Breaking News
Breaking News
29-Nov-2024
ବିଦ୍ୟାଳୟ ଅର୍ଥ ଆତ୍ମସାତ ଅଭିଯୋଗରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ,
ଓଡିଶା ଜନମତ ବ୍ୟୁରୋ,
ବାଲିଗୁଡା,୨୯/୧୧: --- କନ୍ଧମାଳ ଜିଲ୍ଲା ଫୁଲବାଣୀ ଭିଜିଲାନ୍ସ ଜଜ ଏକ ଦୁର୍ନୀତି ଓ ଅର୍ଥ ଆତ୍ମସାତ ମାମଲାର ସାକ୍ଷ ପ୍ରମାଣକୁ ଭିର୍ତ୍ତି କରି ବାଲିଗୁଡା ବ୍ଲକ ଅନ୍ତର୍ଗତ ଡୁକୁଲାମିଲା ନୂତନ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଭୁ ନନ୍ଦନ କେଶରୀ ନାୟକଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବାସହ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ରାୟ ପ୍ରକାଶ ପରେ ଶ୍ରୀ ନାୟକକୁ ଜେଲକୁ ପଠା ଯାଇଛି ।ସୂଚନାଯୋଗ୍ୟ ଯେ, ପ୍ରଧାନ ଶିକ୍ଷକଶ୍ରୀନାୟକ ବିଦ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ଆସିଥିବା ଅନୁଦାନ ଅର୍ଥ ଘର ନକରି ସିଧା ସଳଖ ଚଳୁ କରି ଦେଇଥିବା ଖବର ଅଭିଯୋଗ ହୋଇଥିଲା l ଅଭିଯୋଗ କୁ ଭିର୍ତ୍ତି କରି ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇ ୟୁ /ଏସ ୧୩ (୨ )ଆର /ଡ଼ବ୍ଲ୍ୟୁ ୧ ୩ (୧ )(ସି )(ଡି )ପିସି ଆକ୍ଟ ୧ ୯ ୮ ୮/୪ ୦୯ /୧୨୦(ବି )ରେ ଏକ ମାମଲା ରୁଜୁ କରାଯାଇ ଶୁକ୍ରବାର ଏହାର ବିଚାର କରାଯାଇ ଚୂଡାନ୍ତ ରାୟ ପ୍ରକାଶ ପାଇଥିଲା । ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁ ନନ୍ଦନ କେଶରୀ ନାୟକଙ୍କୁ ଚାକିରୀରୁ ବହିଷ୍କାର କରିବା ପାଇଁ ମଧ୍ୟ ବିଭାଗୀୟ ଉଚ୍ଚ କତୃପକ୍ଷଙ୍କ ନିକଟକୁ ଚିଠି ଲେଖାଯାଇ ଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି l
BACK TO TOP