Breaking News
Breaking News
11-Dec-2024
ଓଡିଶା ରେ ସାମ୍ବାଦିକଙ୍କମାନଙ୍କୁ ପେନସନ ମିଳିବ କେବେ ,
(ହେଲେ ସାମ୍ବାଦିକ ଙ୍କ ନିମନ୍ତେ ଭୋଗରାଇ ବିଧାୟକ ବିଧାନସଭା ରେ ଉଠାଇଲେ ପ୍ରଶ୍ନ, କହିଲେ ସାମ୍ବାଦିକଙ୍କୁ ପେନସନ୍ ଦିଆଯାଉ |
ଓଡିଶା ଜନମତ ବ୍ୟୁରୋ,
ମହାରାଷ୍ଟ୍ରରେ ଫର୍ଣ୍ଣାଡ଼ଦ୍ଭିସ ମୁଖ୍ୟମନ୍ତ୍ରୀ ହେବାପରେ ସାମ୍ବାଦିକଙ୍କ ନିମନ୍ତେଯେଉଁ ପେନସନ ଥିଲା ତାକୁ ବୃଦ୍ଧି କରି ମାସିକ 20 ହଜାର ଟଙ୍କା କରି ଏକ ନୂଆଁ ଇତି ହାସ ସୃଷ୍ଟି କରିଛନ୍ତି | ସେଥି ପାଇଁ ମହାରାଷ୍ଟ୍ର ର ସାମ୍ବାଦିକ ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ବହୁତ, ବହୁତ କୃତଜ୍ଞତା ଜଣାଇ ଛନ୍ତି | ସରକାର ଙ୍କ ନିୟମ ଅନୁ ସାରେ ସାମ୍ବାଦିକ ମାନଙ୍କୁ ଚର୍ତୁର୍ଥ ସ୍ଥମ୍ବ ବୋଲିଗଣତି କରୁଥିଲା ବେଳେ , ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସାମ୍ବାଦିକ ମାନେ ସବୁବେଳେ ଅବହେଳିତ, ନିଷ୍ପେସିତ, ଓ ଭୟଭୀତ ସହିତ ଦୁସ୍ଥ,ଦରିଦ୍ର ହିସାବରେ ଜୀବନ ବିତାଉ ଛନ୍ତି | ଆଉ ଦେଶ ସ୍ୱାଧୀନ ହେବାର 77 ବର୍ଷ ପରେ ମଧ୍ୟ ଓଡ଼ିଶାର ସାମ୍ବାଦିକ ମାନଙ୍କ ପାଈଁ କୌଣସି ସରକାର ଙ୍କ ଦରଦ ନାହିଁ | କିନ୍ତୁ ଅନ୍ୟ ରାଜ୍ୟର ସରକାର ସାମ୍ବାଦିକ ମାନଙ୍କ ନିମନ୍ତେ ବହୁତ କିଛି କରୁଥିଲା ବେଳେଓଡିଶାରାଜ୍ୟ ରେ ତାର କୌଣସି ପ୍ରଭାବ ପଡ଼ିନାହିଁ | ସେଥିପାଇଁ ବହୁ ସାମ୍ବାଦିକ ସଙ୍ଘ ସରକାର ଙ୍କ ପାଖେ ବାରମ୍ବାର ସେମାନଙ୍କ ନିମନ୍ତେ ସୁରକ୍ଷା, ପେନସନ, କ୍ଵାଟର, ସ୍ୱାସ୍ଥ୍ୟ ବୀମା,ନିମନ୍ତେ ଦାବି କରୁଥିଲାବେକେ,ଓଡିଶା ପୂର୍ବତନ ସରକାର କେବଳ ସ୍ୱାସ୍ଥ୍ୟ ବୀମା 5 ଲକ୍ଷ କରି ଆଉସବୁ ଦାବି କୁ ଏଡେଇ ଦେଇଛନ୍ତି | କିନ୍ତୁ ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ମାନଙ୍କ ପାଈଁ ନିର୍ବାଚନ ପରେ ଏବଂ ତାଙ୍କ ସରକାର ଆସିଲେ ଆମେ କିଛି କରିବୁ ବୋଲିକହିଥିଲେ | ତେବେ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆସିଥିଲା ବେଳେ ମହାରାଷ୍ଟ୍ର ରେବିଜେପି ରଫର୍ଣାଡେଭିସ ସରକାର ଆସୁ ,ଆସୁ ସାମ୍ବା ଦିକ ଙ୍କପେନସନ କୁ ବୃଦ୍ଧି କରି ଥିଲା ବେଳେ ଓଡ଼ିଶାରେ କେବଳ ସ୍ୱାସ୍ଥ୍ୟ ବୀମା କୁ ଛାଡିଦେଲେ ଆଉ କିଛି ନଥିବା ବଡ଼ ଦୁଃଖ ଓ ପରିତାପର ବିଷୟ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି | ହେଲେ ବର୍ତ୍ତମାନ ର ବିଜେପି ସର କାର କଣ କରିବେ ତାହାହିଁ ଆଗାମୀ ଦିନରେ ଜଣା ପଡିବ | ତେବେ ବିଧାନ ସଭା ରେ ନୂତନ କରି ଆସିଥିବା ବିରୋଧୀ ଦଳ ବାଲେଶ୍ଵର ଜିଲ୍ଲା ଭୋଗରାଇ ବିଧାୟକ ଗୌତମ ବୁଦ୍ଧଦାସ ଏହା ଉପରେ ସ୍ୱର ଉତ୍ତୋଳନ କରି ରାଜ୍ୟ ସରକାର ଙ୍କୁ ପ୍ରଶ୍ନ ପଚାରି ଛନ୍ତି ସାମ୍ବାଦିକମାନଙ୍କ ନିମନ୍ତେ | ତେବେ ବିରୋଧୀ ଦଳ ବିଧାୟକ ଙ୍କୁଏଥିପାଇଁ ସମସ୍ତ ସାମ୍ବାଦିକମାନେସ୍ୱାଗତ ଜଣାଇ ଛନ୍ତି | ପ୍ରେସ ଏକାଡେମୀ ଗଠନ ସହିତ,ଲୋକସେବା ଭବନ କୁ ସାମ୍ବାଦିକ ମାନଙ୍କ ପ୍ରବେଶ ଉପରେ ମାନ୍ୟ ବର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ କଣ ନିଷ୍ପତି ନେବେ ତାହା ଆଗାମୀ ଦିନରେ ଜଣା ପଡିବ |
BACK TO TOP