Breaking News
Breaking News
22-Nov-2024
ହିଞ୍ଜିଳି ଛକର ରାସ୍ତା କଡରେ ପରିବା ଵେବସାୟ କରୁଥିବା ବ୍ୟବ ସାୟୀ ଙ୍କୁ ପୌର ପ୍ରାଶାସନ ନିର୍ଦେଶ ରେ ପୋଲିସ ହଟାଇଛି |
ଓଡିଶା ଜନମତ ବ୍ୟୁରୋ ,
ହିଞ୍ଜିଳିକାଟୁ ମୁଖ୍ୟ ଛକ ଠାରେ ଦୀର୍ଘ ବର୍ଷ ହେଲା ପରିବା ବ୍ୟବସାୟ କରି ବହୁତ ଲୋକ ଜୀବିକା ନିର୍ବାହ କରି ଆସୁଥିଲେ | ତେବେ ସେମାନଙ୍କ କାୟା ଏତେ ବିସ୍ତାର ହୋଇ ଗଲାଯେ ଲୋକଙ୍କ ଯାତାୟାତ ଓ ଗାଡି ମୋଟର ଯିବା ସମ୍ଭବ ହେଲା ନାହିଁ | ଏବଂ ଅଧିକାଂଶ ଦିନ ସେହିଁ ଛକରେଛୋଟ, ବଡ଼ ଦୁର୍ଘଟଣାଘଟୁଥିଲା | ତେବେ ହିଞ୍ଜିଳି ମୁଖ୍ୟ ରାସ୍ତା ଦେଇ ତାରା ତାରିଣୀ, ଖରିଡା ଆଲପୁର ,ପୁରୁଷୋତ୍ତମପୁର, ସିକିରି, ରାଳବ, ଅନୁରିଗାଁ,
କୋଳିଦାସପୁର ପ୍ରମୁଖ ଗାଁ କୁ ବହୁ ଯାତ୍ରୀ, ଗାଡି, ମୋଟର, ଅଟୋ ସହିତ ଲଗେଜ ଗାଡି ଗୁଡ଼ିକ ମଧ୍ୟ ସେହିଁ ରାସ୍ତା ଦେଇ ଚଳ ପ୍ରଚାଳ କରୁଛନ୍ତି |
ଏପରିକି ସଂପୂକୁ ରାସ୍ତାଦେଇକେନ୍ଦ୍ରୀୟବିଦ୍ୟାଳୟ ,ବୃନ୍ଦାବନ ସରକାରୀ ଉଚ୍ଚବିଦ୍ୟାଳୟ କୁ ବହୁ ଶିକ୍ଷାର୍ଥୀ ଯାତାୟତ କରିବାସହ ବିଭିନ୍ନ କାର୍ଯ୍ୟରେ ବହୁପଥଚାରୀଡାକକାର୍ଯ୍ୟାଳୟକୁ ଯାତାୟତ କରିଥାନ୍ତି। ପରିବାବଜାର ରାସ୍ତାର ଉଭୟ ପାର୍ଶ୍ଵରେ ବହୁ କ୍ଷୁଦ୍ରପରିବା ବ୍ୟବସାୟୀ ରାସ୍ତା ଉପରେ ବସି ସେମାନଙ୍କ ବ୍ୟବସାୟ କରି ଆସୁଥିଲେ। ଫଳରେ ସଂପୂକ୍ତପରିବା ବଜାର ରାସ୍ତା ସଂକୀର୍ଣ୍ନ ହେବା ସହ ଗାଡି ମୋଟର ଯିବା ଆସିବାରେ ବହୁ ଅସୁବିଧା ସୃଷ୍ଟିହେଉ ଥିଲା |ଫଳରେସଂପୂକୁପରିବା ବଜାର ରାସ୍ତା ସଂକୀର୍ଣ୍ଣ ହେବା ସହ ଗାଡିମୋଟର ଚଳାଚଳ ସମୟରେ ଗୁରୁତର ଟ୍ରାଫିକସମସ୍ୟା ସୃଷ୍ଟି ହେବା ସହ ବିଭିନ୍ନ ସମୟରେଛୋଟ ବଡ ଦୂର୍ଘଟଣା ଘଟୁଥିବା ନଜିର ରହିଥିଲା।ଘଟଣା ସମ୍ପର୍କରେ ବିଭିନ୍ନ ସମୟରେ ବିଭିନ୍ନଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଖବର କୁ ଅନୁଭବ କରି ଗତ କାଲି ହିଞ୍ଜିଳିକାଟୁ ପୌର ଓ ପୁଲିସ ପ୍ରଶାସନ ପକ୍ଷରୁ ମିଳିତ ପଦ କ୍ଷେପଗ୍ରହଣକରାଯାଇଛି। ପୌର କାର୍ଯ୍ୟନିର୍ବାହୀ ଅଧୂ କାରୀ ଜୁବୁଲି ଚରଣବେହେରା ଓହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ନେତୃତ୍ୱରେ ପୌର ଏନଫୋର୍ସ ମେଣ୍ଟ ଟିମ୍ ଓପୁଲିସ ପ୍ରଶାସନ ପରିବା ମାର୍କେଟରେ ପହଞ୍ଚିରାସ୍ତା ଉପରେ ବସିଥିବା ୪୦ ରୁ ଉର୍ଦ୍ଧ କ୍ଷୁଦ୍ର ପରିବାବ୍ୟବସାୟୀଙ୍କୁ ରାସ୍ତାରୁ ହଟାଇଛି। ଥାନା ଏସଆଇସୁନିଲ କଣ୍ଡାଗୋରି , ଏଏସଆଇ ଅନନ୍ତି ଶବର ଓପୌର ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟକ୍ରମ ରେଅଂଶ ଗ୍ରହଣ କରିଥିଲେ। କିଛି ଦିନର ବ୍ୟବଧାନ ପରେ ଏହି ଭଳି ନିଷ୍ପତି ପୌର ପ୍ରଶାସନ ପକ୍ଷରୁ ନିଆ ଯାଉଥିବାରୁ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଆଇନ ଯିବି, ଓ ଅଧିକାଂଶ ଜନତା କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୋଲିସ ଙ୍କୁ ସାଧୁବାଦ ଜଣାଇଛନ୍ତି | ଏହା ସହ ଯେଉଁମନେ ସେଠାରେ ବ୍ୟବସାୟ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ, ସେମାନଙ୍କ ଜୀବନ ଧାରଣ ନିମନ୍ତେ ପୌର ପ୍ରଶାସନ ମଧ୍ୟ କିଛି ପଦେକ୍ଷେପ ଗ୍ରହଣ କରି ସେମାନଙ୍କୁ କୌଣସି ସ୍ଥାନରେ ପ୍ରଥମେ ଟେମ୍ପୋ ରେରୀ ଭାବେ ଏବଂ ପରେ ସ୍ଥାୟୀ ବ୍ୟବସ୍ତା କଲେ ତାଙ୍କର ପିଲା ଛୁଆ, ଘରସଂସାର ମଧ୍ୟ ଚାଲି ପାରିବ ବୋଲି ଜନ ସାଧାରଣ ଦାବି କରିଛନ୍ତି | |
BACK TO TOP