Breaking News
Breaking News
15-Dec-2024
ବିଷ୍ଣୁ ଚରଣ ରଣା ଙ୍କ ଗୋଶାଣୀ ନୂଆଙ୍ଗା ଥାନାରେ ବୃଦ୍ଧ, ବୃଦ୍ଧା, ଭିର୍ନ୍ନକ୍ଷମ ଭତ୍ତା ବୃଦ୍ଧି ପାଈଁ ବିଜେପିସରକାର ବିଫଳ ନେଇ ଆନ୍ଦୋଳନ |
ଓଡିଶା ଜନମତ ବ୍ୟୁରୋ,
ବ୍ରହ୍ମପୁର 15-12-2024 ସ୍ଥାନୀୟ ଗୋଶାଣୀନୂଆଗାଁ ପୋଲିସ ଷ୍ଟେସନ ନିକଟ ଛକରେ 3000 ଟଙ୍କା ଭତ୍ତା ଯୋଗାଇଦିଅ ଦାବୀ ନେଇ ଗତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦୀତା କରିଥିବା ବିଷ୍ଣୁ ଚରଣ ରଣା ଅନଶନରେ ବସିଛନ୍ତି l
ଗତ ନିର୍ବାଚନରେ ବିଜେପି ସରକାର ଓଡ଼ିଶାରେ ଶାସନ ବ୍ୟବସ୍ଥାକୁ ଆସିଲେ ବାର୍ଦ୍ଧକ୍ୟ ଭତ୍ତା, ଭିର୍ଣ୍ଣକ୍ଷମ ଭତ୍ତା ତିନି ହଜାର ଟଙ୍କା ଦେବାକୁ କହି ଲୋକଙ୍କୁ ପ୍ରତାରଣା କରିଛନ୍ତି l ଲୋକେ ଭରୋସା କରି ବିଜେପିକୁ ବିଜୟୀ କରିଥିଲେ, କିନ୍ତୁ ସରକାର ହେବାର ଛଅ ମାସ ବିତି ଯାଇଥିଲେ ମଧ୍ୟ ଲୋକ ପ୍ରତିଶୃତି ପାଳନ କରି ବାରେ ବିଫଳହୋଇଛନ୍ତି |ଓଡ଼ିଶା ବାସୀ ସରକାର ପରିବର୍ତନ କରି ଭୂଲ ହୋଇ ଗଲା ବୋଲି ଅନୁତପ୍ତ କରୁ ଛନ୍ତି lତେଣୁ ଜନ ସାଧାରଣ ଏକାଠି ହୋଇ ପ୍ରତିବାଦ କରିବାକୁ ଅନଶନରେ ବସି ଲୋକଙ୍କୁ ସଚେତନ କରୁଛନ୍ତି ଯୁବ ଆଇନଜୀବି ବିଷ୍ଣୁ ଚରଣ ରଣା l
ଲୋକଙ୍କ ସମସ୍ୟା ନେଇ ପ୍ରତିବାଦ କରୁଥିବାରୁ ଆମ୍ ଆଦ୍ମୀ ପାର୍ଟି ତରଫରୁ ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ରଥ ସମର୍ଥନ କରିବା ସହ ଲୋକଙ୍କୁ ତାଙ୍କୁ ସମର୍ଥନ କରିବାକୁ ଅପିଲ କରିଛନ୍ତି l ଧାରଣାକୁ ଆପ୍ ର ଅଭିମନ୍ୟୁ ଦଳାଇ, ପ୍ରଦୀପ ଚୌଧୁରୀ , ମନୋଜ ପାଢ଼ୀ, ରମେଶ ବେହେରା,ପ୍ରମୁଖ ସମର୍ଥନ ଜଣାଇବା ସହ ସ୍ଥାନୀୟ ଅଧିବାସୀ ରାଜେନ୍ଦ୍ର କୁମାର ପାଣିଗ୍ରାହୀ, ଟିଟୁ ବେହେରା, ଭାଗିରଥି ବେହେରା, ନୀଳ ମାଧଵ ସାହୁ, ସାଇରାମ ରଣା, ପ୍ରମୋଦ ରଣା ପ୍ରମୁଖ ଧାରଣା ସ୍ଥଳରେ ଉପସ୍ଥିତ ରହି ଉତ୍ସାହିତ କରିଛନ୍ତି ଲ
BACK TO TOP