Breaking News
Breaking News
30-Nov-2024
ପୁଣି ଆଳୁ ଟେନସନ୍ :- ଆଳୁ ଗାଡ଼ି ଅଟକାଇଲେ ମମତା ସରକାର
ଓଡିଶା ଜନମତ ବ୍ୟୁରୋ,
ଜଳେଶ୍ଵର;-- ପୁଣି ରାଜ୍ୟରେ ଆକୁ ଶଙ୍କଟ , କିଛି ମାସ ପୂର୍ବରୁ ମମତା ବାନାର୍ଜୀ ଙ୍କ ଆଳୁ ଗାଡି ଗୁଡ଼ିକ ଉପରେ ଲଗାମ ଲଗାଇ ଓଡିଶା ବାସୀଙ୍କୁ ବହୁ ଅସୁବିଧା କରୁଥିଲେ | ତେବେ ସେପୁଣି ଆଜି ତାଙ୍କ ରାଜ୍ୟ ସୀମାନ୍ତ ରେ ଓଡିଶାକୁ ଆସୁଥିବା ଆଳୁ ଗାଡିଗୁଡିକୁ ଅଟକାଇ ରଖି ସେଠାରୁ ଫେରାଇ ବେଉଛନ୍ତି ତାଙ୍କ ରାଜ୍ୟକୁ | ଏବେ ଆମ ରାଜ୍ୟ ଓଡ଼ିଶାରେ କୌଣସି ଶୀତଳ ଭଣ୍ଡାରରେଆଳୁନାହିଁ | ପଶ୍ଚିମବଙ୍ଗରୁ ଆଳୁ ନ ଆସି ଲେ ଏହାର ବଡ଼ ପ୍ରଭାବ ପଡିବ ।ପଶ୍ଚିମବଙ୍ଗ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନି ଦିନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟ ପୋଲିସକୁ ତାଗିଦ୍ କରିଛନ୍ତି କି ଯେ ପଶ୍ଚିମବଙ୍ଗ ରାଜ୍ୟରୁ କୌଣସି ରାଜ୍ୟକୁ ଆଳୁ ପିଆଜ ରପ୍ତାନୀ ହେବ ନାହିଁ । ଯାହା ଫଳରେ ଓଡ଼ିଶା, ଝାରଖଣ୍ଡ, ତ୍ରିପୁରା, ଶୋଇବାଲାଜୀ,ମେଘାଳୟ, ନାଗା ଲେଣ୍ଡ,ଆସାମ, ବାଂଲା ଦେଶ ଭୁଟାନ ଦେଶ ଆଦିରେ ଆଳୁ ପିଆଜ ଦର ଦାମ ବୃଦ୍ଧି ପାଇବ । ଏହି ସବୁ ରାଜ୍ୟରେ ରାଜ୍ୟ ସରକାର ପଞ୍ଜାବ ଓ ଉତର ପ୍ରଦେଶ ରାଜ୍ୟରୁ ଆଳୁ ପିଆଜ ରପ୍ତାନୀ କରୁଛନ୍ତି ଓ ଖୁଚୁରା ବ୍ୟବସାୟୀ ମାନେ ଆଳୁ ପିଆଜ ବିକ୍ରି କରୁଛନ୍ତି ।ଅନ୍ୟ ପଟେ ଯଦି ଆଳୁ ପିଆଜ ଲୋକେ କିଣୁଥିବା ବେଳେ ପଚା ଆଳୁ ପିଆଜ କିଛି ବାହାରୁଛି ।ଏବେ ରାଜ୍ୟ ର ବ୍ୟବସାୟୀ ମାନେ ଆଉ ଆଳୁ ନିଜ ଉଦ୍ୟମରୁ ଆଣି ଯୋଗାଇବା ଦାୟିତ୍ଵ ନେବେ ନାହିଁ କି ମିଛ ଅପବାଦ ମୁଣ୍ଡାଇବେ ନାହିଁ ବୋଲି ବ୍ୟବସାୟୀମାନେ କହୁଛନ୍ତି ।ମମତା ବାନାର୍ଜୀଙ୍କ ଆଦେଶ ଅନୁସାରେ ଆଜି ପଶ୍ଚିମବଙ୍ଗ ରାଜ୍ୟ ଓ ଓଡ଼ିଶା ସୀମାନ୍ତ ପଶ୍ଚିମ ମେଦିନପୁର ଜିଲ୍ଲା ବେଲଦା ଚେକ୍ ପୋଷ୍ଟ ଠାରେ ପଶ୍ଚିମବଙ୍ଗ ରାଜ୍ୟରୁ ଆଳୁ ପିଆଜ ଓଡ଼ିଶା ରାଜ୍ୟକୁ ଆସୁଥିବା ବେଳେ ପଶ୍ଚିମ ବଙ୍ଗ ରାଜ୍ୟ ପୋଲିସ ବହୁ ଆଳୁ ପିଆଜ ଟ୍ରକ୍ସ୍ ଅଟକାଇଛନ୍ତି । ମମତା ବାନାର୍ଜୀଙ୍କ ଆଦେଶ ଅନୁସାରେ ଆଳୁ ପିଆଜ ରପ୍ତାନୀ ଓଡ଼ିଶା, ଝାରଖଣ୍ଡ, ତ୍ରିପୁରା, ମେଘାଳୟ, ନାଗା ଲେ,ଆସାମ, ବାଂଲାଦେଶ, ଭୁଟାନ ଆଦି ଦେଶରେ ଆଳୁ ପିଆଜ ରପ୍ତାନୀ ବନ୍ଦ କରିବା କାରଣ ୨ ମାସ ପୂର୍ବରୁ ଝାଡ଼ ଖଣ୍ଡରେ ବନ୍ୟା ହୋଇଥିବା ବେଳେ ସେଠାରୁ ପାଣି ଛାଡ଼ି ବା ଦ୍ଵାରା ପଶ୍ଚିମ ଓ ପୂର୍ବ ବଦ୍ଧ ମାନ ଜିଲ୍ଲା, ହାୱଡା, ହୁଗୁଳି ଜିଲ୍ଲା, ଦୁଇ ମେଦିନୀପୁର ଜିଲ୍ଲା ବନ୍ୟା ପାଣିରେ ବୁଡି ଯାଇଥିଲା । ଯାହା ଫଳରେ ଆଳୁ ଚାଷ ହେଉଥିବା ପୂର୍ବ ବଦ୍ଧମାନ ଓ ହୁଗୁଳି ଜିଲ୍ଲାର ତାଡ଼କେସ୍ଟର୍ ଆଳୁ ଚାଷ ଜମି ଜଳମଗ୍ନହୋଇବହୁସଂଖ୍ୟାରେ ଆଳୁ ଚାଷୀଙ୍କର ଆର୍ଥିକ କ୍ଷୟ କ୍ଷତି ହୋଇଛି କେନ୍ଦ୍ରସରକାର ଙ୍କୁ ଜଣାଇ ଥିଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ କୌଣସି ଆର୍ଥିକ ଅନୁଦାନ ଦେଇ ନ ଥିଲେ ଓ ପୂର୍ବ ଓ ପଶ୍ଚିମ ମେଦିନୀପୁର ଜିଲ୍ଲା ବନ୍ୟା ପାଣି ଯୋଗୁ ପନୀ ପରିବା ଚାଷ ସହ ଫୁଲ ଚାଷ ମଧ୍ୟ ନଷ୍ଟ ହୋଇଛି ଯାହା ଫଳରେ ଓଡ଼ିଶା, ଝାଡ଼ଖଣ୍ଡ, ତ୍ରିପୁରା, ମେଘାଳୟ, ନାଗା ଲେଣ୍ଡ, ଆସାମ, ବାଂଲାଦେଶ ଭୁଟାନ ଦେଶକୁ ଯଦି ପଶ୍ଚିମ ବଙ୍ଗ ରାଜ୍ୟରୁ ଆଳୁ ପିଆଜ ରପ୍ତାନୀ ହେଉଛି ତାହେଲେ ପଶ୍ଚିମ ବଙ୍ଗ ରାଜ୍ୟରେ ଆଳୁ ପିଆଜ ଦର ରାଜ୍ୟରେ ଆଳୁ ପିଆଜ ଦର ଦାମ ନିୟନ୍ତ୍ରଣକୁ କମ୍ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ମମତା ବାନାର୍ଜୀ ।ତେଣୁ ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ଗତ ବୁଧୁ ବାର ମଧ୍ୟ ରାତ୍ରିରୁ ଜାତୀୟ ରାଜପଥ ଉପରେ ନାକା ପଏଂଟ କରି ଚେକିଂ ଜୋର ଦାର ଜାରୀ ରହିଛି |ପଶ୍ଚିମ ବଂଗ ବଜାରରେ ଆଳୁର ଦର କେଜି ପିଛା ୩୫ ଟଙ୍କା ଓ ୪୦ ଟଙ୍କା ଥିବା ବେଳେ ପୋଡେଶୀ ରାଜ୍ୟରେ ଆଳୁ ୩୦ ଟଙ୍କା ରହିଛି ।ବଜାରର ଦର ନିୟନ୍ତ୍ରଣ ଓ ରାଜ୍ୟବାସୀ ସୁଲଭ ମୂଲ୍ୟରେ ଆଳୁ କେମିତି ପାଇ ପାରିବେ ସେଥିପାଇଁ ରପ୍ତାନି ଉପରେ ରୋକ ଲଗାଇଛନ୍ତି ଦିଦି ।ବର୍ତମାନ ସମୟରେ ଆଳୁ ଲଗାଯାଉ ଥିବାରୁ ଆଗାମୀ ଜାନୁଆରୀ ମାସ ପର୍ଯ୍ୟନ୍ତ ଏହା ଉପରେ ରୋକ ଲଗାଯାଏ ବୋଲି ଅନୁମାନକରାଯାଉଛି ।ତେବେ ୬୦ ନମ୍ବର ଜାତୀୟ ରାଜପଥ ଉପରେ ବେଙ୍ଗଲ ପୋଲିସ ପକ୍ଷରୁ ନାକା ପଏଂଟ କରାଯାଇ ଗାଡି ଗୁଡିକୁ ତନ ତନକରି ଯାଞ୍ଚ କରାଯାଉଛି ।ରାଜପଥ ଉପରେ ଶହ ଶହ ଗାଡି ଅଟକ ରହିଛି ।ତେବେ ସମସ୍ତ ଗଳା ରାସ୍ତାରେ ପଶ୍ଚିମ ବଙ୍ଗର କୃଷି ବିଭାଗ, ଏଗ୍ର ମାର୍କେଟିଂ ଓ ସ୍ଥାନୀୟ ପ୍ରସା ନିକ ଅଧିକାରୀ ମାନେ ନାକା ପଏଂଟ କରି ଜଗି ରହିଛନ୍ତି | ସମସ୍ତ ଆଳୁ ଗାଡ଼ି ଫେରେଇ ନେଇଛନ୍ତି ବୋଲି ଜଣା ପଡିଛି ।
BACK TO TOP