Breaking News
Breaking News
29-Nov-2024
ନଭେମ୍ବର 27 ତାରିଖ ପାଣ୍ଡିଆନ ଓ ସୁଜାତା ଙ୍କ ଭାଗ୍ୟ ବଦଳେଇ ଦେବେକି????
(ସବୁଠାରେ ଏହି ବିଷୟ ରେ ଚର୍ଚ୍ଚା ହିଁ ଚର୍ଚ୍ଚା )
ଓଡିଶା ଜନମତ ବ୍ୟୁରୋ,
କଟକ: --- ନିର୍ବାଚନର ଛ ମାସ ପରେ ଅଦୃଶ୍ୟ ହୋଇ ଯାଇଥିବା ପୂର୍ବତନ ବରିଷ୍ଟ ପ୍ରଶାସନିକ ଅଧିକାରୀ ତଥା ରାଜନୀତି ରୁ ସନ୍ୟାସ ନେଇ ଥିବା ଭି କେ ପାଣ୍ଡିଆନ ଙ୍କ ଆବିର୍ଭାବ ହୋଇଥିଲା ନଭେ ମ୍ବର 27 ତାରିଖ ରେ | ସେହିଦିନ ତାଙ୍କର ଧର୍ମପତ୍ନୀ ତଥା ପ୍ରଶାସନିକ ଅଧିକାରୀ ଭି ସୁଜାତା ପାଣ୍ଡିଆନ ମଧ୍ୟ ସେହିଁ ତାରିଖ ରେ କାର୍ଯ୍ୟରେ ଯୋଗ ଦେଇଥିଲେ | ଏବଂ 2023 ନଭେମ୍ବର 27 ତାରିଖ ରେ ସେବିଜେଡି ରେ ଯୋଗଦେଇ ରାଜନୀତି ଆରମ୍ଭ କରିଥିଲେ | ଏହା ପୂର୍ବରୁ ସେ ରାଜନୀତି ର କିଙ୍ଗ ମେକର ହୋଇ ଥିଲା ବେକେ ରାଜନୀତି ରେ ଯୋଗ ଦେଇ କିଛି ଦକୀୟ ପଦ ପଦବୀରେ ରହିଥିଲେ | ତେବେ ଏହି ନଭେମ୍ବର 27 ତାରିଖ ଟି କଣ ତାଙ୍କ ପାଇଁ ଶୁଭ ତାରିଖ କି ????? ସେପୁଣି ଆଉଥରେ ରାଜନୀତି ର ପ୍ରଚ୍ଛଦ ପଟରେ ରହି ତାଙ୍କର ଗୋଟି ଚାଳନା କରି ପୁଣି ବିଜେଡିକୁ ଶାସନ କୁ ଫେରାଇବେ, ନା ସେ ନିଜେ ଆଉଥରେ ରାଜ ନୀତିରେ ପ୍ରବେଶ କରି ବିଜେଡିର ମଙ୍ଗ ଧରିଠିଆ ହେବେ କି ବୋଲି ସାଧାରଣ ରେ ଚର୍ଚ୍ଚା ଯୋର ଧରିଛି | ଯଦି ବିଜେଡି ର ମଙ୍ଗ ଧରି ଚାକିବେ ତେବେ ତାଙ୍କୁ ଦୋଷ ଦେଉଥିବା ନେତାମାନେ କଣ ସବୁ ରାଗ, ଅଭିମାନ ଭୁଲି ତାଙ୍କୁ ସ୍ୱାଗତ କରିବେ ନା ବିରୋଧୀ ଶିବିର ରେ ଆଶ୍ରୟ ନେବେ | ତାଙ୍କରି ଦେଖା ପରେ ସବୁଠାରେ କେଵେକ ତାଙ୍କ ଉପରେ ଗାଁ ଠାରୁ ସହର, ଏବଂ ବ୍ଲକ ଠାରୁ ରାଜଧାନୀ ସବୁଠି ତାଙ୍କନାମରେ କଥା ଶୁଣା ଯାଉଛି | ତେବେସେ କଣ ପାଇଁ ଆସିଥିଲେ ଯାହା ପାଇଁ ସବୁଠି ଚର୍ଚ୍ଚା ଆସନ୍ତୁ ଜାଣିବା ସେହିଁ ଘଟଣା ଉପରେ |
