Breaking News
Breaking News
01-Dec-2024
କୁମାରୀ ଆୟୁଷ୍ମାନ ସ୍ୱାସ୍ଥ୍ୟ ମନ୍ଦିର ରେ ବିଶ୍ୱ ଏଡଶ ଦିବସ ପାଳିତ |
ଓଡିଶା ଜନମତ ବ୍ୟୁରୋ |
ବିଶ୍ୱ ଏଡ଼ସ ଦିବସରେ ଏଡ଼ସ ସଚେତନତା ପାଇଁ ବିଶ୍ୱର କୋଣ ଅନୁକୋଣ ରେ ତଥା ସାରା ଦେଶରେ ରେ ବିଶ୍ୱ ଏଡ଼ସ ଦିବସ ପାଳନ କରା ଯାଉଛି,ଅରୁଣା ଏଲ ୱ ଏସ ବ୍ରହ୍ମପୁର;ଆନୁ କୂଲ୍ୟରେ ପୁରୁଷୋ ତ୍ତମପୁର ବ୍ଲକ ଅନ୍ତ ର୍ଗତ କୁମାରୀଆୟୁଷ୍ମାନଆରୋ ଗ୍ୟ ମନ୍ଦିର ଠାରେ ବିଶ୍ୱ ଏଡ଼ସ ଦିବସପାଳିତ ହୋଇଯାଇଛି |
ଏହି ଏଡ଼ସ ସଚେତନତା କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମ ପୁର ଏନଏସି ଅଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ଯୋଗଦେଇଥିଲା ବେଳେ ସାମ୍ନାନୀତ ଅତିଥି ଭାବେ ମହିଳା ସ୍ୱାସ୍ଥ୍ୟ କର୍ମ ଚାରୀରାମେଶ୍ୱରୀ ପାଣିଗ୍ରାହୀ,କୁମାରୀ(ସିଏଚଓ)ମିନାକ୍ଷୀ ବେହେରା,ଅରୁଣା ଏଲୱଏସ ପ୍ରୋଜେକ୍ଟ ପୁରୁଷୋତ୍ତମପୁର ବ୍ଲକ ଜୋନାଲ ସୁପର ଭାଇ ଜର ସନ୍ତୋଷ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ଲିଙ୍କ କର୍ମଚାରୀ ସନ୍ତୋଷ କୁମାର ଗୌଡ଼, ରବୀନ୍ଦ୍ର ନାଥ ସେଠୀ,ଅଲେଖରାଉଳ,ସାଗରୀକା ବେହେରା, ହର୍ଷମୟୀ ବେହେରା,କୃଷ୍ଣଚନ୍ଦ୍ରବେହେରା, ଆଶାଦିଦି, ଅଙ୍ଗନବାଡି ଦିଦି ପଚାଶ ରୁ ଉର୍ଦ୍ଧ ଗ୍ରାମବାସୀ ବୃନ୍ଦ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ,ଏହି ବୈଠକ ରେ "ସ୍ୱାସ୍ଥ୍ୟ ହିଁସମ୍ଫଦ"ଉପରେ ଆଲୋଚନା କରାଯାଇଥିଲା, କାରଣ ସ୍ୱାସ୍ଥ୍ୟ ଅନୁକୂଳ ନ ରହିଲେ କୌଣସି ବି କାର୍ଯ୍ୟ ରେ ଆଗ୍ରହ ଜନ୍ମେ ନାହିଁ, ଫଳ ସ୍ୱରୂପ ମଣିଷ ତାର ଜ୍ଞାନ ଓ ପ୍ରତିଭାର ସଦୁପଯୋଗ କରିପାରେନା ଏଥି ନିମନ୍ତେ ମଣିଷର ସକଳ କାମନା ଭିତରେ ଉତ୍ତମ ସ୍ଵାସ୍ତ୍ୟ ଗୋଟିଏ ଯାହାକୁ କେବେ ବାଦ ଦିଆଯାଇପାରେନା ଶେଷରେ ଭାରତକୁ ଏଡ଼ସ ମୁକ୍ତ କରିବାପାଇଁ ଦୃଢ଼ ସଂକଳ୍ପ ଗ୍ରହଣ କରିବାକୁ ପରାମର୍ଶ ଦେଇ କାର୍ଯ୍ୟକ୍ରମ କୁ ସାଙ୍ଗ କରାଯାଇଥିଲା !
BACK TO TOP