Breaking News
Breaking News
15-Nov-2024
ଆଦିବାସୀ ଅଧ୍ୟୁଷିତ ବାଦପଲୀ ପଞ୍ଚାୟତରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ,|
--------------------------------------------
ଓଡିଶା ଜନମତ ବ୍ୟୁରୋ
-ଖଲ୍ଲିକୋଟ : 15/11 ଆଜି ନଭେମ୍ବର ୧୫ ତାରିଖ, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ମହାନ କ୍ରାନ୍ତିକାରୀ ବିଳ୍ପବୀ ନେତା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ। ୧୮୭୫ ମସିହା ନଭେମ୍ବର ୧୫ ତାରିଖରେ ବିହାରର ଜମୁଇରେ ସେ ଏକ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଏବେ ତାଙ୍କ ଜନ୍ମ ସ୍ଥାନ ଝାରଖଣ୍ଡ ରାଜ୍ୟରେ ରହିଛି। ସେ ବ୍ରିଟିଶ ସାମ୍ରାଜ୍ୟ ଓ ଜମିଦାର ମାନଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ। ସେ ସମୟରେ ଆଦିବାସୀ ମାନଙ୍କ ଜମିକୁ ଅକ୍ତିଆର କରିବା ସହ ଆଦିବାସୀ ମାନଙ୍କ ଉପରେ ବହୁ ଅନ୍ୟାୟ ଅତ୍ୟାଚାର କରାଯାଉଥିଲା । ତାହାର ପ୍ରତିବାଦ ସ୍ବରୂପ ୧୮୯୦ ମସିହାରେ ଏକ ସଂଗଠନ ଆରମ୍ଭ କରିଥିଲେ । ଯାହାକି ସ୍ବାଧୀନତା ସଂଗ୍ରାମରେ ବହୁ ବଡ ଆନ୍ଦୋଳନ ସୃଷ୍ଟି କରିଥିଲା। ସେହି ମହାନ ନାୟକଙ୍କ ୧୫୦ ତମ ଜନ୍ମ ଜୟନ୍ତୀକୁ ସାରା ଦେଶରେ ଜନଜାତି ଗୌରବ ଦିବସ ରୂପେ ପାଳନ କରାଯାଇଛି। ଏହି ଅବସରରେ ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ବାଦପଲୀର ମୀନାପୁର ଠାରେ ଭିଟାମାଟି ସୁରକ୍ଷା ଅଭିଯାନ ପକ୍ଷରୁ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ମହିଳା ବିକାଶ ମଞ୍ଚ ସଭାପତି ନିଳାଦ୍ରୀ ପ୍ରଧାନ,ଏଡିଓ ଗୋବର୍ଦ୍ଧନ ଭୂୟାଁ,ବହୁଜନ ମୁକ୍ତି ମୋର୍ଚା ସଭାପତି ସୁମା ଦାସ,ଆଇନଜୀବୀ ରାଜେନ୍ଦ୍ର ବେହେରା,ଦିଲୀପ ନାୟକ ,ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ ଓ ଭିଟାମାଟି ସୁରକ୍ଷା ଅଭିଯାନର ଆବାହକ ବିଜୟ କୁମାର ସ୍ବାଇଁ ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ରହି ବିର୍ସା ମୁଣ୍ଡାଙ୍କ ଜୀବନୀ ବିଷୟରେ ବ୍ୟକ୍ତବ୍ୟ ଦେବା ସହ ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ଆଲୋଚନା କରିଥିଲେ। ରମେଶ ଶବର,ଉଲ୍ଲାସ ଶବର,ରାଜୁ ଶବର,ମିଟୁ ଶବର,ନବୀନ ଶବର,ଭାସ୍କର ଶବର,ପ୍ରଭାକର ଶବର ବିପ୍ର ଶବର ଓ ସମ୍ବାରିଆ ଶବର ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଅଂଶ ଗ୍ରହଣ କରିଥିଲେ। ଅଞ୍ଚଳର ଶହସ୍ରାଧିକ ପୁରୁଷ ଓ ମହିଳା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିବା ସହ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ଵର୍ଦ୍ଧନା କରିଥିଲେ।
BACK TO TOP