Breaking News
Breaking News
08-Dec-2024
ରାଇରଙ୍ଗପୁର ରେ ରାଷ୍ଟ୍ରପତିଙ୍କୁ ଭେଟିଲେ ସମ୍ପର୍କୀୟମାନେ |
ଓଡିଶା ଜନମତ ବ୍ୟୁରୋ,
ଗତକାଲି ମହାମହିମ ମହୁଲ ଡିହାସ୍ଥିତ ନିଜ ବାସଭବନରେ ରାତ୍ରୀ ଯାପନ ସହିତ ରାତ୍ରୀ ଭୋଜନ କରିଥିଲେ । ସୁରକ୍ଷା ବ୍ୟବସ୍ଥା କୁ ଦୃଷ୍ଟିରେ ରଖ୍ ମହାମହିମଙ୍କ ଘର ସମ୍ମୁଖରେ ପୋଲିସ ଫୋର୍ସ ମୁତୟନ କରାଯାଇ ଥିଲା । ଏସବୁ ଭିତରେ କିଛି ସମ୍ପର୍କୀୟ ଓ କିଛି ଆତ୍ମୀୟ ସ୍ବଜନ ମହା ମହିମଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଦୀର୍ଘ ୪୦ ବର୍ଷ ଧରିମହାମହିମ ଙ୍କ ସହିତ ସମ୍ପର୍କଥିବାରାଇରଙ୍ଗ ପୁର ର ଦିଅର ସୁରେନ୍ଦ୍ର ନନ୍ଦ ଓ ତାଙ୍କ କୁନି ଝିଆରୀ ପରୀ ନନ୍ଦ ରାଷ୍ଟ୍ର ପତିଙ୍କୁ ଭେଟି ସୁଖ ଦୁଃଖ ଆଲୋ ଚନା କରିଥିଲେ।
ଦେଶର ସର୍ବୋଚ୍ଚପଦବୀରେ ଅବସ୍ଥାପିତ ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ । କିନ୍ତୁ ଏସବୁ ତାଙ୍କ ସମ୍ପର୍କୀୟ ମଧ୍ୟରେ ଥିବା ସ୍ନେହ ଶ୍ରଦ୍ଧାକୁ ଭୁଲିବାକୁ ଦେଇ ନାହିଁ । ଜନ୍ମମାଟି ଉପରବେଡ଼ା ରେ ଗାଁ ଲୋକମାନଙ୍କସହ ସାକ୍ଷାତ ଆଲୋଚନା ହେଉ କିମ୍ବା, ରାସ୍ତାରେ ଗାଁ ଲୋକଙ୍କ ସହ ନୃତ୍ୟ କରିବା କିମ୍ବା ବାସ ଭବନ ରେ ସଂପର୍କୀୟ ମାନଙ୍କ ସହ ମନଖୋଲି କଥାବାର୍ତ୍ତା ହେବା, ଏ ସମସ୍ତ ଘଟଣା ମହାମହିମଙ୍କଜନ୍ମ ମାଟି ପ୍ରୀତିକୁ ଦର୍ଶାଉଛି ।
ଭାଉଜ ଦ୍ରୌପଦୀଙ୍କ ପାଇଁ ମୁଢ଼ି ଆଣିଥିଲେ ଦିଅର:
ମୟୂରଭଞ୍ଜ ମହୁଲଡିହା ବାସଭବନରେ ସମୟ କଟାଇଥିଲେ ରାଷ୍ଟ୍ରପତି । ଏହି ସମୟରେ ତାଙ୍କୁ ଭେଟିଥିଲେ ତାଙ୍କ ଦିଅର ଓ ଝିଆରୀ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପାଖରେ ପାଇ ସମ୍ପର୍କୀୟଙ୍କ ଖୁସି କହିଲେ ନସରେ । ଭାଉଜଙ୍କୁ ରାଷ୍ଟ୍ରପତି ଭାବେ ଦେଖ୍ ଦିଅର ସୁରେନ୍ଦ୍ର ନନ୍ଦଙ୍କ ଛାତି ଖୁର୍ସିରେ କୁଣ୍ଡେ ମୋଟ । ଆଉ ଝିଆରୀ କୁ ଦେଖ୍ ହାତରେଚକୋଲେଟ ଧରାଇ ଦେଇଥିଲେ ମହା ମହିମ । ଦିଅର ସୁରେନ୍ଦ୍ର ନିଜ ଘରେ ତିଆରି ମୁଢ଼ି, ଭାଉଜଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଥିଲେ ।
