Breaking News
Breaking News
12-Dec-2024
ସଙ୍ଗୀତ ଗୁରୁ ଆନନ୍ଦ ପ୍ରଧାନଙ୍କ ଶ୍ରାଦ୍ଧ ବାର୍ଷିକୀ ରେ ଭଞ୍ଜ ସଙ୍ଗୀତ ଆସର,
ଓଡିଶା ଜନମତ ବ୍ୟୁରୋ,
ଭଞ୍ଜନଗର ବ୍ଲକ ରୋଡ କଲ୍ୟାଣ ମଣ୍ଡପରେ ବିଶ୍ବ ମାନବାଧିକାର ଦିବସ ଓ ଗୁରୁ ଆନନ୍ଦ ପ୍ରଧାନଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଛି। ଏହି ଅବସରରେ ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ୮୯ ତମ ମାସିକ ଭଞ୍ଜ ସଙ୍ଗୀତ ଆସର ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନଗରପାଳ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷ ଶୁଭଶ୍ରୀ ଦାସ,ପ୍ରାକ୍ତନ ନଗରପାଳ ସୁଧୀର ରଞ୍ଜନ ବେହେରା,କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା,ସଙ୍ଗୀତଜ୍ଞ ଲୋକନାଥ ମହାନ୍ତି,ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ,ଅର୍ଜୁନ ବେହେରା,ସୁଶାନ୍ତ ମହାପାତ୍ର ମଞ୍ଚାସିନ କଳା ଓ ସଂସ୍କୃତିର ମାଟି ଘୁମୁସର ମାଟିରେ ବହୁ କଳାକାର ଜନ୍ମ ଗ୍ରହଣ କରି ବିଶ୍ବ ଦରବାରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଏହି ମାଟିକୁ ଗୌରବାନିତ୍ବ କରିଛନ୍ତି ବୋଲି କହିଥିଲେ। ଅତିଥି ମାନେ ମାନବାଧିକାର ଦିବସର ଗୁରୁତ୍ବ ସହ ଗୁରୁ ଶିଷ୍ୟ ପରମ୍ପରା ଦ୍ବାରା ଆମ କଳା ସାହିତ୍ୟ ସଂସ୍କୃତିକୁ ଆଗାମୀ ପିଢି ପର୍ଯ୍ୟନ୍ତ ବଞ୍ଚାଇ ରଖାଯାଇ ପାରିବ ବୋଲି କହିଥିଲେ। ଏହାକୁ ସମ୍ପାଦକ ଅଶୋକ ମହାପାତ୍ର ପରିଚାଳନା କରିଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ରିତିସ୍ନିଗ୍ଧା ପ୍ରଧାନ,ସୁନୀତା ତ୍ରିପାଠୀ,ଆନନ୍ଦ ରାଓ ସୁବୁଦ୍ଧି, ସଖିନାଟକ ଗୁରୁ ଶିବ ଶଙ୍କର ପାଣି,ପରିମଳ ସେବା ରତ୍ନ ଭାବେ ଅଶୋକ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏଥିରେ ଆୟୋଜିତ ଭଞ୍ଜ ସଙ୍ଗୀତ ଆସରରେ ରଶ୍ମିତା ଭୂୟାଁ,ଚିନ୍ମୟୀ ଗୌଡ଼,ନିପାରଣି ଗୌଡ଼, ସୁଧାଂଶୁ ରାଣୀ ଜେନା,ଚିନ୍ମୟୀ ଗୌଡ,ପୁଷ୍ପାଞ୍ଜଳୀ ସାହୁ,ଅଭିଷେକ ମହାପାତ୍ର ପ୍ରମୁଖ ଆସରରେ ସାମିଲ ହୋଇଥିଲେ।
BACK TO TOP