Breaking News
Breaking News
09-Dec-2024
ପୁଷ୍ପା 2 ଷ୍ଟାଇଲ ରେ କେଜ୍ରି ୱାଲ କହିଲେ, ଝୁକେଗା ନହିଁ,
ଓଡିଶା ଜନମତ ବ୍ୟୁରୋ,
ନୂଆଦିଲ୍ଲୀ, 9/12 : ଫିଲ୍ମ `ପୁଷ୍ପା ୱାନ୍` ଓ `ପୁଷ୍ପା ଟୁ ର କ୍ରେଜି ଏବେ ଚାରିଆଡେ। ଏହି ଫିଲ୍ମ ମାୟାରେ ବାୟା ଯୁବ ପିଢ଼ି, ସୋସିଆଲ ମିଡିଆରେ ଚହଳ ସୃଷ୍ଟିକରିଛିଏହି ଫିଲ୍ମ । ଅଲୁ ଅର୍ଜୁନଙ୍କ ସ୍ପେଶାଲ ଡାଏ ଲଗ୍ ‘ମେଁ ଝୁକେଗା ନହିଁ’ ବର୍ତମାନ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଏହି ସମାନ ରଙ୍ଗ ଏବେ ଦିଲ୍ଲୀ ରାଜନୀତିରେ ମଧ୍ୟ ଚଢ଼ୁଥିବା ଦେଖି ବାକୁ ମିଳିଛି । ଦିଲ୍ଲୀ • ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବ ବିଜେପି ଓ ଶାସକ ଆମ୍ ଆଦମୀ ପାର୍ଟି ମଧ୍ଯରେ ଦେଖି ବାକୁ ମିଳିଛି ଫିଲ୍ମ ପୁଷ୍ପା ଷ୍ଟାଇଲ୍ର ପୋଷ୍ଟର ୱାର ।
ଏକ ପୋଷ୍ଟରରେ ‘ଆପ୍ ?’ କରିଥିବା ବିଭିନ୍ନ ଘୋଟାଲା ଦର୍ଶାଇ ବିଜେପି ଟାର୍ଗେଟ କରିଥିବା ବେଳେ, ଏହାର ପାଲଟ ଜବାବ ଦେଇଛି ଆମ ଆଦମୀ ପାର୍ଟୀ | ଦିଲ୍ଲ ଶାସକ ଦଳ ଆପ୍ ଫିଲ୍ମ ‘ପୁଷ୍ପା’ଷ୍ଟାଇଲ ରେ | ବିଜେପି ଉପରେପାଲଟା ଆକ୍ରମଣ କରିଛି | ପୋଷ୍ଟରରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥାଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରି ୱାଲଙ୍କ ଫଟୋ ଲାଗିଛି। ହାତରେ ଝାଡ଼ୁ ଧରି ଫୁଲ କନ୍ଫିଡେନ୍ଟ ସହ ଛିଡା ହୋଇଛନ୍ତି ଅରବିନ୍ଦ କେଜ୍ରି ୱାଲ । ଆଉ ଏଥରେ ଲେଖା ଅଛି କେଜ୍ରିୱାଲ ଝୁକେଗା ନହିଁ। କେଜ୍ରିୱାଲଙ୍କ ରାଜ ନୈତିକ ବିରୋଧୀଙ୍କ ପାଇଁ ଏହି ପୋଷ୍ଟରର ବାର୍ତ୍ତା ସ୍ପଷ୍ଟ । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରି ୱାଲ ଦଳର ଆଦର୍ଶସହ ଆପୋସ ବୁଝାମଣା କରି ନାହାନ୍ତି ଏବଂ କରିବେ ନାହିଁ। ସେ କ୍ରମାଗତ ଚତୁର୍ଥ ଥର ପାଇଁ ଦିଲ୍ଲୀରେ କ୍ଷମତାକୁ ଫେରିବେ ବୋଲି ପୋଷ୍ଟର ଜରିଆରେ ବିଜେପିକୁଟାର୍ଗେଟ୍ ? କରି କୁହାଯାଇଛି। କେଜ୍ରି ଓ୍ବାଲ ମୁଣ୍ଡ ନୁଆଁଇବେ ନାହିଁ ବୋଲି ଆପ୍ ସ୍ପଷ୍ଟ କରିଛି।
