Breaking News
Breaking News
18-Nov-2024
ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ବିବାହ ବନ୍ଧନ ରେ ବାନ୍ଧି ହେଲେ ଅଭିନେତ୍ରୀ ଏଲିନା |
ଓଡିଶା ଜନମତ ବ୍ୟୁରୋ,
ଆଦିବାସୀ ବହୁଳ ଅଞ୍ଚଳ ତଥା ମାଆ ତାରିଣୀ ଙ୍କ ଜିଲ୍ଳା କେଉଁଝର ରେ ଜୁଲାଇ 23 /1996 ମସିହାରେ ଜନ୍ମହୋଇ ଥିଲେ | ଏବଂ ଗ୍ରାମ୍ୟ ପାଠ ପଢ଼ା ସାରି ଭୁବନେଶ୍ୱର ରେଭେନ୍ସା ରେ ଇଂଲିଶ ଅନର୍ସ ରେ ସ୍ନାତକ ପଢି ଥିଲେ | ଭୁବନେଶ୍ୱର ରେ ପଢୁଥିଲା ବେଳେ ଏଲିନା ସାମନ୍ତରାୟ ଯିଏକି ଦିନେ ଏକ ରିଏଲଟି ଶୋର "ମୁଁବି ହେବି ନାୟିକା ` କାର୍ଯ୍ୟ କ୍ରମରେ ଭାଗ ନେଇ ଥିଲେ | ଏବଂ ଭାଗ୍ୟ ତାଙ୍କୁ ସାଥ ଦେଇ ଥିଲା | ସେହି କାର୍ଯ୍ୟକ୍ରମ ରେ ଅନେକ ତରୁଣୀଙ୍କୁପଛ ରେପକାଇ ସେ ଶୀର୍ଷ ସୋପାନ ରେ ପହଞ୍ଚି ପାରିଥିଲେ | ଏବଂ ରିଅଲଟି ଶୋର ବିଜେତା ହେବା ପରେ ସେ ପ୍ରଥମେ 2015 ରେ ଚଳଚିତ୍ର ଜଗତ ରେ ପାଦ ଦେଇ ତାଙ୍କର କେରିୟର ଆରମ୍ଭ କରି ଆଗକୁ, ଆଗକୁ ବଢ଼ି ଚାଲିଥିଲେ | ସେ ଫିଲିମ ଜଗତ ରେ ସେ ଅନେକହିରୋ ଙ୍କ ସହ ଅଭିନୟ କରି ଦର୍ଶକ ମାନଙ୍କୁ ତାଙ୍କର ଅଭିନୟଯାଦୁ ରେ ବାନ୍ଧି ରଖିବାରେ ସାମର୍ଥ ହୋଇ ଥିଲେ | ସେ ପ୍ରଥମଫିଲ୍ମ "ଇସ୍କ ତୁ ହି ତୁ` ଅଭିନେତା ଅରିନ୍ଦମ ଙ୍କ ସହ ଆରମ୍ଭ କରି ଥିଲେ | ଏବଂ ଫିଲ୍ମିଟି କୁ ମଧ୍ୟ ଦର୍ଶକ ବହୁତ ମାତ୍ରା ରେ ପସନ୍ଦକରିଥିଲେ | ଯାହା ଫଳରେ ସେହି ପ୍ରଥମ ଫିଲ୍ମ ତାଙ୍କୁ ଆଗକୁ ଯିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରାସ୍ତା ସୃଷ୍ଟି କରିପାରି ଥିଲା | ଏହା ପରେ ଏଲିନା ଆଉ କେବେ ବି ପଛକୁ ଫେରି ନଥିଲେ ଓଡ଼ିଆ ଫିଲ୍ମସହିତସେଅନେକବଙ୍ଗଳା ଫିଲ୍ମରେମଧ୍ୟଅଭିନୟକରିଛନ୍ତି | ତେବେଏହାର କିଛି ବର୍ଷ ପରେ ସେ ଭଲ ପାଉଥିବା ତାଙ୍କ ପ୍ରେମିକା ବନ୍ଧୁ ଅନୁରାଗ ସହ ସମ୍ପର୍କ ରେ ରହି ଥିଲେ | ତେବେ ଏଲିନା ସବୁ କଳ୍ପନା ର ଅନ୍ତ ଘଟାଇ ପ୍ରେମିକ ବନ୍ଧୁ ଅନୁରାଗ ପଣ୍ଡାଙ୍କ ସହ ବିବାହ ବନ୍ଧନ ରେ ବାନ୍ଧି ହୋଇ ଯାଇ ଛନ୍ତି | ଆସନ୍ତୁ ଜାଣିବା ସେ କେଉଁଠି ବାହାହେଲେ |
28 ବର୍ଷ ରେ ପାଦ ଦେଇ ନିଜ ପୁରୁଷ ବନ୍ଧୁଙ୍କ ସହ ବିବାହ ବନ୍ଧନରେବାନ୍ଧିହେଲେ ଓଲିଉଡର ଚୁଲବୁଲି ନାୟିକ ଏଲିନା ସାମନ୍ତରାୟ। ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ବିଦ୍ଧ ଭାବେ ପ୍ରେମିକ ଅନୁରାଗ ପଣ୍ଡାଙ୍କ ହାତଧରିଛନ୍ତିଏଲିନା ।
ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ଦୁହେଁ ଦୁହିଁଙ୍କୁ ରୀତି ନିତି ଅନୁସାରେ ବିବାହ ବନ୍ଧନ ରେବାନ୍ଧି ହୋଇ ସ୍ୱାମୀ, ସ୍ତ୍ରୀ ହେବାର ସୁଯୋଗ ଲାଭ କରିଛନ୍ତି |ଏଲିନା ଦୀର୍ଘସମୟ ଧରି ପ୍ରେମ ସଂପର୍କରେ ରହିବା ପରେ ଦୁହେଁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଦୁଇ ପରିବାରରନିକଟସ୍ତ ସମ୍ପର୍କୀୟ ମାନେ ଉପସ୍ଥିତ ରହି ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ!|
ଏଲିନା ଓ ଅନୁରାଗଙ୍କ ବିବାହ ଖବର ସମସ୍ତ ଦର୍ଶକଙ୍କୁ ଚମକେଇ ଦେଇଛି ।ଏହି ଖବର ପ୍ରଚାରିତ ହେବା ପରେ ଏଲିନା ଙ୍କ ବହୁ ପ୍ରଶଂସକ ତାଙ୍କୁ ଅଭିନ ନ୍ଦନ ଜଣାଇବା ସହ ଦୁହିଁଙ୍କ ବିବାହ ଜୀବନ ସୁଖମୟ ହେଉ ବୋଲି ଜଣାଇ ଛନ୍ତି |
BACK TO TOP