Breaking News
Breaking News
16-Dec-2024
ରାଜ୍ୟର ୩୩ ସହର 15 ଡିଗ୍ରୀ ତଳେ |
ଓଡିଶା ଜନମତ ବ୍ୟୁରୋ,
ଭୁବନେଶ୍ବର/ବର୍ତମାନ ସାରା ରାଜ୍ୟରେ ଥଣ୍ଡା ର ପ୍ରକୋପ ଅନୁଭୂତ ହେଉଥିଲା ବେଳେ 33 ଟିସହରଜି.ଉଦୟଗିରି :
କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ସହରରେ ପ୍ରବଳ ଶୀତ ଅନୁଭୂତ ହେଉଛି । ରାଜ୍ୟର ସବୁ ସହରରେ ରାତି ତାପ ମାତ୍ରା କମୁଛି। ୩୩ ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି।
ଜି.ଉଦୟଗିରିରେ ରାତି ତାପମାତ୍ରା ୫.୨ଡିଗ୍ରୀ ରେକର୍ଡ ହୋଇଥିବାବେଳେସେମିଳି ଗୁଡ଼ା ଓ ଫୁଲବାଣୀରେ ୯, ରାଉରକେଲା ୭.୨, କିରେଇ ୮.୮, ଦାରିଙ୍ଗବାଡ଼ି ୧୦.୫, ବୌଦ୍ଧ ୧୦.୨, ଚିପିଲିମା ୧୦.୨, ଝାରସୁଗୁଡ଼ା ୮, ସୁନ୍ଦରଗଡ଼ ୧୦, ଭୁବନେଶ୍ଵର ୧୪ ଏବଂ କଟକରେ ୧୨ଡିଗ୍ରୀ ରହିଛି। ସୁନ୍ଦରଗଡ଼ ଓ ଝାର ସୁଗୁଡ଼ା ଜିଲାକୁ ଭୁବନେଶ୍ଵର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୀତ ଲହରୀ ସତ ର୍କତା ଦିଆଯାଇଛି | ଜି.ଉଦୟ ଗିରିରେ ତାପମାତ୍ରା ୮.୪ ଡିଗ୍ରୀ ଥିବାବେଳେଗୁରୁବାର୯.୨ ଡିଗ୍ରୀ ରହିଥିଲା। ପ୍ରବଳ ଶୀତ ଓ ଘନ କୁହୁଡ଼ି ଯୋଗୁଁ ସାଧା ରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ସକାଳ ୧୦ ଘଣ୍ଟା ପର୍ଯ୍ୟନ୍ତ ଘରୁ ବାହାରକୁ ବାହା ରିବା କଷ୍ଟ ହେଉଛି।
ଝାରସୁଗୁଡ଼ା ଓ ରାଉରକେଲା ରେ ଅନୁରୂପ ପରିସ୍ଥିତି ଲାଗି ରହିଛି। ପାଣିପାଗ କେନ୍ଦ୍ରରପୂର୍ବାନୁମାନ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରି ବର୍ତନ ହେବା ସମ୍ଭାବନାନାହିଁ | ତା`ପରଦିନ ଠାରୁ ରାତି ତାପ ମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଶନିବାର ସକାଳେ ଫୁଲବାଣୀ ଓଭବାନୀପାଟଣା ରେ କୁହୁଡ଼ି ପଡ଼ିଥିବା ବେଳେ ରବିବାର ସକାଳେ କଳାହାଣ୍ଡି ଓ କନ୍ଧମାଳ ଜିଲାରେ କୁହୁଡ଼ି ପଡିଛି।ସେହିପରି ଶିମିଳି ପାଳ ରେ ମଧ୍ୟ ରାତି ତାପମାତ୍ରା ୩କୁ ଖସିଛି। ପ୍ରବଳ ଥଣ୍ଡା କାରଣରୁ ସକାଳୁ ସକାଳୁ କୁହୁଡି ସାଙ୍ଗକୁ ଘାସ ଉପରେବରଫଆଚ୍ଛାଦିତ ହୋଇଥିବା ଦେଖୁବାକୁ ମିଳି ଥିଲା। ସେହି ପରି ବାରିପଦା ରେ ମଧ୍ୟ ସକାଳୁ ସକାଳୁ ଶୀତର ପ୍ରକୋପ ଅନୁଭୂତ ହୋଇଛି। ଖେଳ ପଡିଆ, ଘାସ, ରାସ୍ତା ସବୁ କିଛି ବରଫ ଗାଲିଚା ଭଳି ଭ୍ରମ ସୃଷ୍ଟି କରିଛି । ଅନ୍ୟପଟରେ ପାଣିପାଗ ବିଭାଗ ସୁନ୍ଦରଗଡ ଜିଲ୍ଲାକୁ ଶୀତପ୍ରବାହ ପାଇଁ ୟେଲୋ ଓ୍ବାର୍କିଙ୍ଗ ଜାରି କରିଛି।
ଏନେଇ ଆସନ୍ତା ୧୭ ତାରିଖରେ ବର୍ଷା ସମ୍ଭାବନାକୁ ନେଇ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା ଜିଲ୍ଲାଗୁଡ଼ିକ ରେ ଗୋଟିଏରୁ ଦୁଇଟି ସ୍ଥାନ ରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୮ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, କୋରା ପୁଟ ଓ ମାଲକାନଗିରି ଜିଲ୍ଲା ଏବଂ ୧୯ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରା ପୁଟ, ମାଲକାନଗିରି,କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା । ଏହାପରେ ପୁଣି ୨୦ ତାରିଖ ପରଠୁ ପାଗ ଶୁଖୁଲା ରହିବା ନେଇ ପୂର୍ବାନୁମାନ କରିଛି ।
BACK TO TOP