Breaking News
Breaking News
09-Dec-2024
ବୃଷଭ ଗ୍ରାମ ପଞ୍ଚାୟତ ର ସମ୍ମିଳନୀ କକ୍ଷରେ ଜିଲ୍ଲା ପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ |
ଓଡିଶା ଜନମତ ବ୍ୟୁରୋ,
ଆର,ଉଦୟଗିରି;0୯/୧୨/
ପାରଳାଖେମଣ୍ଡି,ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ଗ୍ରାମ ପଞ୍ଚାୟତ ସମ୍ମି ଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭି ଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ, ଆରକ୍ଷୀ ଅଧି କ୍ଷକ ଶ୍ରୀ ଜତିନ୍ଦ୍ର କୁମାରପଣ୍ଡା , ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି ଏହି ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ବୃଷଭ ଗ୍ରାମ ପଞ୍ଚାୟତ ସମେତ ବାଇଝଲ ,ଗାଇବା ଓ ପରିଡ଼ା ପଞ୍ଚାୟତ ରସମୁଦାୟ ମୋଟ-୮୧ଗୋଟି ଅଭିଯୋଗ ପତ୍ର ଗ୍ରହଣ କରା ଯାଇଥିଲା। ସେଥି ମଧ୍ୟରୁବ୍ୟକ୍ତି ଗତ ଅଭିଯୋଗ ସମସ୍ୟା- ୨୭ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା- ୪୫ ଓ ୯ ଗୋଟି ଅଭିଯୋଗକୁ ତୁରନ୍ତ ସମାଧାନ କରା ଯାଇଛି | ଅନ୍ୟ ସବୁ ସମସ୍ତ ଅଭିଯୋଗ ଗୁଡିକ ତୁରନ୍ତସମାଧାନକରିବା ନିମନ୍ତେ ବିଭାଗୀୟ ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇ ଥିଲେ। ଆଜିର ଏହି ଅଭି ଯୋଗ ଶୁଣାଣି ଶିବିରରେ ପ୍ରଧାନମନ୍ତ୍ରୀ ଆବାସୀ ଯୋଜନା,ସାମାଜିକସୁରକ୍ଷା, ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ, ସ୍ଵାସ୍ଥ୍ୟ ଓ ରାସ୍ତା ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ ଗୁମ୍ମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମୀ ମଣ୍ଡଳ, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳା ଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର , ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ଅଲ୍ଲୀ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ ନାୟକ ସ୍ଥାନୀୟ ସରପଞ୍ଚ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଅଭି ଯୋଗ ଶୁଣାଣୀ ରେ ଉପସ୍ଥିତ ଥିଲେ।
BACK TO TOP