Breaking News
Breaking News
29-Nov-2024
ଓଡ଼ିଶାରେ ୨ହଜାର ୧୦୩ ହାତୀ ଥିବାର ଗଣନା ରିପୋର୍ଟ ରୁ ଜଣା ପଡିଛି |
ଓଡିଶା ଜନମତ ବ୍ୟୁରୋ ,
ମାଫିଆ ଓ ଶିକାରୀ ମାନେହାତୀ ମାନଙ୍କୁ ବିଭିର୍ଣ୍ଣ ଉପାୟରେ ମାରିଦେଉଥିବାର ଖବର ବିଭିର୍ଣ୍ଣ ଗଣ ମାଧ୍ୟମ ରେ ପ୍ରଚାରିତହେବା ପରେରାଜ୍ୟ ସରକାର ବର୍ତମାନ ସୁଦ୍ଧା ଓଡ଼ିଶାରେ କେତେ ହାତୀ ଅଛନ୍ତି ତାଉପରେ ଗଣନାକରିଥିଲେ | ତେବେ ଗଣନା କରିବା ପରେ ଓଡ଼ିଶାରେ ୨୦୨୪ ସୁଦ୍ଧା ହାତୀ ଗଣନା ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ୩୮ଟି ବନଖଣ୍ଡରେ ଅଛନ୍ତି ୨,୧୦୩ ହାତୀ। ଚଳିତବର୍ଷ ରାଜ୍ୟରେ ବଢ଼ିଛନ୍ତି ମାତ୍ର ୫ ହାତୀ। ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ହାତୀଙ୍କ ମଧ୍ୟରେ ୩୩୪ଟି ବଡ଼ ଦନ୍ତା ହାତୀ, ୧୨ଟି ବଡ଼ ମାଖନା ହାତୀ, ୬୭୮ଟି ମାଇ ହାତୀ ଓ ୪୦୩ଟି ହାତୀ ଛୁଆ ଅଛନ୍ତି। ଢେଙ୍କାନାଳ ଡିଭିଜନରେ ସର୍ବାଧିକ ୨୯୧ଟି ହାତୀ ଅଛନ୍ତି। ସେହିପରି କେନ୍ଦୁଝର ଡିଭିଜନରେ ୧୬୦ଟି, ଆଠ ଗଡ଼ ଡିଭିଜନରେ ୧୨୪ଟି, ଦେବଗଡ଼ ଡିଭିଜନରେ ୧୨୩ଟି ଓ ଅନୁଗୁଳ ଡିଭି ଜନରେ ୧୧୭ଟି ହାତୀ ଅଛନ୍ତି। ସେଥିମଧ୍ୟରୁ ୩୩୪ ବୟସ୍କ ଦନ୍ତା ହାତୀ, ୧୨ ବୟସ୍କ ମଖନା, ୬୭୮ ବୟସ୍କ ମହିଳା, ୧୮୬ ମଧ୍ୟ ବୟସ୍କ ଦନ୍ତା ହାତୀ, ୪ ମଧ୍ୟ-ବୟସ୍କ ମଖନା, ୩୦୫ ମଧ୍ୟ - ବୟସ୍କ ମହିଳା, ୧୮୧ ନାବାଳକ ଏବଂ ୪୦୩ ଛୋଟ ହାତୀ ରହିଛନ୍ତି। ଜନଗଣନା ସମୟରେ ୧୩ ଟି ବିଭାଗରେ ହାତୀର ଉପସ୍ଥିତିର ପ୍ରମାଣ ମିଳିନାହିଁ। ରିପୋର୍ଟ ମୁତାବକ ଜନଗଣନା ୨୦୨୪ ମଧ୍ୟରେ ସମୁଦାୟ ୪୮ ହାତୀଙ୍କର ମୃତ୍ୟୁ ହୋଇଛି।
BACK TO TOP