟି ଏକ ଦୁର୍ଗମ ଅଞ୍ଚଳରେ ରହିଥିବା ହେତୁ ଜନ ପ୍ରତିନୀଧି ହେଉ କିମ୍ବା ସରକାରୀ ବାବୁଙ୍କ  ପାଦ ପଡୁନି । ଗାଁକୁ ଯିବାକୁ ହେଲେ ୫କିଲୋ ମିଟର ପଥୁରିଆ ରାସ୍ତା ଅତିକ୍ରମ କରି ଯିବାକୁ ପଡେ । ଏଠାରେ ନାଁ ଅଛି ପକ୍କା ରାସ୍ତା ନା ଅଛି ପକ୍କା ଘର । ୭ ଜଣଙ୍କ ନାଁରେ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ଆସିଥିବା ବେଳେ ରାସ୍ତା ନଥିବା ହେତୁ ପକ୍କା ଘର ନିର୍ମାଣ କରି ପାରୁନାହାନ୍ତିଶ। ସେହିପର କୌଣସି ସୁବିଧା ନଥିବାରୁ ଛାତ୍ରଛାତ୍ରୀମାନେ ପାଠପଢି ପାରୁ ନାହାନ୍ତା । କିଛି ପିଲା ପାଠ ପଢୁଛନ୍ତି ଗାଁ ଠାରୁ ୧୨ କଲୋ ମିଟର ଦୂର ମାଣ୍ଡିମେରା ଗାଁରେ । ବିଦ୍ୟୁତ୍ ବ୍ୟବସ୍ଥା ନଥିବାରୁ ପାଠ ପଢିବାକୁ ହେଲେ ମହମବତୀ ଏକମାତ୍ର ଭରଷା । ଅଙ୍ଗନ ଓ୍ବାଡି ପାଇଁ ଟଙ୍କା ଆସିଥିଲେ ମଧ୍ୟ ଗୃହ ନିର୍ମାଣ ହୋଇ ପାରୁନାହିଁ । ସମସ୍ୟାର ସମାଧାନ କରିବା ପାଇଁ ବାରମ୍ବାର ସରକାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ଗାଁରେ ଅଧିକାଂଶ ବୃଦ୍ଧ ଓ ବୃଦ୍ଧାଙ୍କ ବୟସ ୮୦ ବର୍ଷ ବିତିଯାଇଥିଲେ ମଧ୍ୟ ସରକାରଙ୍କ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ରହିଛନ୍ତି । ଏମିତି କି ଗାଟି ଖାରିଗୁଡା ପଞ୍ଚାୟତରେ ରହଥିବା ବେଳେ ମାଣ୍ଡିମେରା ଗ୍ରାମ ପଞ୍ଚାୟତରୁ ରସନ ସାମଗ୍ରୀ ମିଳୁଛି । ହେଲେ ତିନିମାସ ହେବ ପଞ୍ଚାୟତରୁ ରାସନ ସାମଗ୍ରୀ ମିଳିନଥିବା ବେଳ ଗାଁରେ ଧାନକୁ ପାରୁଣି ସାହାର୍ଯ୍ୟରେ କୁଟିକୁଟି ଚାଉଳ ବାହାର କରି ରୋଷେଇ କରି ଖାଇବାକୁ ପଡୁଛି । ଏମିତି ଅନ୍ଧାରୀ ମଲକର ସମାଧାନ ପାଇଁ ସରକାରଙ୍କୁ ଆଉ କେତେ ବର୍ଷ ଲାଗିବ  ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ମୋହନା ବିଡିଓ ରାଜୀବ ଦାସଙ୍କୁ ପଚାରିବାରୁ ସେ କହିଥିଲେ ଅତିଶୀଘ୍ର ମୋହନାଗୁଡା ଗାଁକୁ ଏକ ଟିମ୍ଯାଇ ସମସ୍ୟା ବୁଝିଲା ପରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ।

News Comment

You Might Also Like

BACK TO TOP