Breaking News
Breaking News
23-Nov-2024
ବାଲେଶ୍ବର କୋଅପରେଟିଭ ଅର୍ବାନ ବ୍ୟାଙ୍କ ନିଃ.ର
୭୧ତମ ସମବାୟ ସପ୍ତାହର ଉଦ୍ଯାପନ ଦିବସ ପାଳିତ |
ଓଡିଶା ଜନମତ ବ୍ୟୁରୋ,
ବାଲେଶ୍ୱର, 22/11/ :---
ବାଲେଶ୍ଵର କୋଅପରେଟିଭ ଅର୍ବାନ ବ୍ୟାଙ୍କର ୭୧ତମ ସମବାୟ ସପ୍ତାହର ଉଦଯାପନ ଦିବସରେ ବ୍ୟାଙ୍କର ସଭାପତି ସୂର୍ଯ୍ୟକାନ୍ତ କରଙ୍କ ପୌରହିତ୍ୟରେ ଏକ ସଭା ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କବି ପ୍ରଶାନ୍ତ ଦାସ ଯୋଗ ଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ଉପସଭାପତି ନିଶାମଣୀ ପ୍ରଧାନ, ନିର୍ଦ୍ଦେଶକ ଉତ୍ପଳ ମହାନ୍ତି, ଦିପକ ଦାଶ, ଉମାକାନ୍ତ ମହାପାତ୍ର, ଦୁକୁଲ ଚନ୍ଦ୍ର ଘଡେଇ, ଲୋକନାଥ ରଣା, ହରେନ ଚନ୍ଦ୍ର ରଣା, ରଶ୍ମୀ ଦାସ, ହୁରମାତୁନ ବିବି ପ୍ରମୁଖ ଯୋଗ ଦେଇଥିଲେ।
ମୁଖ୍ୟ ଅତିଥ୍ ପ୍ରଶାନ୍ତ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବାଲେଶ୍ଵର କୋଅପରେ ଟିଭ ଅର୍ବାନ ବ୍ୟାଙ୍କ ଏହି ବର୍ଷ ରାଜ୍ୟରେ ୨ୟ ସ୍ଥାନ ଅଧିକାର କରି ଯେଉଁ ଗୌରବ ଅର୍ଜନ କରିଛି । ତାହାଠାରୁବି ବାଲେ ଶ୍ବର କୋଅପରେଟର ଅବାନ ବ୍ୟାଙ୍କ ଲି ୭୧ତମ ନିଖଳ ତାରତ ସମବାୟ ସପ୍ତାହ ଉପଲକ୍ଷେବାଲେଶ୍ବର
ବେଶୀ ସମ୍ମାନ ଜନକ ସଫଳତା ବ୍ୟାଙ୍କର ଓ୍ବାର୍କେ କ୍ୟାପିଟାଲ ୧୦୫ କୋଟି ରେ ପହଞ୍ଚିବା ଏବଂ ଏହାର ନେଟ୍ ଏନ୍ପିଏ ଜିରୋ (୦) ହେବା। ସମବାୟର ଉନ୍ନତି ନିମନ୍ତେ ପ୍ରତ୍ୟେକ ଅଂଶୀଦାରଙ୍କ ଭୂମିକା ଗୁରୁତ୍ଵପୂର୍ଣ ତେଣୁ ସଭାପତି ଶ୍ରୀ କର ସମସ୍ତ ସମବାୟ ପ୍ରେମୀଙ୍କୁ ସଭ୍ୟ ସଂଖ୍ୟା ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲେ। ଏହି ସଭାରେସମବାୟ ବ୍ୟାଙ୍କ ଆଜି ଯେଉଁ ଉନ୍ନତ ସୋପାନ କୁ ଛୁଇଁ ପାରିଛି ସେଥ୍ନିମନ୍ତେ ନିରନ୍ତର ଭାବେ କାର୍ଯ୍ୟ କରି ଥିବା ସଭାପତି ବୃନ୍ଦ, ପରି ଚାଳନା ପରିଷଦ ଏବଂ ସର୍ବୋପରି ବ୍ୟାଙ୍କରକର୍ମଚାରୀ ବୃନ୍ଦଙ୍କୁ ସ୍ମରଣ କରି ଧନ୍ୟବାଦ ଅର୍ପଣ କରାଯାଇଥିଲା। ଶେଷରେ ବ୍ୟାଙ୍କର କାର୍ଯ୍ୟ ନିର୍ବାହୀ ଅଧୂକାରୀ ରାଜୀବ କାନ୍ତ ବେହୁରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
BACK TO TOP