Breaking News
Breaking News
18-Nov-2024
ଆସିକା ସମବାୟ ଚିନିକାରଖାନା ର ଉର୍ନ୍ନତି ନେଇ ବାର୍ଷିକ ସଧାରଣ ବୈଠକ |
ଓଡିଶା ଜନମତ ବ୍ୟୁରୋ ,
ଗଞ୍ଜାମ ଜିଲ୍ଲା ର ସର୍ବ ବୃହତ ଶିଳ୍ପ ହିସାବରେ କେତେଗୋଟି ମଧ୍ୟରୁ ଆସିକା ଚିନିଶିଳ୍ପ ଅନ୍ୟତମ | ତେବେ ବହୁବର୍ଷ ହେଲା ରୁଗ୍ନ ଓ ଜରାଜୀର୍ଣ ଭାବେ ରହିଥିବା ଏହି କାରଖାନାକୁ ପୁଣିଥରେ ଏକ ଅଗ୍ରଣୀ ଶିଳ୍ପ ଭାବେ ପରିଗଣିତ କରିବାକୁ ଆସିକା ସମବାୟ ଚିନିଶିଳ୍ପର ବାର୍ଷିକ ସାଧାରଣ ସଭାରେ ଏକ ନିଷ୍ପତି ନିଆଯାଇଛି l ଏହି ପରିପେକ୍ଷୀରେ ଆଖୁ ଚାଷ ହେଉଥିବା ଗଂଜାମ ଜିଲ୍ଲାର ପରିସୀମାର ୧୬ଟିବ୍ଲକ,ନୟା ଗଡ଼ ଜିଲ୍ଲାର ଚାରି ଗୋଟି ବ୍ଲକ ଏବଂ ଖୋର୍ଦ୍ଧା ଜିଲ୍ଲାର ଦୁଇଟି ବ୍ଲକର ଆଖୁ ଚାଷୀ,କାରଖାନା ର ଅଂଶୀଦାର, ଏବଂ ଶିଳ୍ପର ପରିଚାଳନା ନିର୍ଦ୍ଦେଶକ ମାନେ ଯୋଗ ଦେଇଥିଲେ l ଏହି ବୈଠକ ରେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ , ଆସିକା ମାନ୍ୟବର ବିଧାୟକ ସରୋଜ ପାଢ଼ୀ, ପରିଚାଳନା ନିର୍ଦ୍ଦେଶକ ଡ.ସୁଶାନ୍ତକୁମାରପଣ୍ଡା,ପରି ଚାଳନା କମିଟିର ସଭାପତି ରବୀନ୍ଦ୍ର ପଣ୍ଡା,ଉପସଭାନେତ୍ରୀ ସ୍ନେହଲତା ଚଣ୍ଡ, କୃଷକନେତା ସମୀର ପ୍ରଧାନ,ବହୁମୁଖୀ ସେବା ସମବାୟ ସମିତି ର ସଭାପତି କାର୍ତ୍ତିକେଶ୍ୱର ପରିଡା, ସମେତ ସମସ୍ତ ପରିଚାଳନା ନିର୍ଦ୍ଦେଶକ ଯୋଗ ଦେଇଥିଲେ l ଆଖୁ ଚାଷ ର ବିକାସ ପାଇଁ ଚାଷୀ ଙ୍କୁ ପ୍ରୋତ୍ସାହନ ଦେବା ସହ ପ୍ରସାର ପ୍ରଚାର କରାଯିବା, ଜଗନ୍ନାଥ ପ୍ରସାଦ ଅଂଚଳ ରେ ଆଜକୁ ଦୁଇ ବର୍ଷ ହେଲା ଆଖୁ ଚାଷିଙ୍କୁ ଋଣ ନଦେବା ସମ୍ପର୍କ ରେ ଜଗନ୍ନାଥ ପ୍ରସାଦ ସେବା ସମବାୟସମିତିରଡାଇରେକ୍ଟର ନିରାକାର ସାହୁଅଭିଯୋଗ କରିଥିଲେ । ଚିନି କାରଖାନା ର ଉନ୍ନତି ପାଇଁ ଡାଇରେକ୍ଟର ନିରାକାର ସାହୁ ନିମିନା ର ବିଦ୍ୟାନ୍ତ ଚର୍ଚ୍ଚି ଏବଂ ଅନ୍ୟ ନିର୍ଦ୍ଦେଶକ ମାନଙ୍କ ବିଭିନ୍ନ ମତ ଉପସ୍ଥାପନ କରିବା ପରେ ପ୍ରସ୍ତାବ ଗୃହୀତ ହୋଇଥିଲା l
ଉପସ୍ଥିତ ବିଧାୟକ ଓ ସାଂସଦ ଉଭୟେ ଏହି ଶିଳ୍ପ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସ୍ତରରେ ଏକ ଡିପିଆର ପ୍ରସ୍ତୁତ କରି ତାକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି l ଆଜିର ଏହି ବୈଠକ ରେ ଭଞ୍ଜନଗର, ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା, ବୁଗୁଡ଼ା, ପୋଲସରା, ଆସ୍କା, ସୋରଡ଼ା, ଶେରଗଡ଼, ସାନଖେମୁଣ୍ଡି, ଦିଗପହଣ୍ଡି