Breaking News
Breaking News
08-Dec-2024
ବାଂଲାଦେଶରେ ଶାନ୍ତିପୂର୍ଣ୍ଣ ଭାବରେ ହିନ୍ଦୁ ଅଧିକାର କୁ ନେଇ ଦାବିପତ୍ର,
ଓଡିଶା ଜନ ମତ ବ୍ୟୁରୋ ,
ଭଞ୍ଜନଗର- ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଅନ୍ୟାୟ, ଅତ୍ୟାଚାର ଏବଂ ଗିରଫଦାରି ଘଟଣାରେ ସରକାର ହସ୍ତକ୍ଷେପ କରି ଚାପ ପ୍ରୟୋଗ ସକାଶେ ହିନ୍ଦୁ ସୁରକ୍ଷା ମଞ୍ଚ, ଘୁମୁସର ସାଙ୍ଗଠନିକ ଜିଲ୍ଲା ତରଫରୁ ଆଜି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ମାଧ୍ୟମରେ ପ୍ରଦାନ କରାଯାଇଛି।ମଞ୍ଚର ସଦସ୍ୟ ମାନେ ସ୍ଥାନୀୟ ଚକରା ବିଷୋୟୀ ଛକରୁ ଶୋଭାଯାତ୍ରାରେ ବାହାରି ମେନ ରୋଡ଼ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲେ।ସେମାନଙ୍କ ଦାବି ମଧ୍ୟରେ ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ବିରୁଦ୍ଧରେ ଷଡଯନ୍ତ୍ର କରାଯାଉଥିବା ଘଟଣାଗୁଡ଼ିକ ଅତ୍ୟନ୍ତ ନିନ୍ଦନୀୟ। ନିକଟରେ ବାଂଲାଦେଶରେ ଶାନ୍ତିପୂର୍ଣ୍ଣ ଭାବରେ ହିନ୍ଦୁ ଅଧିକାର ତଥା ସେମାନଙ୍କ ପୂଜାପାଠ ସ୍ଥାନ ସଂରକ୍ଷଣ ପାଇଁ ଇସ୍କନ ପକ୍ଷରୁ ପ୍ରଚାର କରୁଥିବା ଚିନ୍ମୟ କୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରାଯାଇଥିଲା।ସେଠାରେ ଥିବା ଅଳ୍ପସଂଖ୍ୟକ ହିନ୍ଦୁଙ୍କ ବିରୁଦ୍ଧରେ ଆକ୍ରମଣ, ବଳାତ୍କାର, ହତ୍ୟା ଭଳି ଘଟଣା ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ତେଣୁ ଏସବୁ ରୋକିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରି ଶାନ୍ତି ପ୍ରତିଷ୍ଠା ଜରୁରୀ ହୋଇ ପଡିଛି।ଆଜିର ଏହି ପ୍ରତିବାଦ ସଭାରେ ମୁରଲୀଧର ପଣ୍ଡା, ଜୟକୃଷ୍ଣ ପଣ୍ଡା,ସୁଧୀର କୁମାର ନାୟକ, ବନମାଳୀ ଗୌଡ଼, ଗଣେଶ ମାଝୀ, ବିଜେପି ଯୁବ ମୋର୍ଚା ଘୁମୁସର ସଙ୍ଘଠକ ଦୀପକ କୁମାର ପ୍ରଧାନ ,ସମାଜସେବୀ ମନୋଜ ମିଶ୍ର, ଅରକ୍ଷିତ ପରିଛ ଓ ବହୁ ଈସ୍କନ ର କର୍ମକର୍ତ୍ତା ଯୋଗ ଦେଇଥିଲେ।
BACK TO TOP