ପାଣ୍ଡିଆନ ବୁଧବାର କଟକ ନିକଟ ତ୍ରିଶୁଳିଆଠାରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଆତ୍ମପ୍ରକାଶ କରିଛନ୍ତି। ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପରେ ସର୍ବସାଧାରଣ ରୁ ଦୂରେଇ ରହିଥିବା ପାଣ୍ଡିଆନ୍ଙ୍କ ଅବସ୍ଥିତି ନେଇ ରାଜ୍ୟରେ ଆଲୋଚନା ପର୍ଯ୍ୟା ଲୋଚନା ଚାଲିଥିଲା। ତେବେ ପ୍ରଥମ ଥର ପାଇଁ ବୁଧବାର ସେ ଲୋକଙ୍କ ଗହଣକୁ ଆସି ଥିବା ଦେଖୁବାକୁ ମିଳି ଥିଲା। ସୂଚନାନୁଯାୟୀ, ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ଝିଅ ବିବାହ ଉତ୍ସବରେ ଯୋଗଦେବା ପାଇଁ ପାଣ୍ଡିଆନ୍ ଆସିଥିଲେ। ବିବାହ ମଣ୍ଡପରେ ଉପସ୍ଥିତି ଅତିଥ୍ ଓ ବିଶ୍ବାଳଙ୍କ ସମ୍ପର୍କୀୟଙ୍କମଧ୍ୟରେ ତାଙ୍କୁ ଦେଖୁବାକୁ ଉତ୍ସୁକତା ଲକ୍ଷ୍ୟ କରାଯାଇଥିଲା। ସେ ଏହି ସାମାଜିକ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କ ସହ କଥା ବାର୍ତ୍ତା କରିଥିଲେ। କିଛି ସମୟ ଉପସ୍ଥିତ ରହି ସେ ଫେରି ଯାଇଥିଲେ। ଏହି ଉତ୍ସବରେ ରାଜ୍ୟପାଳ ରଘୁବର ଦାସ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ଓ ବିଜେପିର ବହୁ ନେତାଙ୍କୁ ଦେଖୁବାକୁ ମିଳିଥିଲା।
ଏଥୂସହିତ ସେହି ସମାନ ତାରିଖରେ ପାଣ୍ଡିଆନ୍ ସର୍ବସାଧାରଣରେ ଆତ୍ମପ୍ରକାଶ କରିଛନ୍ତି। ଏହା ପାଣ୍ଡିଆନ୍ ଦମ୍ପତିଙ୍କ ପାଇଁ ଏକ ସଂଯୋଗ ନା ଆଉ କିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀପାଣ୍ଡିଆନ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ବିଧୂବଦ୍ଧ ଭାବେ ବିଜେ ଡିରେ ଯୋଗ ଦେଇଥିଲେ। ସେ ଦିନ ଥିଲା ୨୦୨୩ ନଭେମ୍ବର ୨୭ ତାରିଖ କାର୍ତ୍ତିକ ପୂର୍ଣ୍ଣିମା। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପାଣ୍ଡିଆନ ଧରିଥିଲେ ଶଙ୍ଖ। ତେବେ ୨୦୨୪ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ଅପରପକ୍ଷରେ ତାଙ୍କ ପତ୍ନୀ ସୁଜାତା ବିଜେଡି ପରାଜୟ ପରେ କର୍ମକ୍ଷେତ୍ରକୁ ଯାଇନଥିଲେ। ସେ ୬ ମାସ ଛୁଟିରେ ପଳାଇଥିଲେ। ଆଉ ୬ ମାସ ସାନି ଛୁଟି ଆବେଦନ କୁ ମୋହନ ସରକାର ଅଗ୍ରାହ୍ୟ କରିବା ପରେ ସେ ଆଜିକାର୍ଯ୍ୟ ରେ ଯୋଗ ଦେଇଛନ୍ତି। ଆଜି ହେଉଛିନଭେମ୍ବର ୨୭ତାରିଖ। ଏହି ଦମ୍ପତିଙ୍କ କ୍ଷେତ୍ରରେ ୨୭ ନଭେମ୍ବର ଏବେ ଚର୍ଚ୍ଚାର ବିଷୟ ହୋଇଛି।
BACK TO TOP