Breaking News
Breaking News
12-Dec-2024
ଓଡ଼ିଶା ରେ ନୂଆଁ ବର୍ଷରେ ହେବ ବିଜେପି ସଭାପତି ଚୟନ,
ଓଡିଶା ଜନମତ ବ୍ୟୁରୋ,
ଭୁବନେଶ୍ୱର, ୧୨।୧୨ : ନୂଆଁ ବର୍ଷ 2025 ଜାନୁଆରୀ ମାସରେ ରାଜ୍ୟ ରେ ନୂଆଁ
ବିଜେପି ସଭାପତି ପାଇଁ ନିର୍ବାଚନ ହେବ। ନୂଆ ବର୍ଷରେ ରାଜ୍ୟ ବିଜେପିକୁ ମିଳିବ ନୂଆ ମଙ୍ଗୁଆଳ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି, ଆମର ଗଣତାନ୍ତ୍ରିକ ଦଳ, ଗଣତାନ୍ତ୍ରିକ ଉପାୟରେ ସଭାପତି ନିର୍ବାଚନ ହେବ । ସାଂଗଠନିକ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ମଣ୍ଡଳ ନିର୍ବାଚନ ଚାଲିଛି। ଜାନୁଆରୀ ମାସରେ ରାଜ୍ୟ ବିଜେପିକୁ ନୂଆ ସଭାପତି ମଳିବ।
ତେବେ ପ୍ରତି ୩ ବର୍ଷରେ ଥରେ ବିଜେପିର ସାଙ୍ଗଠନିକ ନିର୍ବା ଚନ ହୁଏ। ବୁଥ, ମଣ୍ଡଳ, ଜିଲ୍ଲା ଓ ରାଜ୍ୟ ସ୍ତରରେ ଏହି ନିର୍ବାଚନ ହେଉଥିବା ବେଳେ ରାଜ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତ କରିବେ । ଜିଲ୍ଲା ନିର୍ବାଚନ ଅଧିକାରୀ ମଣ୍ଡଳ ଅଧୂକାରୀଙ୍କୁ ଚୟନ କରିବେ । ଏହାପରେ ମଣ୍ଡଳ ଅଧିକାରୀ ବୁଥ ସ୍ତରୀୟ ନିର୍ବାଚନ କରାଇବେ।
ଚଳିତ ଥର ରାଜ୍ୟର ସାଙ୍ଗଠନିକ ନିର୍ବାଚନ ପାଇଁ ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ନିର୍ବାଚନ ଅଧି କାରୀ ଭାବେ ନିଯୁକ୍ତି କରାଯାଇଛି। ଏଥି ସହିତ ସାଂସଦ ସୁକାନ୍ତ ପାଣିଗ୍ରାହୀ, ସୁକେଶି ଓରାମ, ଯତୀନ ମହାନ୍ତି ୩ ନିର୍ବାଚନ ଚନ ଅଧିକାରୀ ଭାବେ ବଛା ଯାଇଛି। ଏନେଇ ଦୁଇମାସ ତଳେ ଦିଲ୍ଲୀରେ ବିଜେପିର ସାଙ୍ଗଠନିକ ନିର୍ବାଚନ ବୈଠକ ସହଭାରତୀୟ ଜନତା ପାର୍ଟି, ଓଡ଼ିଶାମଧ୍ୟ
ହୋଇଥିଲା । ଯେଉଁଥିରେ ଉଭୟ ପ୍ରତାପ ଷଡଙ୍ଗୀ ଏବଂ ବର୍ତ୍ତମାନର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବି ସାମିଲ ହୋଇଥିଲେ । ରାଜ୍ୟ ସଙ୍ଗଠନର ନବ କଳେବର ସମ୍ପର୍କରେ ବୈଠକ ରେ ଆଲୋଚନା ହୋଇଥିବା ଚର୍ଚ୍ଚା ହୋଇଥିଲା। ତେବେ ଏହି ଚର୍ଚ୍ଚାରେ ପୁଣି ଥରେ ମନମୋହନ ରିପିଟ ହୋଇ ପାରନ୍ତି ଶୁଣିବାକୁ ମିଳିଥିଲା । ତେବେ ଏବେ ନିର୍ବାଚନ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏଥର ପୁଣି ଥରେ ମନମୋହନ ମଙ୍ଗ ଧରିବେ ନା ଆଉ କିଏ ତାହା ଉପରେ ସମସ୍ତଙ୍କ ନଜର ରହିଛି।
BACK TO TOP