Breaking News
Breaking News
30-Nov-2024
ବାଘ ଛାଲ ଜବତ ଘଟଣା : ଦେଶୀ ବନ୍ଧୁକ ସହ ଦୁଇ ଗିରଫ,
ଓଡିଶା ଜନମତ ବ୍ୟୁରୋ ,
ବାଲିଗୁଡା,୩୦/୧୧ / କନ୍ଧମାଳ ଜିଲ୍ଲା ଫୁଲବାଣୀ ବନବିଭାଗ ଦ୍ବାରା ଏକକଲରା ପତରିଆ ବାଘ ଛାଲ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହିତ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି । ଗିରଫ ହୋଇଥିବା ଯୁବକ ଜି.ଉଦୟ ଗିରିଥାନାପୁକୁଲୁଙ୍ଗିଆପଞ୍ଚା ୟତ ମଲାନସୁଗା ଗ୍ରାମର ଭବାନୀ ଶଙ୍କର ପ୍ରଧାନ ଏବଂ ଗମ୍ଭାରୀଗୁଡା ଗ୍ରାମର ପ୍ରମୋଦ କୁମାର ପ୍ରଧାନ ବୋଲି ଜଣା ପଡ଼ିଛି । ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଜି.ଉଦୟଗିରି ରେଞ୍ଜ ଅଧି କାରୀ କାଜଲ ନାୟକଙ୍କ ନେତୃତ୍ୱରେ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ କଳିଙ୍ଗା ବାବୁଛକ ଠାରେ ଜଣେ ବ୍ୟକ୍ତିଙ୍କୁ ସନ୍ଦେହ ଜନକ ଅବସ୍ଥାରେ ଠିଆ ହୋଇଥିବା ଦେଖି ତାଙ୍କୁ ପଚରାଉଚରା କରିଥିଲେ। ଯାଞ୍ଚ ବେଳେ ତାଙ୍କ ପାଖରେ ଥିବା ବ୍ୟାଗରୁ ଏକ କଲରାପତରିଆ ଛାଲ ମିଳିଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ଜି.ଉଦୟଗିରି ଥାନା ପୁକୁଲୁଙ୍ଗିଆ ପଞ୍ଚାୟତ ମଲାନସୁଗା ଗ୍ରାମର ଭବାନୀ ଶଙ୍କର ପ୍ରଧାନ ବୋଲି ଜଣାପଡିଛି। ଭବାନୀଙ୍କୁ ଜେରା କରି ଏହି କାରବାର ରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଗମ୍ଭାରୀଗୁଡା ଗ୍ରାମର ପ୍ରମୋଦ କୁମାର ପ୍ରଧାନଙ୍କୁ ଗିରଫ କରିଛି ବନ ବିଭାଗ। ପ୍ରମୋଦଙ୍କ ଘରୁ ଏକ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ କରାଯାଇଛି । ଗିରଫ ମାନଙ୍କ ଠାରୁ ଏକ ମୋବାଇଲ ଏବଂ ଛୁରୀ ଜବତ ହୋଇଛି। ଜବତ ଛାଲଟି ଏକ ବୟସ୍କ କଲରା ପତରିଆର ଏବଂ ପ୍ରାୟ ଦେଢ ମାସ ତଳେ ଶୀକାର କରା ଯାଇଥିବା ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ । କଲରା ପତରିଆର ଦୈର୍ଘ୍ୟ ୧୪୫ ସେଣ୍ଟିମିଟର ରହିଥିବା ବେଳେ ଲାଞ୍ଜର ଲମ୍ବ ୯୪ ସେଣ୍ଟିମିଟର ରହିଛି। ଏହାର ପରୀକ୍ଷଣ ପାଇଁ କୋଲକାତା ଜେଡଏସ ଆଇକୁ ପଠାଯାଇଛି । ତେବେ ଏହି ବାଘ ଶୀକାରରେ ଅଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଏବଂ ଏନେଇ ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ଡିଏଫଓ । ବନଖଣ୍ଡ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମି ଳନୀରେ ଫୁଲବାଣୀ ଏସିଏଫ ମଳୟ ରଞ୍ଜନ କାଲୋ ଉପ ସ୍ଥିତ ଥିଲେ।
BACK TO TOP