Breaking News
Breaking News
15-Nov-2024
କୂଅ ଭିତରେ ପଡ଼ିଛି ବସ୍ତାବସ୍ତା ସରକାରୀ ଔଷଧ |
ପାରଳାଖେମୁଣ୍ଡି : ଉତ୍ତମ ଚିକିତ୍ସା ପାଇବା ପାଇଁ ଅସହାୟ ଗରିବ ଲୋକେ ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ରକୁ ନଆସି ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥାନ୍ତି । କିନ୍ତୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଛି ପ୍ରକୃତି ଡାକ୍ତରମାନଙ୍କ ଦାୟିତ୍ଵ ହାନତା କାର୍ଯ୍ୟ ଯୋଗୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଔଷଧ ଉପଲବ୍ଧ ରହିଥିଲେ ବି ରୋଗୀମାନଙ୍କୁ ନଦେଇ ଡାକ୍ତରମାନେ ନିଜର ପରୋଇ କ୍ଲିନିକକୁ ବିଭିନ୍ନ ଉପାୟରେ ନେଇ ବ୍ୟବହାର କରିଥିବା ଅଭିଯୋଗ ବାରମ୍ବାର ଲୋକ ଲୋଚନକୁ ଆସୁଛି | ରାଜ୍ୟ ଏବଂ କେନ୍ଦ୍ର ସରକାର ରୋଗୀମାନଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ବିଭିନ୍ନ ରୋଗର ଔଷଧ ନିମନ୍ତେ କୋଟିକୋଟି ଟଙ୍କା ଅର୍ଥ ବ୍ୟୟ କରୁଛନ୍ତି । ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀମାନେ ର ଔଷଧ ଅଭାବରେ ମୃତ୍ୟୁ ହେଉଥିବା ପ୍ରମାଣ କୁ ଅନେକ ସମୟରେ ଗଜପତି ଜିଲ୍ଲାରେ ଦେଖୁବାକୁ ମିଳିଛି । ସରକାର ରୋଗୀମାନଙ୍କଉତ୍ତମ ଚିକିତ୍ସା ନିମନ୍ତେ ଗତ ୨୦୧୪ ମସିହା ଠାରୁ ୨୦୨୨ ମସିହା ମଧ୍ୟରେ ତିଆରି ହୋଇଥିବା ଔଷଧ ଗୁଡ଼ିକ ଗଜପତି ଜିଲ୍ଲା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯୋଗାଇଥିବା । ଏବଂ ଅବଧୂ ସମାପ୍ତ ହୋଇଥିବାଔଷଧ ବସ୍ତା ଗଜପତି ଜିଲ୍ଲା ଗୁମ୍ଫା ଅନ୍ତର୍ଗତ ନୂତନ କେ.କେ ସିଂ ସମ୍ମୁଖରେ ଥିବା ଆମ୍ବ ଗଛ ଫୋରମର ଗଲାଇ କୂଅରେ ପଡ଼ିଥିବା ବିଶେଷ ସୂତ୍ରରୁ ଖବର ପାଇ ଏହାର ପ୍ରକୃତ ସତ୍ୟତା ଜାଣିବା
କିଛି ଜିଲ୍ଲା ସାମ୍ବାଦିକ ଘଟଣା ସ୍ଥଳରେ ପହଞ୍ଚି କିଛି ବସ୍ତା ଔଷଧ କୁଅ ଭିତରୁ ବାହାର କରି ଜାଣିବାକୁ ପାଇଲେ ଯେ, ବସ୍ତା ଭିତରେ ୨୦୧୪ ଠାରୁ ୨୦୨୨ ମସିହାର ସରକାରୀ ଔଷଧ ରହିଛି । ସଙ୍ଗେ ସଙ୍ଗେ ସ୍ଥାନୀୟ ଏସପି, ଜିଲ୍ଲାପାଳ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧି କାରୀ, ଜିଲ୍ଲା ବନ ବିଭାଗ ଅଧିକାରୀଙ୍କୁ ଫୋନ୍ ମାଧମ ରେ ସୂଚନା ପ୍ରଦାନ କଲେ । ଖବର ପାଇ ଦେବଗିରି ବନ ବିଭାଗ ଅଧିକାରୀ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲେ । ହେଲେ କେମିତି ଓ କେଉଁ ପ୍ରକାରେ ୨୦୧୪ରୁ ୨୦୨୨ ମସିହାର ସରକାରୀ ଔଷଧ ଗଲାଇ କୂଅରେ ବସ୍ତା ବସ୍ତା ଫୋପାଡ଼ି ଦିଆଯାଇଛି ବୋଲି ସାଧାରଣରେ ଅଧୁକାରୀଙ୍କ ଅସନ୍ତୋଷ ପ୍ରକାଶ ପାଇଛି। କୋଟିକୋଟି ଟଙ୍କାର ଏମିତି ବିଭିନ୍ନ ପ୍ରକାରର ଔଷଧ ଥିଲା ଯାହାର ଅବଧୂ ସମାପ୍ତ ହୋଇଛି।
ବାହାରେ ଫୋପାଡ଼ି ଯାଇଥିବା ସେହି ଔଷଧଗୁଡ଼ିକ ହେଲା ସିରିଞ୍ଜ, ଆଣ୍ଟିବାୟୋଟିକ, ସେଲେନ୍, କେବୁଲ୍, ଏମିତି ବିଭିନ୍ନ ପ୍ରକାର ଔଷଧ ଅଟେ I ରୋଗୀଙ୍କ ପାଇଁ ସଠିକ୍ ଭାବରେ ତାହା ବ୍ୟବହାର ନହୋଇ କୋଟିକୋଟି ଟଙ୍କାର ଔଷଧଗୁଡ଼ିକ କାହିଁକି ବାହାରେ ଫୋପାଡ଼ି ଦିଆଗଲା ତାହାହିଁ ସାଧାରଣରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ତେବେସ୍ବାସ୍ଥ୍ୟବିଭାଗ ଅଧିକାରୀ ମାନେ ଏପ୍ରତି କୌଣସି ଧାନ ଦେଲେ ନାହିଁ କାହିଁକି ? ସ୍ବାସ୍ଥ୍ୟ ବିଭାଗୀୟ କର୍ତ୍ତୃପକ୍ଷ ସବୁ ଜାଣି ନିରବ ଦ୍ରଷ୍ଟା ସାଜିଥିବାରୁ ବୁଦ୍ଧିଜୀବା ମହଲରେ ତୀବ୍ର ନିନ୍ଦା କରାଯାଉଛି । ବିଭାଗୀୟ ଅଧୁକାରୀଙ୍କ ଅବହେଳା ଓ ଦାୟିତ୍ଵ ହାନତା ଯୋଗୁ ଏଭଳି ଅଭାବନୀୟ ଦୃଶ୍ୟ ଦେଖୁବାକୁ ମିଳିଛି ଗଜପତି ଜିଲ୍ଲାରେ । ଦାୟିତ୍ଵରେ ଥିବା ଅଧୁକାରାଙ୍କୁ ତୁରନ୍ତ ନିୟମ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି |
BACK TO TOP