Breaking News
Breaking News
19-Nov-2024
ମୌଳିକ ସମସ୍ୟା ରେ କେଶ ପୁର ଛକ,
( ୧୮ ବର୍ଷ ହେଲା ଜରାଜୀର୍ଣ୍ଣ ଅବସ୍ଥା ରେଶୌଚାଳୟ ,
ସଞ୍ଜ ନଇଲେ ରାଜ ପଥରେ ରାଜୁତି କରୁଛି ଅନ୍ଧାର, ବଢୁଛି ଦୁର୍ଘଟଣା ଓ ଚୋରି |
*************************
ଓଡିଶା ଜନମତ ବ୍ୟୁରୋ,
ଖଲ୍ଲିକୋଟ :19/11 ଖଲ୍ଲିକୋଟ ଥାନା ଅଧୀନରେ ଥିବା ଶ୍ରୀକୃଷ୍ଣପୁର ପଂଚାୟତ ର ଜନ ଗହଳି ପୂର୍ଣ୍ଣ କେଶପୁର ଛକ ମୌଳିକସୁବିଧା ରୁ ବଞ୍ଚିତ ହେଉଥିବାରଦେଖିବାକୁମିଳିଛି| କେଶପୁର ଛକ ଦେଇ ଯାଇ ଥିବା ୧୬ ନମ୍ବର ଜାତୀୟ ରାଜପଥ ହେଉ ବା ରେଲୱେ ଷ୍ଟେସନ ପ୍ରତିଟି ପ୍ରମୁଖ ସ୍ଥାନକୁ ସଂଯୋଗ କରୁଥିବା ରାସ୍ତାର ଆଲୋକିକରଣ ଓ ସ୍ୱଚ୍ଛତା ଏକ ପ୍ରକାର ଆଣ୍ଠେଇ ପଡ଼ି ଥିବା ଦେଖିବାକୁ ମିଳିଛି| ଦୀର୍ଘ ୨୦ ବର୍ଷ ତଳେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ରେସର୍ବସାଧାରଣ ଙ୍କ ବ୍ୟବହାର ପାଇଁ ନିର୍ମିତ ହେଇଥିବା ଶୌଚାଳୟ ଆଜି ପରିତ୍ୟକ୍ତଅବସ୍ଥାରେ ଦେଖି ବାକୁ ମିଳିଛି| ମାତ୍ର ଏକ ବର୍ଷ ରୁ ଦୁଇ ବର୍ଷ କାର୍ଯ୍ୟକ୍ଷମହେବା ପରେ ୧୮ ବର୍ଷ ହେଲା ଜରା ଜୀର୍ଣ୍ଣ ଶୌଚାଳୟ ରେ ଝୁଲୁଛି ତାଲ| .ଶୌଚାଳୟ ର କବାଟ ଝରକା ଭାଙ୍ଗିଯିବା ସହିତ ଶୌଚାଳୟ ଭିତରେ ପ୍ରଶା ସନିକ ଅବହେଳା କାରଣରୁ ଗଛ ଲତା ମାଡି ଯାଇଥିବା ଦେଖିବାକୁ ମିଳିଛି,| ସ୍ୱଚ୍ଛତା କୁ ନେଇ ରାଜ୍ୟ ସରକାର ବିଭିନ୍ନ ଯୋଜନା ଓ ଅଭିଯାନ ପ୍ରସ୍ତୁତ କରିଥିଲେ ମଧ୍ୟ ୧୮ ବର୍ଷ ଧରି ବନ୍ଦ ପଡ଼ିଥିବା ଶୌଚାଳୟ ପ୍ରତି କାହାର ନିଘା ନଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ଓ ଯାତ୍ରୀ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେବା ସହିତ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି| ଯଦି ଅନ୍ୟ ପଟେ ଦେଖିବା କେଶପୁର ଛକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଦୁଇ ବର୍ଷ ପୂର୍ବେ ଓଭରବ୍ରିଜ ହେବା ସହିତ ରାସ୍ତାର ପ୍ରଶସ୍ତିକରଣ କରାଯାଇ ଥିଲା କିନ୍ତୁ ଆଜକୁ ଦୀର୍ଘ ଦୁଇବର୍ଷ କାଳ ବିତି ଯାଇଥିଲେ ମଧ୍ୟ ରାଜ ପଥ ରେ ବିଦ୍ୟୁତ ସଂଯୋଗୀକରଣ ର ଅଭାବ ଯୋଗୁଁ ଅନ୍ଧାର ରାଜୁତି କରୁଥିବା ଦେଖିବାକୁ ମିଳୁଛି| ଯାହା ଫଳରେ ଅନ୍ଧାର ର ସୁଯୋଗ ନେଇ ଅସାମାଜିକ ଲୋକଙ୍କ ଦୌତ୍ମ୍ୟ ବଢିବା ସହିତସାଧାରଣଲୋକ ଓ ବୁଲା ଗୋରୁ,ଗାଈ ସଡକ ଦୁର୍ଘଟଣା ର ଶିକାର ହୋଇ ମୃତ୍ୟୁ ମୁଖରେପଡୁଥିବାନଜିରରହିଛି...ଅଂଚଳବାସୀ ଏ ନେଇ ଜାତୀୟ ରାଜପଥ ବିଭାଗୀୟ କତୃପକ୍ଷ ଙ୍କୁ ବାର ମ୍ବାର ଲିଖିତ ଅବଗତ କରି ଥିଲେ ମଧ୍ୟ ଅଦ୍ୟାବଧି ବିଭା ଗୀୟ କତୃପକ୍ଷ ଙ୍କ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଦେଖିବାକୁ ମିଳିଛ| . ଖଲ୍ଲିକୋଟ ଅଞ୍ଚଳର ସର୍ବାଧିକ ଜନ ଗହଳି ଅଞ୍ଚଳ କୁହାଯାଉଥିବା ଏହି କେଶପୁର ଛକ ର ମୌଳିକ ସମସ୍ୟା ତଥା ଆଲୋକୀକରଣ ଓ ଶୌଚାଳୟ ର ପୁନଃରୁଧାର ନିତାନ୍ତ ଜରୁରୀ ହୋଇପଡିଛି| ଦୀର୍ଘ ଦିନ ହେଲା ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ କେଶପୁର ଛକ ରେ ଥିବା ଓଭର ବ୍ରିଜ ରେ ବିଜୁଳି ଆଲୋକ ପାଇଁ ବତୀ ଖୁଣ୍ଟ ପୋତା ଯାଇଥିଲେ ହେଁ ବିଜୁଳି ଖୁଣ୍ଟ ରେ ଆଲୋକ ଜଳୁନି ଯାହା ଫଳରେ ଅଧିକାଂଶ ସମୟ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେବା ସହ ପଥ ଚାରି ମାନେ ଜାତୀୟ ରାଜ ପଥ ରେ ଯିବା ପାଇଁ ବିପଦ ମାନୁଛନ୍ତି | ସାନ ବଡ଼ ଚୋରି ଡକାୟତି ବଢୁଥିବା ର ଅଭି ଯୋଗ ହେଉଛି |
BACK TO TOP