Breaking News
Breaking News
23-Nov-2024
ପ୍ରଥମାଷ୍ଟମୀ(ବା)ପଢୁଆଷ୍ଟମୀ, ର ପୁଜା, ବନ୍ଦାପନା ଓ ଵିଧି ବିଧାନ |
ଓଡିଶା ଜନମତ ବ୍ୟୁରୋ,
ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀତିଥୀଦିନକୁ ପଢୁଆ ଷ୍ଟମୀ ଭାବେ ଓଡ଼ିଶାରେ ପାଳନ କରାଯାଏ । ଏହା ଓଡ଼ିଶାର ଏକ ପାରମ୍ପାରିକ ପର୍ବ ।ଏହା ସୌଭାଗିନୀ ଅଷ୍ଟମୀ, କାଳଭୈରବାଷ୍ଟମୀ ବା ପାପ-ନାଶିନୀଅଷ୍ଟମୀ ଭାବେ ମଧେ ନାମିତ ।ଅତୀତ ରେ, ମାର୍ଗଶିର ମାସକୁ ବର୍ଷର
ଆଦ୍ୟ ମାସ ବା ପ୍ରଥମ ମାସ ବୋଲିଗଣନା କରାଯାଇ, ଏହି ମାସରୁବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷରପ୍ରଥମ ମାସର ପ୍ରଥମ ଅଷ୍ଟମୀକୁପ୍ରଥମାଷ୍ଟମୀ ବୋଲି କୁହାଯାଇଅଛି ।
ଏହି ଦିନ ବଂଶର ପ୍ରଥମ ଜନ୍ମତ ସନ୍ତାନ (ପୁଅ ବା ଝିଅ)ଙ୍କୁ ନୂଆ ପୋଷାକ
ପିନ୍ଧାଇ, ବନ୍ଦାପନା କରାଯାଏ । ଏହିଦିନପରିବାରରଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧିଓ ଦୀର୍ଘ ଜୀବନ ପାଇଁପୂଜାବିଧୂଅନୁଷ୍ଠିତ ହୋଇଥାଏ |ଏହିଦିନସେମାନ ଙ୍କ ର ଦୀର୍ଘଜୀବନ କାମନା
କରିମାଆମାନେଷଠୀଦେବୀଙ୍କରପୂଜା ଅର୍ଚ୍ଚନା କରିଥାନ୍ତି । ପଞ୍ଚପଲ୍ଲବଓ ପଞ୍ଚଶସ୍ୟରେ କଳସପୂଜା ଓବରୁଣ ପୂଜା ହୋଇଥାଏ । ଓଡ଼ିଆପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ
ଦିନ ଘରର ଜ୍ୟେଷ୍ଠସନ୍ତାନସେ
କନ୍ୟା ହେଉ କି ପୁତ୍ର ତାକୁ ସ୍ନାନାନ୍ତେନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେପିଢ଼ା ଉପରେ ବସାଇ ଦୁଇ କାନରେଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇଦୁବ, ବରକୋଳି ପତ୍ର ଓ ହଳଦୀ ଚାଉଳ ମିଶାଇ ସେମାନଙ୍କୁ ମା` ମାନେବନ୍ଦାପନା କରନ୍ତି । ବନ୍ଦାପନାପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁଓ ଗୁରୁ ଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦଭିକ୍ଷା କରନ୍ତି | ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧୂକୁ ‘ପଢୁଆଁ ହେବା` କହିଥାନ୍ତି । ‘ପଢୁଆଁ` ଶବ୍ଦଟି ‘ପ୍ରଥମା’ର ଅପଭ୍ରଂଶ ।ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥୂବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ । ଏହି ଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥୂ ପାଇଁ ମାମୁଁଙ୍କୁ ଶ୍ରଦ୍ଧାଓପରିହାସ ରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ । ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନଘରରଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇଥାନ୍ତି । ଏହିବିଧୂରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶ ବୋଧ ଅତିମାତ୍ରାରେ ନିହିତ ରହିଛି |
ପରମ୍ପରା ଅନୁଯାୟୀ ଏହି ଦିନ ଜଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତ୍ତବ୍ୟରେ ଘର ଚଳାଇବା ଓ ଅନ୍ୟ ସନ୍ତାନ (ଭାଇ ଭଉଣୀ) ମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ଵ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ । ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ଧାନ ବା ଜ୍ୟେଷ୍ଠ ସନ୍ଧାନକୁ ପୂଜା ବନ୍ଦାପନା କରିବାର ବିଧୂ ଆମ ସମାଜରେ ପ୍ରଚଳିତ ।
ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ଵ । ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ଵ । ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ । କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର ହୁଏ । ଏହି ପରମ୍ପରା କାହିଁ କେଉଁ ଯୁଗରୁଓଡ଼ିଶାରେ ଚାଲି ଆସିଛି |
BACK TO TOP