ରାଷ୍ଟ୍ରପତି ହେବା ପରେ ବି ବଦଳି ନାହାନ୍ତି ମହାଁମହିମ ବୋଲି ଦିଆର ସୁରେନ୍ଦ୍ର କହି ଛନ୍ତି |
ସୁରେନ୍ଦ୍ର ନନ୍ଦ ମହାମହିମଙ୍କ ପାଇଁ ମୁଢ଼ି ନେଇ ଯାଇଥିଲେ । ଏହାକୁ ସେ ଗ୍ରହଣ ମଧ୍ୟ କରି ଥିଲେ । ରାଷ୍ଟ୍ରପତି ପ୍ରତ୍ୟେକ ଥର ଓଡ଼ିଶା ଗସ୍ତରେ ଆସିଲେ ସୁରେନ୍ଦ୍ର ନନ୍ଦ ଦେଖା କରନ୍ତି ଓ ସେ ଭାଉଜ ବୋଲି ସମ୍ବୋଧନ କରନ୍ତି । ସୁରେନ୍ଦ୍ର ନନ୍ଦ କହି ଛନ୍ତି, "ଦ୍ରୌପଦୀ ମୁର୍ମୁଙ୍କ ସହ ଆମର ଦୀର୍ଘ ବର୍ଷର ସମ୍ପର୍କ । ମୋତେ ଘର ବିଷୟରେ ଓ ନିଜ ବିଷୟରେ ପଚାରିଲେ । ଭାଉଜ ରାଷ୍ଟ୍ର ପତି ହେବାରୁ ମୁଁ ବହୁତ ଖୁସି । ସେ ପୂର୍ବରୁ ମନ୍ତ୍ରୀ, ରାଜ୍ୟପାଳ ଓ ଏବେ ରାଷ୍ଟ୍ରପତି ହୋଇ ମଧ୍ୟ ବଦଳି ନାହାନ୍ତି । ଆଜି ସେ ଜଳଖିଆ ରେ ପରଟା, ବରା ଓ ଇଡିର୍ଲି ଖାଇଥିଲେ। ଯେଉଁଗୁଡ଼ିକ ଘରେ ତିଆରି ହୋଇଥିଲା ।
ଝିଆରୀକୁ ଚକୋଲେଟ ଦେଲେ ରାଷ୍ଟ୍ରପତି:
ସେହିପରି ଝିଆରୀ ସହ ମଧ୍ୟ ରାଷ୍ଟ୍ରପତି କଥା ହୋଇଥିଲେ । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ନିଜେ ମଧ୍ୟ ରାଷ୍ଟ୍ରପତି ହେବେ ବୋଲି କହିଛନ୍ତି ଝିଆରୀ ପରୀ । ଝିଆରୀ ପରୀ କହିଛନ୍ତି, "ମୋତେ ରାଷ୍ଟ୍ରପତି କେମିତି ଅଛ ବୋଲି ପଚାରିଲେ, ପାଠ ବିଷୟରେ ମଧ୍ଯ ପଚାରିଲେ । ଚକୋଲେଟ ଦେଇଛନ୍ତି । ମୁଁ ବି ବଡ ହେଲେ ରାଷ୍ଟ୍ରପତି ହେବି । "
ବାଙ୍ଗିରିପୋଷିରେ ରାଷ୍ଟ୍ରପତିଙ୍କ ଦ୍ବାରା ତିନୋଟି ରେଳପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ପରେ ସେଠାରୁ କଲେଇକୁଣ୍ଡା ଏୟାରବେସରୁ ଦିଲ୍ଲୀଅଭିମୁଖେ ଯାତ୍ରା କରି ଥିଲେ ମହାମହିମ |
BACK TO TOP