Breaking News
Breaking News
15-Dec-2024
ଆସନ୍ତା କାଲି ଆସିବ ‘ ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ |
ଓଡିଶା ଜନମତ ବ୍ୟୁରୋ ,
ନୂଆଦିଲ୍ଲୀ : ସଂସଦର ଚଳିତ ଶୀତ ଅଧୂବେଶନରେ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ ’ ବିଲ ଉପସ୍ଥାପନ ନ କରାଯିବା କରା ବୋଲି ଚର୍ଚ୍ଚା ଚାଲିଥିଲା ବେଳେ ଆସନ୍ତା ସୋମବାର ଏହି ବିଲ୍ ? ଆସିବ ବୋଲି ସୂଚନା ମିଳିଛି । ସଂସଦର କାର୍ଯ୍ୟସୂଚୀକୁ ନେଇ ଏହି ସୂଚନା ମିଳିଛି । କେନ୍ଦ୍ର ଆଇନ ଓ ନ୍ୟାୟିକ ମନ୍ତ୍ରୀ ଅର୍ଜୁନ ମେଘୱାଲଙ୍କ ଦ୍ଵାରା ଏହି ବିଲ୍ ? ଉପସ୍ଥାପନ କରାଯିବ । ଗତ ଗୁରୁବାର ଏହି ବିଲ୍ ?କୁ କେନ୍ଦ୍ର କ୍ୟାବି ନେଟର ଅନୁମୋଦନ ମିଳି ସାରିଛି । ତେବେ ସରକାର ଏହି ବିଲ୍ ? ଆଣିବା ପରେ ସଂସଦ ପୁଣି ସରଗରମ ହୋଇପଡ଼ିବ ବୋଲି ରାଜନୀତିକ ବିଶାରଦମାନେ ଆକଳନ କରିଛନ୍ତି । କାରଣ ସରକାର ଏହି ବିଲ୍ ? ଆଣିବାକୁ ଚାହୁଁଥିଲା ବେଳେ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି । ତେବେ ଏହି ବିଲ୍ ? ସଂସଦରେ ଉପସ୍ଥାପନ ହେବା ପରେ ଏହାର ଅନୁମୋଦନ ନେଇ ସନ୍ଦେହ ରହିଛି । କାରଣ ବିଲ୍ ? ଉପରେ ତର୍ଜମା କରିବା ଲାଗି ଏହାକୁ ସଂସଦର ଯୁଗ୍ମ କମିଟିକୁ ପଠାଯାଇପାରେ । କମିଟି ରିପୋର୍ଟ ଆସିଲା ବେଳକୁ ଶୀତ ଅଧିବେଶନ କାର୍ଯ୍ୟକାଳ ଶେଷ ହୋଇଯିବାର ଆଶଙ୍କା ରହିଛି । ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ? ବ୍ୟତୀତ ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଲାଗି ମଧ୍ଯ ସୋମବାର ବିଲ୍ ? ଉପସ୍ଥାପନ କରାଯିବ ବେଲି ସୂଚନା ମିଳିଛି ।
BACK TO TOP