Breaking News
Breaking News
27-Nov-2024
ଓଡିଶା କଂଗ୍ରେସ ପ୍ରଭାରୀ ଅଜୟଙ୍କ ପରାଜୟ ପରେ ଓଡିଶା ରେ ତାଙ୍କରି ସ୍ଥିତି କଣ ହେବ |
(ଓଡିଶା ରାଜ୍ୟପାଳଙ୍କ ବୋହୂ ପିନ୍ଧିଲେ ବିଜୟର ଟିକା ।
ଓଡିଶା ଜନମତ ବ୍ୟୁରୋ ,
କିଛି ଦିନ ତଳେ ଓଡ଼ିଶାର କଂଗ୍ରେସ ପ୍ରଭାରୀ ଥିବାଅଜୟ କୁମାର ଝାଡଖଣ୍ଡରେ ନିର୍ବାଚନ ରେ ପୁର୍ବ ଜାମସେଦପୁରରୁ କଂଗ୍ରେସ ତରଫରୁ ନିର୍ବାଚନ ଲଢୁଥିଲେ | ଆଉ ତାଙ୍କ ବିରୁଦ୍ଧରେ ପାର୍ଥୀ ହୋଇଥିଲେ ବିଜେପିର ପୂର୍ଣ୍ଣିମା ଦାଶ ସାହୁ, ଯାହାଙ୍କ କି ଶଶୁର ରଘୁବୀର ଦାଶ ଥିଲେ ଓଡ଼ିଶାର ରାଜ୍ୟ ପାଳ | ତେଣେ ନିର୍ବାଚନ ଚାଲି ଥିଲା ଝାଡ଼ଖଣ୍ଡରେ କିନ୍ତୁଦୁଈ ବିଜେପି ଓ କଂଗ୍ରେସର ନକ୍ସା ପ୍ରସ୍ତୁତ ହେଉ ଥୁଲା, ଓଡିଶା ରେ I ରାଜ୍ୟ ବିଜେପି ଓ କଂଗ୍ରେସର ମାଳ ମାଳ ନେତା ଝାଡଖଣ୍ଡ ରେ ଡେରା ପକାଇ ଥିଲେ। ସମସ୍ତ ଙ୍କ ନଜର ରହିଥୁଲା ପୂର୍ବ ଜାମସେଦପୁର ବିଧାନସଭା ଆସନ ଉପରେ।
ଜାମସେଦ ପୁରରେ ଏସିପି ଥିବା ସମୟ ରେ ବହୁତ ଦବଦବା ଜାହିର କରିଥିବା ଅଜୟ କୁମାର କିନ୍ତୁଭୋଟ ରାଜନୀତିରେ ପଛରେପଡିଯାଇ ପରା ଜୟ ହୋଇ ଛନ୍ତି । ପୂର୍ଣ୍ଣିମା ସାହୁ ଅଜୟ କୁମାରଙ୍କୁ ୪୨ହଜାର ୮୭୧ ଭୋଟରେ ହରାଇଛନ୍ତି ସୋସି ଆଲ ମିଡିଆରେ ପୋଷ୍ଟ କରି ଅଜୟ କୁମାର କହିଛନ୍ତି, ପରାଜୟକୁ ସେ ଗ୍ରହଣ କରୁଛନ୍ତି ।ଓଡିଶା ରେ ଏହାର ପ୍ରଭାବ କଣ ହେବ ତାକୁ ନେଇ ଚର୍ଚ୍ଚା| ତେବେ ତାଙ୍କ ପରାଜୟ ର ପ୍ରଭାବ ଓଡ଼ିଶାରେ କିପରି ପଡିବ ତାହା ଦେଖିବା କୁ ବାକି ରହିଛି ।
ଓଡିଶା କଂଗ୍ରେସ ପ୍ରଭାରୀ ଭାବେ ଅଜୟ କୁମାରଙ୍କ ଭୂମିକା ବିବାଦରେ ରହିଛି। ନିର୍ବାଚନ ସମୟରେ ତାଙ୍କ ନାଁରେ ପାଣ୍ଠି ହେରଫେରର ଅଭିଯୋଗ ଆସିଛି। ଥାନାକୁ ବି ମାମଲା ଯାଇଛି। ପ୍ରଭାରୀ ହେବା ପରେ ସେ ଯେଭଳି ରଣହୁଙ୍କାର ଦେଇଥିଲେ ତାହା ନିର୍ବାଚନବେଳକୁ ଫିକା ପଡିଯାଇଥିଲା। ଏବେ ରାଜନୀତିରେ ଏକପ୍ରକାର ଫେଲ ମାରିଛନ୍ତି ଅଜୟ। ତେଣୁ ପ୍ରଶ୍ନ ଉଠୁଛିକଂଗ୍ରେସ ଆଗକୁ ଅଜୟ କୁମାରଙ୍କୁ କେତେ ଗୁରୁତ୍ବ ଦେବ ? ନେତା ଓ କର୍ମୀ ନିରୁତ୍ସାହିତ ହେବା ଆଶଙ୍କାରେ ବଦଳାଇଦେବ କି? - ରାଜ୍ୟ ବିଜେପି ଆଗରେ ଅଜୟ କୁମାରଙ୍କ ଗୁରୁତ୍ବ କେତେ ରହିବ? - ନୈତିକତା ଦୃଷ୍ଟିରୁ ଅଜୟ ଓଡ଼ିଶା କଂଗ୍ରେସ ଆଗକୁ ଅଜୟ କୁମାରଙ୍କୁକେତେ ଗୁରୁତ୍ବ ଦେବ? - ନେତା ଓ କର୍ମୀ ନିରୁତ୍ସାହିତ ହେବା ଆଶଙ୍କାରେ ବଦଳାଇଦେବ କି? - ରାଜ୍ୟ ବିଜେପି ଆଗରେ ଅଜୟ କୁମାରଙ୍କ ଗୁରୁତ୍ବ କେତେ ରହିବ? - ନୈତିକତା ଦୃଷ୍ଟିରୁ ଅଜୟ ଓଡ଼ିଶା ପ୍ରଭାରୀ ଦାୟିତ୍ବରୁ ଅବ୍ୟାହତିନେବେ ?
ଦୀର୍ଘଦିନ ହେଲା ରାଜ୍ୟ କଂଗ୍ରେସ ମୁରବୀଶୂନ୍ୟ ହୋଇ ପଡିରହିଛି।ଏକପ୍ରକାରନିଷ୍କ୍ରିୟ ହୋଇଯାଇଛି କଂଗ୍ରେସ।ଆଶା କରାଯାଉଥିଲା, ଅଜୟକୁମାର ଜିତିଲେ ନୂଆ ଉତ୍ସାହ ନେଇ ଓଡିଶା ଫେରିବେ ଓ କଂଗ୍ରେସ କୁ ଅଧିକ ସକ୍ରିୟ କରିବେ,କିନ୍ତୁ ଅଜୟ କୁମାର ହାରିଯିବା ପରେ ଚର୍ଚ୍ଚା ହେଉଛି ପିସିସି ସଭାପତି ଘୋଷଣା ଆହୁରି ବିଳମ୍ବ ହୋଇପାରେ | ତାଙ୍କୁ ପୁଣି ଥରେ ଓଡିଶା ର ଦାୟିତ୍ୱ ଦେବେ ନା ଅନ୍ୟ କାହାକୁ ଦେବେ ତାହାହିଁ ସମୟ କହିବ | କଥାରେ ଅଛି ବୁଡିଗଲା ଗୋଡ଼ ତଳକୁ, ତଳକୁ ଯାଇଥାଏ |
BACK TO TOP