Breaking News
Breaking News
09-Dec-2024
ନକଲି ସାମ୍ବାଦିକଙ୍କ ପାଈଁ ଲକ୍ଷ୍ମଣ ରେଖା,
(ଚେତାବନୀ ଦେଲେ କମିଶନ ରେଟ ପୋଲିସ ପ୍ରେସ ଲେଖା ଯାଇ ଥିବା ଗାଡ଼ିରହେବଯାଞ୍ଚ |
ଓଡିଶା ଜନମତ ବ୍ୟୁରୋ
କଟକ, ୭:୧୨: କମିସନରେଟ ପୁଲିସର ବିଭିନ୍ନ ଅଞ୍ଚଳରେ ନକଲି ସାମ୍ବାଦିକଙ୍କପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ମନଇଚ୍ଛା ଗାଡ଼ିରେ ପ୍ରେସ ଲେଖ୍ବୁଲୁଛନ୍ତି ମାଳ ମାଳ ସାମ୍ବାଦିକ ମାନେ । ସେମାନଙ୍କୁ ସାବାଡ଼ କରିବା ପାଇଁ ଖୁବ୍ଶୀଘ୍ର କମିସନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ରଅଭିଯାନ ଆରମ୍ଭ ହେବାକୁ ଯାଉଛି। ବିଶେଷକରି ପ୍ରେସ ଲେଖା ଯାଇ ଥିବା ଗାଡ଼ିକୁ ଅଟକାଇ ଯାଞ୍ଚ କରାଯିବ ବୋଲି ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ଏହି ଅଭିଯାନ ଫଳରେ ନକଲି ସାମ୍ବାଦିକଙ୍କୁ ଚିହ୍ନଟ କରାଯିବାରେ ସଫଳ ତା ମିଳିବ ବୋଲି ସେ ଆଶା ପ୍ରକଟ ରିଛନ୍ତି। ଗଣମାଧ୍ଯମ ଗାଡ଼ିକୁ ସାଧାରଣତଃ ସବୁ ସ୍ଥାନକୁ ଯିବାକୁ ଅନୁମତି ରହିଛି। ଫଳରେ ଏହି ଗାଡି ଗୁଡିକୁ ପୁଲିସ ଯାଞ୍ଚର ସାମ୍ନା କରିବାକୁ ପଡ଼ି ନଥାଏ।ଏହାର ସୁଯୋଗ ନେଇ ଅନେକସମଯ ରେ ଅସାମାଜିକ ବ୍ୟକ୍ତି ଗାଡି ରେ ପ୍ରେସ୍ ଲେଖ୍ ବୁଲୁଥିବାର ନଜରକୁ ଆସିଛି। ଏପରି କି କେତେକ ଅପରାଧୀ ତାଙ୍କ ଗାଡ଼ିରେ ପ୍ରେସ୍ ଲେଖି ଅପ ରାଧୂକ କାର୍ଯ୍ୟ ଷଡ଼ଯନ୍ତ୍ରକରୁ ଛନ୍ତି। ସେହିପରିଯାଞ୍ଚରୁ ବର୍ତ୍ତିବା ପାଇଁ ଅନେକ ସାଧା ରଣ ଲୋକ ଗାଡିରେ ପ୍ରେସ ଲେଖ୍ ବୁଲାବୁଲି କରୁଥିବା ଘଟଣା ସାମ୍ନାକୁ ଆସଛି। ଯାହାଦ୍ୱାରା ମଧ୍ୟ ବହୁ ଅସମାଜିକ ଓ ଅପରାଧିକ କାର୍ଯ୍ୟ ନକଲି ସାମ୍ବାଦିକ ମାନେ ଘଟାଉ ଛନ୍ତି ||କିଛି ଦିନ ପୂର୍ବେ ଭୁବନେଶ୍ଵରର ଏକ ୱେବପୋର୍ଟାଲ କାର୍ଯ୍ୟା ଳୟରେ ଚାଲିଥିବା ଏଭଳି କଳାକାରନାମା ପଦାକୁ ଆସିଥିଲା । ସେହିପରି ମାଲଗୋଦାମ ଥାନା ପୁଲିସ କିଛିମାସ ପୂର୍ବେ ଜବତ କରିଥିବା ବାଇକ ମଧ୍ୟରୁ ଅନେକ ଗାଡିରେ ପ୍ରେସ ଲେଖାଯାଇଥିବା ଦେଖିବାକୁ ମିଳିଥିଲା । ଅଧୂକ ଖୋଳତାଡ଼ ପରେ ଗାଡିର ପ୍ରକୃତ ମାଲିକ କୌଣସି ଗଣମାଧ୍ଯମ ସହିତ ଜଡିତ ନ ଥିବା ଜଣାପଡ଼ି ଥିଲା। ମୁଖ୍ୟତଃ ଅପରାଧ ଘଟାଇବା ପରେ ସମସ୍ତଙ୍କ ଆଖି ରେ ଧୂଳିଦେଇ ଖସିଯିବା ଲାଗି ଅପରାଧୀମାନେ ଗାଡି ରେ ପ୍ରେସ ଲେଖୁଥିବା ଜଣା ପଡ଼ିଥିଲା। ଏଣୁ ପ୍ରେସ ଲେଖା ର ଅପବ୍ୟବହାର ଓ ଏହା ଦ୍ବାରା ଘଟୁଥିବା ଅପରାଧ କୁ ରୋକିବା ଲାଗି ପୁଲିସ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ବୋଲି ଡିସିପି ଶ୍ରୀ ମୀନା କହିଛନ୍ତି।
BACK TO TOP