Breaking News
Breaking News
30-Nov-2024
ଦେଶର 3ଟି ଥାନା ମଧ୍ୟରୁ ପାଟପୁର ଥାନାକୁ ଦ୍ବିତୀୟ ଶ୍ରେଷ୍ଠ ଥାନା ପୁରସ୍କାର ମିଳିଲା,
ଓଡିଶା ଜନମତ ବ୍ୟୁରୋ,
ସାନଖେମୁଣ୍ଡି, ୨୯/୧୧ / ଗଞ୍ଜାମ ଜିଲ୍ଲା ରେ ବହୁତ ଥାନା ଏହା ଆଗରୁ ବହୁଥର ପୁରସ୍କୃତ ହୋଇଛନ୍ତି |ତେବେପୁରସ୍କୃତ ହେବାପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ନୀତି, ନିୟମ, ରହିଛି| ତାକୁ ଅନୁକରଣ କଲେ ସେହିଁ ଥାନା ପୁରସ୍କାର ଲିଷ୍ଟ ରେ ଆସିବ ଏବଂ ଦେଶରେ ଯେଉଁ ଥାନା ଏହି ନିତି ନିୟମ ଉପରେ କାର୍ଯ୍ୟ କରିଛନ୍ତି , ସେମଧ୍ୟରୁ କିଛି ଥାନାକୁ ରାଜ୍ୟ ସ୍ତରରେ ଜିଲ୍ଲାମଧ୍ୟରେ ବିଚାର କରିସର୍ବ ଗୁଣ ଅଧିକାର କରିଥିବା ଥାନାଗୁଡିକୁ ସର୍ବଶ୍ରେଷ୍ଟ ଥାନା ରୂପେ ପୁରସ୍କାର ପ୍ରଦାନ କରାଯାଇ ଥାଏ | ଥାନାର ଅଫିସର ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ମାନେ ଚେଷ୍ଟା କରନ୍ତିକେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଏହି ନିୟମ ଗୁଡିକୁ ପାଳନ କରିଥାନ୍ତି |
ଦେଶର ଶ୍ରେଷ୍ଠ ତିନୋଟି ଥାନା ମଧ୍ଯରୁ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଦ୍ଵିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କାର ହାସଲ କରିଛି। ଆଜି ଭୁବନେଶ୍ଵର ଠାରେ ଅନୁଷ୍ଠିତ ସର୍ବଭାରତୀ ୟ ଡିଜିପି ସମ୍ମିଳନୀ୨୦୨୪ ରେ ପାଟପୁର ଥାନାକୁ ଦ୍ଵିତୀୟ ଶ୍ରେଷ୍ଠ ଥାନା ପୁରସ୍କାର ମିଳିଛି। ସମ୍ମିଳନୀରେ ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ଟ୍ରଫି ପ୍ରଦାନ କରି ସମ୍ବନ୍ଧିତ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣା ଳୟ ଦ୍ୱାରା ଦେଶର ଶ୍ରେଷ୍ଠ ତିନୋଟି ଥାନାରୁ ଓଡ଼ିଶାର ଗଞ୍ଜାମ ପୁଲିସ ଜିଲ୍ଲା ଅନ୍ତର୍ଗତ ପାଟପୁର ଥାନାକୁ ସାମିଲ କରାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପାଟପୁର ଥାନା ଆଇଆଇସିଙ୍କ ଅପରାଧ ତଦନ୍ତରେଉତ୍କର୍ଷତା,ଅପରାଧୀ ଗତିବିଧି ନିୟନ୍ତ୍ରଣ, ଥାନା ଅଞ୍ଚଳବାସୀଙ୍କ ସହ ସୁସମ୍ପର୍କ, ଆସ୍ଥା ସଚେତନତା, ସ୍ଵଚ୍ଛତା ଇତ୍ୟାଦିକୁ ଆଧାର, କରି କେନ୍ଦ୍ରୀୟ ଗୃହ ବିଭାଗ ସର୍ବେକ୍ଷଣ ଅନୁସାରେ ସର୍ବଭାରତୀୟ ସ୍ତରରେ ପାଟପୁର ଥାନା ପୁରସ୍କୃତ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ସମଗ୍ର ଦେଶରେ ଥିବା ଥାନାଗୁଡ଼ିକର ବିଭିନ୍ନ ମାନଦଣ୍ଡକୁ। ଆଧାର କରି ଶ୍ରେଷ୍ଠ ଥାନା ପୁରସ୍କାର ନିମନ୍ତେ ଚୟନ କରା ନରାଯାଇଥାଏ। ଥାନା ଅପରାଧ ହାର, ତଦନ୍ତ, ମାମଲାର ସମାଧାନ , ସିସିଟିଏନ୍ଏସ୍ ବ୍ୟବହାର, ଏନଫୋର୍ସମେଣ୍ଟ, ପୁନରୁଦ୍ଧାର ସମ୍ପଭିର ମୂଲ୍ୟ, ଦୋଷୀ ସାବ୍ୟସ୍ତ ହାର,ଦଣ୍ଡବିଧାନ, ଥାନା ଗୁଡିକର ଆନୁସଙ୍ଗିକ ଭିଭିଭୂମି ଏବଂ ସାଧାରଣ ଜନତାଙ୍କୁ ଉନ୍ନତ ତଥା ଗୁଣା ତ୍ମକ ସେବା ପ୍ରଦାନ ଭଳି ବିଭିନ୍ନ ମାନଦଣ୍ଡକୁ ଆଧାର କରି ଶ୍ରେଷ୍ଠ ଥାନା ଚୟନ କରାଯାଇଥାଏ। ଏଥୁ ପାଇଁ ଆଜି ଗଞ୍ଜାମ ଜିଲ୍ଲା ବାସୀ ବହୁତ ଖୁସି ହୋଇ ପ୍ରଧାନ ମନ୍ତ୍ରୀ, ଗୃହ ମନ୍ତ୍ରୀ, ଓ ଓଡିଶା ଡିଜି, ଆଇଜି ଓ ଗଞ୍ଜାମ ଏସପି ଙ୍କୁ କୃତଜ୍ଞତା ଜଣାଇ ଛନ୍ତି |
BACK TO TOP