ଆପ୍ର ଏହି ପୋଷ୍ଟର ସାମ୍ନାକୁ ଆସିବା ପରେ ନିର୍ବାଚନ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ଏହା ଆମ୍ ଆଦମୀ ପାର୍ଟିର ୨୦୨୫ ବିଧାନସଭା ନିର୍ବାଚନ ପ୍ରଚାରର ଏକ ଅଂଶ ହୋଇ ପାରେ, ଯେଉଁଠାରେ କେଜ୍ରି ଓ୍ୱାଲ ତାଙ୍କ ନୀତିକୁ ଦୃଢ଼ ଭାବରେ ଉପସ୍ଥାପନକରିବେ, ଏବଂ ବିରୋଧୀଙ୍କ ଆଗରେ ମୁଣ୍ଡ ନୁଆଁଇବେ ନାହିଁ । ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନର ଦୁଇ ମାସ ପୂର୍ବରୁ ରାଜନୈତିକ ଗତିବିଧି ତୀବ୍ର ହେବାରେ ଲାଗିଛି। ବିଜେପି ଗତକାଲି ଏକ ପୋଷ୍ଟର ଜାରି କରି ଆପ୍ ସରକାରର କଥୁତ ଘୋଟାଲା ବିଷୟରେ କହିଥୁଲା |ପୋଷ୍ଟର ରେଦିଲ୍ଲୀରପୂର୍ବତନମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରି ଓ୍ୱାଲଙ୍କଫଟୋ ଲଗାଯାଇଥିଲା। ଏହାର କ୍ୟାସନରେକେଜ୍ରିୱାଲ ଙ୍କ ଦୁର୍ନୀତିର ବୁଢ଼ିଆଣୀ ଜାଲ ସହ ମଦ ଦୁର୍ନୀତି, ମୋହଲ୍ଲା କ୍ଲିନିକ୍, ସିକ୍ୟୁରିଟି, ରାସନ, ପାନିକ୍ ? ବଟନ,ଶୀଶମହଲ, ଔଷଧ, ଦିଲ୍ଲୀ ଜଳ ବୋର୍ଡ, କ୍ଲାସରୁମ୍ ? ଏବଂ ସି ସି ଟି ଭି ଘୋଟାଲାକୁ ଦର୍ଶାଯାଇଥିଲା। ଏହାପୂର୍ବରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଗତ କାଲି `ଅବ ନହିଁ ସହେଙ୍ଗେ, ବଦଲ କେରହେଗେଁ’ସ୍ଲୋଗାନ ଦେଇଛି । ଏହା ଦିଲ୍ଲୀବାସୀଙ୍କ ସ୍ଲୋଗାନ ବୋଲି ବିଜେପି କହିଛି । ଆମ୍ ଆଦମୀ ପାର୍ଟି ର ଶାସନରେ ଦିଲ୍ଲୀବାସୀ ବିରକ୍ତ ହୋଇଯାଇଛନ୍ତି । ଏହାର କିଛି ଘଣ୍ଟା ପରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି କୁ ଘେରି ଥିଲେ । ପରେ ପୁଷ୍ପା ଷ୍ଟାଇଲରେ ଆପ୍ ପୋଷ୍ଟର ର ଷ୍ଟାଇଲ ରେ କହିଥିଲେ ମେ କଭୀ ଝୁକେଗା ନହିଁ | ତେବେ ଆଗାମୀ ନିର୍ବାଚନ ରେ ଜଣା ପଡିବଯେ ଦର୍ଶକ ଏହାର କି ଉତ୍ତର ଦେଉଛନ୍ତି | ସେମାନେ ଆପ ନାଁ ବିଜେପି କୁ ଆଣିବେ ତାହା ଦେଖିବାକୁ ବାକି ରହିଛି |
BACK TO TOP