Breaking News

ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||      ଅଦିନିଆ ବର୍ଷାଯୋଗୁଁ ପାଚିଲା ଧାନ ଚାଷ କ୍ଷତିଗ୍ରସ | ଚିନ୍ତାରେ ଚାଷୀ |    (20-Dec-2024)       ||      ଭୁବନେଶ୍ୱର ରେ ଅଙ୍ଗନୱାଡି କର୍ମୀଙ୍କ ବିଭିର୍ଣ୍ଣ ଦାବି ନେଇ ଧାରଣା |    (20-Dec-2024)       ||      ଦୁଈ ଦିନିଆ ଓଡିଶା ଗ୍ରସ୍ତ ରେ ଆସୁଛନ୍ତି ଅମିତଶାହା |    (20-Dec-2024)       ||      ଆସ୍କା ସୂତାକଳ ର ଭାଗ୍ୟ ବଦକି ବକି???   (19-Dec-2024)       ||     

ବଡ଼ ଦିନ ପାଈଁ କନ୍ଧମାଳ ରେ ବ୍ୟାପକ ପ୍ରସ୍ତୁତି ବୈଠକ |

17-Dec-2024

ବଡଦିନ ପାଇଁ କନ୍ଧମାଳରେ ବ୍ୟାପକ ପ୍ରସ୍ତୁତି, 
(ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ପ୍ରଶାସନକୁ ଅନୁରୋଧ,

         ଓଡିଶା ଜନମତ ବ୍ୟୁରୋ,

ବାଲିଗୁଡା,୧୭/୧୨: ଆଉ କେଇଟା ଦିନ ପରେ ବଡଦିନ ଆସୁଛି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ସମଗ୍ର କନ୍ଧମାଳ ଏବେଠାରୁ ଚଳ ଚଞ୍ଚଳ ହୋଇଉଠିଲାଣି। ଖ୍ରୀଷ୍ଟଧର୍ମାଲମ୍ବୀମାନେ ଏହି ପର୍ବ ପାଳନ ପାଇଁ ଏବେଠାରୁ ନିଜ ଘରକୁ ସଜ୍ଜିତ କରିବା ସହ ନୂଆ ପୋଷାକ କିଣିବା, ପିଠାପଣା ପାଇଁ ରାସନ ସାମଗ୍ରୀ ସଂଗ୍ରହ ଆଦି କରିବା ଆରମ୍ଭ ହେଲାଣି। ତେବେ ସାମ୍ପ୍ରଦାୟିକ ଶାନ୍ତି ସଦ୍‌ ଭାବନାରେ ଏହି ପର୍ବ କିଭଳି ପାଳନ କରାଯାଇପାରିବ ସେନେଇ ସ୍ଥାନୀୟ ଓ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରତି ବ୍ଲକ ସ୍ତରୀୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି l ଏ ନେଇ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସର ସଭା ଗୃହରେ ତହ ସିଲ ଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ  ଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡା ଏସଡିପିଓ କମଳ କୁମାର ପଣ୍ଡା, ବିଡ଼ିଓ ପ୍ରୀତି ରଞ୍ଜନ ରଥ, ଆଇଆଇସି ଅଶୋକ କୁମାର ହାଁସଦା ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ବିଭିନ୍ନ ସମ୍ପ୍ରଦାୟ, ବଣିକ ସଙ୍ଘ, ହୋଟେଲ ସଙ୍ଘ, ଚର୍ଚ୍ଚର ପାଳକ, ପ୍ରୀଷ୍ଟମାନେ ଯୋଗ ଦେଇଥିଲେ। ଦାରିଙ୍ଗ ବାଡି ଅଞ୍ଚଳରେ ବଡ଼ ଧୂମ ଧାମରେ ଏହି ପର୍ବ ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା। ପାଳକ ସୁନୀଲ କୁମାର ପ୍ରଧାନ, ସରପଞ୍ଚ ଚନ୍ଦ୍ରିକା ମଲିକ, ବଣିକ ସଙ୍ଘ ସଭାପତି ଲଡ଼ୁ କିଶୋର ସାହୁ, ଚର୍ଚ୍ଚ ଫାଦର ମୁକୁନ୍ଦ ବଳିୟାର ସିଂ ପ୍ରମୁଖ ଯୋଗଦେଇ ଏହି ପର୍ବ ପାଳନ ସମ୍ପର୍କରେ ମତ ପ୍ରକାଶ କରିଥିଲେ। ସେହିପରି ଅଞ୍ଚଳରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଦୁର୍ଘଟଣା ବୃଦ୍ଧି ପାଇଛି ସେହିପରି ମଦ୍ୟପଙ୍କ ଦ୍ରୁତଗତି ଗାଡିଚାଳନା ଓ ବାଇକ ଚାଳକଙ୍କ ଅମାନିଆ ଗାଡି ଚାଳନାକୁ ରୋକିବାକୁ ସ୍ଥାନୀୟ ଲୋକ ପୋଲିସକୁ ନିବେଦନ କରିଥିଲେ। ବଡଦିନ ପର୍ବ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ମଧ୍ୟ ଗାଡି ଦୁର୍ଘଟଣାକୁ ରୋକିବାକୁ ପଦକ୍ଷେପ ନେବାକୁ ଗୁରୁତ୍ୱ ପାଇଁ ବୈଠକରେ କଥା ଉଠିଥିଲା। ଏହାକୁ ବାଲିଗୁଡା ଏସଡିପିଓ ଏବଂ ଆଇଆଇସି ଗୁରୁତର ସହ ନେଇଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପସ୍ଥିତ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

News Comment

You Might Also Like

BACK TO TOP