Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

କନ୍ଧମାଳ ରେ ଜିଲ୍ଲା ସ୍ତରୀୟ ବନାଗ୍ନି ନିରାକରଣ ଓ ପ୍ରତିରୋଧ ବୈଠକ ଅନୁଷ୍ଠିତ |

15-Nov-2024

କନ୍ଧମାଳ ଜିଲ୍ଲା ସ୍ତରୀୟ ବନାଗ୍ନି ନିରାକରଣ ଓ ପ୍ରତିରୋଧ ବୈଠକ

              ଓଡିଶା ଜନମତ  ବ୍ୟୁରୋ,

କନ୍ଧମାଳ, ୧୫/୧୧::---- ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କୁ ଜଙ୍ଗଲ ନିଆଁରୁ ରକ୍ଷା କରିବା ପାଇଁ ସରକାର ଅଗ୍ନି ଅସୁରକ୍ଷିତ ସ୍ଥାନଗୁଡ଼ିକୁ ଚିହ୍ନଟ କରିବା ପାଇଁ ବିଭିନ୍ନ ବିଭାଗ ସହିତ ସର୍ବୋତ୍ତମ ସମନ୍ୱୟ ରକ୍ଷା କରିବାକୁ ସ୍ଥିର କରିଛନ୍ତି ଏବଂ ଆଗକୁ ଆସୁଥିବା ଅଗ୍ନିକାଣ୍ଡ ଘଟଣାରେ ଜଙ୍ଗଲରେ ନିଆଁକୁ ରୋକିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ଯାହା କନ୍ଧମାଳ ଜିଲ୍ଲାରେ ଜାନୁଆରୀ ୨୦୨୫ ରୁ ଜୁନ୍‌‌, ୨୦୨୫ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହି କ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ବନାଗ୍ନି ନିରାକରଣ ଓ ପ୍ରତିରୋଧ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଗ୍ନି ଅସୁରକ୍ଷିତ ଅଞ୍ଝଳର ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକମାନଙ୍କୁ ସଚେତନ କରିବା ନିହାତି ଆବଶ୍ୟକ। ଏହି ଜଙ୍ଗଲ ସେମାନଙ୍କର ଏବଂ ସେମାନେ ଭବିଷ୍ୟତରେ ଏଥିରୁ ଲାଭବାନ ମଧ୍ୟ ହୋଇପାରିବେ ଯଦି ଜଙ୍ଗଲ ରହିଥିବ। ପୋଡ଼ୁ ଚାଷ ନ କରି ଯେଉଁ ଜମିରେ ସେ ଚାଷ କରୁଛନ୍ତି ସେଥିରୁ ଦୁଇଟା ଫସଲ ଅମଳ କରିବାକୁ ସେମାନଙ୍କୁ ପ୍ରୋତ୍ସାହନ ଦେବା ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ପ୍ରକାଶ କରିଥିଲେ। ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ୍‌‌ କହିଲେ, ଏହି ଜିଲ୍ଲାରେ ଅଧିକାଂଶ ଲୋକ ଗଛ କାଟିବା ଓ ପୋଡ଼ୁ ଚାଷ କରିବା ଦ୍ୱାରା ଜିଲ୍ଲାର ଜଙ୍ଗଲ ସମ୍ପଦ ହ୍ରାସ ପାଉଛି। ତେବେ, ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ଏବଂ ଏ ଦିଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଗୁଡ଼ିକ ଉଦ୍ୟମରେ ଚଳିତ ବର୍ଷ ଗତ ବର୍ଷ ତୁଳନାରେ ସମ୍ବେଦନଶୀଳ ଅଗ୍ନିକାଣ୍ଡ ପଏଣ୍ଟ କମ୍‌‌ ଥିବା ଜଣାପଡ଼ିଛି। ୨୦୨୫ ମସିହାରେ ଜଙ୍ଗଲ ନିଆଁ ମୁକ୍ତ କନ୍ଧମାଳ ଜିଲ୍ଲା ପାଇଁ ପ୍ରତିଷେଧକ ବ୍ୟବସ୍ଥା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ପଟେଲ କହିଥିଲେ। ସେହିପରି ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ଶ୍ରୀ ବିଶ୍ୱରାଜ୍‌‌ ପଣ୍ଡା କହିଲେ, ଚାଷ ପାଇଁ ଗଛ କାଟି ନିଆଁ ଲଗାଇଦେଲେ ସେମାନଙ୍କର ଳାଭ ବଦଳରେ କ୍ଷତି ହେଉଛି ବୋଲି ସେମାନେ ଜାଣିପାରୁନାହାଁନ୍ତି। ସେଥିପାଇଁ ଅଗ୍ନି ଅସୁରକ୍ଷିତ ଅଞ୍ଝଳର ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକମାନଙ୍କୁ ସଚେତନ କରିବା ନିହାତି ଆବଶ୍ୟକ। ସମ୍ବେଦନଶୀଳ ଅଗ୍ନିକାଣ୍ଡ ପଏଣ୍ଟ ଗୁଡ଼ିକରେ ବାରମ୍ବାର ବୈଠକ କରି ନିଅାଁ ନ ଲଗାଇଲେ ସେମାନଙ୍କର କ’ଣ ସବୁ ଲାଭ ହେବ ସେ ବିଷୟରେ ସ୍ଥାନୀୟ ଲୋକମାନଙ୍କୁ ବୁଝାଇବାକୁ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ। ବନବିଭାଗର ଅଧିକାରୀ, ସ୍ୱେଚ୍ଛାସେବୀ ଭାବେ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାବେ କାର୍ଯ୍ୟକରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ, ପାହାଡ, ବନବାସୀ ସେବା ସମିତି ଇତ୍ୟାଦିର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ, ସବୁଜ ପ୍ରେମୀ ଏବଂ ବନ ସୁରକ୍ଷା ସମିତିର ସଭାପତିମାନେ ସେମାନଙ୍କର ମତ ରଖିବା ସହିତ କାର୍ଯ୍ୟକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ସୂଚନା ଦେଇଥିଲେ ଯାହା ବନ ବିଭାଗର ଆକ୍‌‌ସନ୍‌‌ ପ୍ଲାନ୍‌‌ରେ ସ୍ଥାନ ପାଇବ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧିମାନଙ୍କ ପର୍ଯ୍ୟନ୍ତ ଏବଂ ବନ ବିଭାଗ ସମେତ ପ୍ରତ୍ୟେକ ବିଭାଗ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଗଣ ମାଧ୍ୟମ ସମସ୍ତଙ୍କର ସହଯୋଗରେ ଜଙ୍ଗଲ ନିଆଁକୁ ରୋକାଯାଇପାରିବ। ସେ ନିଆଁ ସ୍ୱାର୍ଥ ହାସଲ ପାଇଁ ଲାଗିଥାଉ କିମ୍ବା ଖଳ ପ୍ରକୃତିର ଲୋକମାନଙ୍କ ଦ୍ୱାରା ଲଗାଯାଇଥାଉ ତାକୁ ଲିଭାଇବା ପାଇଁ ସମସ୍ତଙ୍କର ମିଶନ ହେଉ ବୋଲି ସମସ୍ତେ ମତ ରଖିଥିଲେ। ଫୁଲବାଣୀ ଫରେଷ୍ଟ ଡିଭିଜନର ସହକାରୀ ବନ ସଂରକ୍ଷକ ଶ୍ରୀମତୀ ଶ୍ୱେତାଲିନା ସାହୁ ପାୱାର ପଏଣ୍ଟ ମାଧ୍ୟମରେ ଜଙ୍ଗଲରେ ନିଆଁ ଲାଗିବାର ମୁଖ୍ୟ କାରଣ, ଜଙ୍ଗଲ ନିଆଁର ପ୍ରଭାବ, କେଉଁ କେଉଁ ଗ୍ରାମ ପଞ୍ଝାୟତ ଗୁଡ଼ିକରେ ପ୍ରତିବର୍ଷ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଜଙ୍ଗଲରେ ନିଆଁ ଲଗାଯାଉଛି ସେଗୁଡ଼ିକର ତାଲିକା, ତା’ର ନିରାକରଣ ଓ ପ୍ରତିରୋଧ ପାଇଁ ବିଭିନ୍ନ ବିଭାଗର ଦାୟିତ୍ୱ, ଏବଂ ୨୦୨୫ ମସିହାରେ ଜଙ୍ଗଲ ନିଆଁ ମୁକ୍ତ କନ୍ଧମାଳ ଜିଲ୍ଲା ପାଇଁ ପ୍ରଚେଷ୍ଟା ଉପରେ ସୂଚନା ପ୍ରଦାନ କରିଥିଲେ। ଉକ୍ତ ବୈଠକରେ, ବନଖଣ୍ଡ ଅଧିକାରୀ(କେନ୍ଦୁ ଲିଫ୍‌‌) ଶରତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ, (ରାଜସ୍ୱ) ରମେଶ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀଙ୍କ ସମେତ ଫୁଲବାଣୀ ଓ ବାଲିଗୁଡ଼ା ବନଖଣ୍ଡର ଅଧିକାରୀ, ସ୍ୱେଚ୍ଛାସେବୀ ଭାବେ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାବେ କାର୍ଯ୍ୟକରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟ ନିର୍ବାହୀ, ସବୁଜ ପ୍ରେମୀ ଏବଂ ବନ ସୁରକ୍ଷା ସମିତିର ସଭାପତି ଓ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।

News Comment

You Might Also Like

BACK TO TOP