Breaking News
Breaking News
19-Nov-2024
ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ,ହଜାର ହଜାର ଶ୍ରଦ୍ଧାଳୁ ସାମିଲ,
(ସାଧୁ ସନ୍ଥ ଙ୍କ ଦିବ୍ୟ ଜ୍ଞାନରେ ପ୍ରକମ୍ପିତ ହେଲାପରିବେଶ |
ଓଡିଶା ଜନମତ ବ୍ୟୁରୋ ,
ବାଲିଗୁଡା ,୧୯/୧୧: --- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପାର୍ଶ୍ଵ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବର ଚତୁର୍ଥ ଦିନରେସୂର୍ଯ୍ୟପୂଜା ,ଦେବତାଙ୍କ ମହାସ୍ନାନ,ସଲାପୂଜା ହୋମ ନାମ ଯଜ୍ଞ ,ଅନ୍ନଯଜ୍ଞ ହୋଇଥିବା ବେଳେ ମଧ୍ୟ ରାତ୍ର ରେ ଦେବତାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ର ପ୍ରତିଷ୍ଠିତ ସାଧୁ ସନ୍ଥ ସ୍ଵାମୀ ଜୀବନ ମୁକ୍ତାନନ୍ଦାପୁରୀ ,ସ୍ଵାମୀ ସତ୍ୟାନନ୍ଦ ଗିରି ,ସ୍ଵାମୀ ସୃତି ସାଗର ,ସାଧୁପ୍ରଭାକରଦାସ ,ସାଧୁ ବିପିନ ଦାସ ,ସନ୍ଥଯୋଗୀ ରାଜ,ଅଯୋଧ୍ୟାମହାରାଜ , ସୁରେନ୍ଦ୍ର ଦାସ ,ପ୍ରଭୁ ସେବକ ଦାସ ,ଶତୃଘନ ଦାସ ,ଆନନ୍ଦ ଦାସ ,ହନୁମାନଦାସ ,ଶିବା ନନ୍ଦ ବ୍ରହ୍ମଚାରି ,ମୁନସି ରାମ ଦାସ ,ସାଧୁ ନନ୍ଦ ବ୍ରହ୍ମଚାରି, ପରମାନନ୍ଦ ବ୍ରହ୍ମଚାରି ପ୍ରମୁଖ ସାମିଲ ହୋଇ ଶ୍ରଦ୍ଧାଳୁ ଙ୍କୁ ଦିବ୍ୟ ଜ୍ଞାନ ପ୍ରବଚନ ମାଧ୍ୟମ ରେ ପ୍ରଦାନ କରିଛନ୍ତି । କର୍ତ୍ତା ଭାବେ ସନ୍ତୋଷ ପଣ୍ଡା, ମଧୁ ସୂଦନ ଦାସ, ଡଃ.ଗୋପାଳ କୃଷ୍ଣ ପଣ୍ଡା, ସୀମାଞ୍ଚଳ ପଣ୍ଡା, ସୁରେନ ଦାସ ଓ ବନମାଳୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମନ୍ଦିର ପ୍ରତିଷ୍ଠା କରିଥିଲେ । ପୁରୋହିତ ଭାବେ ପଣ୍ଡିତ ପୀତାମ୍ବର ରଥଶର୍ମା , ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ଦେବାଶିଷ ରଥ ,ଦେବୀପ୍ରସାଦରଥ ,ରାମ କୃଷ୍ଣ ଆଚାର୍ଯ୍ୟ, ମନ୍ତ୍ର ପାଠ କରିଥିଲେ । ଗାୟତ୍ରୀ ପରିବାର ପକ୍ଷରୁ ଖାଦ୍ୟ ପରିବେଷଣ କରାଯାଉ ଥିବା ବେଳେ ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ଓମ ଶାନ୍ତି ପକ୍ଷରୁ ଦିବ୍ୟ ଜ୍ଞାନ ପ୍ରଦାନ କରଯାଇଥିଲା । ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେ ଶ୍ଵରୀ ସିଂଙ୍କୁ ମଧ୍ୟ ସ୍ଵାଗତ କରିବା ପରେ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ରେ ସାମିଲ ହୋଇଥିଲେ । ଜଗନ୍ନାଥ ଙ୍କୁ ଦର୍ଶନ କରିବା ସହ ଉପସ୍ଥିତ ସାଧୁ ସନ୍ଥ ଓ ଭକ୍ତଙ୍କ ସହ ମିଶି ଆଶ୍ରିବାଦ ଲାଭ କରିଛନ୍ତି l
BACK TO TOP