Breaking News
Breaking News
17-Dec-2024
ସୋନପୁର ସହରରେ ଗୋଟିଏ ଦିନରେ 18 ଜଣ ବୁଲା କୁକୁରଙ୍କକାମୁଡା ର ଶିକାର ,
ଓଡିଶା ଜନମତବ୍ୟୁରୋ,
ସୋନପୁର :ଗତକାଲି ସୋନପୁର ସହରର ବିଭିନ୍ନ ପଡ଼ାରେ ୧୮ଜଣ କୁକୁର କାମୁଡ଼ାର ଶିକାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।ସେଥୁରୁ ୫ଜଣ ଆହତଙ୍କ ଠିକଣା ମିଳିଥିବା ବେଳେ ଅନେକଙ୍କ ଠିକଣା ମିଳିପାରିନାହିଁ। ଆହତ ୫ଜଣ ହେଲେ ଲେ ସହରର ଧୂବର ପଡ଼ାର ସିଦ୍ଧାନ୍ତି ପଧାନ, ପଟାଭାଡ଼ିର ଅଳକା ମେହେର, ଥନାପତି ପଡ଼ାର ସୌମ୍ଯ ପ୍ରଧାନ | ବ୍ଳକଛକର ଗୋଲେଖ ସାହୁ ଏବଂ ନୂଆମାଲି ପଡ଼ାର ଗିରି ଗୋବର୍ଦ୍ଧନ ମହାପାତ୍ର ମହାପାତ୍ର ବୋଲି ଜଣା ପଡିଛି। ସେପଟେ ଆଜିସୋମବାର ସକାଳୁ ମଧ୍ଯ ମଝିପଡାର ରାଜୀବ ସାହୁ ଓ ପୂର୍ଣାବାସୀ ନାଏକ ମଧ୍ଯ କୁକୁର କାମୁଡ଼ା ରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ବୁଲା କୁକୁର ଦଳ ସହରର ବିଭିନ୍ନ ଛକ ଛକ ତଥା ଗଳି ମାନଙ୍କୁ ଦଳ ଦଳ ହୋଇ ଆତଙ୍କ ସୃଷ୍ଟି କରୁଛନ୍ତି ଫଳରେ ଛୋଟ ଶିଶୁ ଏବଂ ବୟସ୍କ ବ୍ୟକ୍ତି ବାହାରକୁ ବାହାରିବା ବିପଦପୂର୍ଣ୍ଣ ହୋଇପଡ଼ିଛି। ସୂଚନା ଅନୁଯାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦୨୩ ନଭେମ୍ବରରୁ ୨୦୨୪ ନଭେମ୍ବର ମଧ୍ୟରେ ୮୯୩ ବ୍ୟକ୍ତି କୁକୁର କାମୁଡା ଯୋଗୁ ଚିକିତ୍ସିତ ହୋଇଛନ୍ତି। ଗୋଟିଏ ଦିନରେ ସହରରେ ୧୮ଜଣଙ୍କୁ କୁକୁର କାମୁଡିବା ଘଟଣାକୁ ନେଇ ସହରରେ ଆତଙ୍କ ଖେଳିଯାଇଛି। ବୁଲା କୁକୁର ମାନଙ୍କୁ ସହରରୁ ବାହାର କରିବା ସହ ଦୌରାତ୍ମ୍ୟ ରୋକିବାକୁ ସୋନପୁର ପୌର ପ୍ରଶାସନ ତ୍ବରିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ସେପଟେ କିଛି ମାସ ପୂର୍ବରୁ ସୋନପୁରରୁ ୮ କିମି ଦୂର ବଲାଙ୍ଗୀର ରାସ୍ତାରେ ଏକ କୁକୁର ବୋଝେଇ ଗାଡି କୌଣସି ସହରରୁ ଆଣି ସୋନପୁର ପଟକୁ ଛାଡି ଚାଲି ଯାଇଥିବା କିଛି ସ୍ଥାନୀୟ ଭଦ୍ରବ୍ୟକ୍ତି ଦେଖୁଥିବା ପ୍ରକାଶ କରିଛନ୍ତି।
BACK TO TOP