କୁ ମିଶି ୧୦ ବ୍ଲକ ର ୫୭ ସେବା ସମିତି ର ନିର୍ଦ୍ଦେଶକ ମାନେ ଯୋଗ ଦେଇଥିଲେ l ପରିଶେଷରେ ଅଧିକ ବିଲରେ ଆଖୁ ଚାଷ କରିଥିବା ବେଗୁନିଆପଡା ର କିଶୋର ଚନ୍ଦ୍ର ମେହେଣା, କମ ଜମିରେ ଅଧିକ ଚାଷ କରିଥିବା ଆସ୍କା ତରାସିଂଙ୍ଗି ର ଧୋବା ବେହେରା, ବୈଞ୍ଜାନିକ ପଦ୍ଧତି ରେ ଆଖୁଚାଷ ପାଇଁଶେରଗଡ଼ ବ୍ଲକ ତାକରଡା ର ସିମାଞ୍ଚଳ ନାହାକ ଓ କୁମାରପାଣି ର ନିୟମିତ ଭାବେଆଖୁଯୋଗାଇ ଥିବାରୁ ପଦ୍ମ ଚରଣ ବିଷୋୟୀ କୁ ଅତିଥିମାନେ ସମ୍ମାନୀତ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଚିନିଶିଳ୍ପ ର ଅନେକ କର୍ମ ଚାରୀ ସହଯୋଗ କରିଥିଲେ l
ଚିନିଶିଳ୍ପରକୃଷକଭବନଠାରେ ସାଧାରଣ ସଭାରେ ୨୦୨୩ ରେ ୧୫୮. ୫୭ କୋଟି ଟଙ୍କା ରାଜସ୍ୱଆଦାୟ,୧୫୫.୫କୋଟି ଟଙ୍କା ବ୍ୟୟ ହୋଇଥିଲା l ପୂର୍ବରୁ ସଂଚିତ କ୍ଷତି ୦୫. ୨୧ କୋଟି ଟଙ୍କା ବାବଦ କୁ ଲାଭ ଥିବା ୦୩. ୦୭ କୋଟି ପୈଠ କରାଯାଇଛି l ଆହୁରି ୦୨. ୧୪ କୋଟି ଟଙ୍କା ର ସଂଚିତ କ୍ଷତି ରହିଛି l ସେହିଭଳି ଆଗାମୀ ୨୦୨୪-୨୫ ନିମନ୍ତେ ଚିନି ବିକ୍ରୟ, ଆସ୍କା ୪୦, ଓ ଅନ୍ୟାନ ବାବଦ କୁ ୧୯୯. ୩୫ କୋଟି ଟଙ୍କା ଆଦାୟ ଏବଂ ଶିଳ୍ପ ର ଅନ୍ୟାନ ଖର୍ଚ୍ଚ ବିକ୍ରୟ ବାବଦ କୁ ୧୯୬. ୨୧ କୋଟି ବ୍ୟୟ ହେବ ବୋଲି ଲକ୍ଷ ଧାର୍ଯ୍ୟ ରଖାଯାଇଛି ବୋଲି ପରିଚାଳନା ନିର୍ଦ୍ଦେଶକ ଡ.ସୁଶାନ୍ତ କୁମାର ପଣ୍ଡା କହି ଥିଲେସେହିପରି ଜମିକୁପାଣି,ଆଖୁଚାଷୀଙ୍କୁ ଆର୍ଥିକ ପ୍ରୋତ୍ସହନ ,ସୁରାଶିଳ୍ପରେ ଉତ୍ପାଦନ ହେଉଥିବା ଆସିକା ଫଟିର ଦରବୃଦ୍ଧି,ଶିଳ୍ପର ପୁରା ତନ ଯନ୍ତ୍ରାଂଶ ପରିବର୍ତ୍ତନ କରି ନୂତନ ଯନ୍ତ୍ରାଂଶ ଦ୍ୱାରା ଆଖୁ ପେଡା କାର୍ଯ୍ୟକୁ ଅଗ୍ରଗତି କରିବା, ଆବଶ୍ୟକ ଅଟେ | କର୍ମଚାରୀ ନିଯୁକ୍ତି ,ସର୍ବପୁରା ତନ ଏହି କାରଖାନାର ମରା ମତି ସକାଶେ ସରକାରୀ ଅନୁଦାନ ପ୍ରଦାନ ଉପରେ ସାଂସଦ ଗୁରୁତ୍ୱ ଦେଇଥିଲେ lଏହିଶିଳ୍ପକୁ ପୁନଃ ରୁଦ୍ଧାର ଏବଂ ଋଣ ମୁକ୍ତ ନିମନ୍ତେ ଆସିକା ମାନ୍ୟ ବର ବିଧାୟକ ଓଡିଶା ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି l ଅତିଶୀଘ୍ର ରାଜ୍ୟ ସରକାର ଉଚ୍ଚ ସ୍ତରୀୟ ବୈଠକ କରି ଏହାର ଆସୁ ସମାଧାନ କରିବେ l ଆସିକା ଚିନିଶିଳ୍ପର ଋଣ ଭାର ହ୍ରାସ ପାଇଁ ନୂତନ ପ୍ଲାଣ୍ଟ ତଥା ଅଟା କାରଖାନା, ପାଣି ବୋତଲ କାରଖାନା,ଏଥେନେଲ ପ୍ଲାଣ୍ଟ ନିର୍ମାଣ ହେଲେ ଅଞ୍ଚଳ ର ରୋଜଗାର ବୃଦ୍ଧି ସାଙ୍ଗକୁ ଲୋକ ମାନଙ୍କ ଦାଦନ ବନ୍ଦ ହେବ ବୋଲି କହିଥିଲେ l
BACK TO TOP