Breaking News
Breaking News
17-Nov-2024
ରୋଷେଇ ଘରେ ଗ୍ୟାସ ସିଲିଣ୍ଡର ରୁ ନିଆଁ ଲାଗି ତିନି ଜଣ ଗୁରୁତର |
ଓଡିଶା ଜନ ମତ ବ୍ୟୁରୋ
ଘରେ ରୋଷେଇ କରୁଥିଲା ବେଳେ କୌଣସି କାରଣରୁ ଗ୍ୟାସ ସିଲିଣ୍ଡର ପାଇପ ରୁ ଗ୍ୟାସ ଲିକ ହୋଇଯିବା କାରଣରୁ ସେଥିରେ ନିଆଁ ଲାଗି ସେଠାରେ ଥିବା ସ୍ତ୍ରୀ କୁ ବଞ୍ଚେଇ ବାକୁ ଯାଇ ସ୍ୱାମୀ ଓପୁଅ ମଧ୍ୟ ଗୁରୁତର ହୋଇ ମେଡିକାଲ ରେ ଚିକିତ୍ସିତ ହେଉଥିବାର ଏକ ଅଭାବ ନୀୟ ଘଟଣା ଘଟିଛି, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅର୍ନ୍ତଗତ ନରେନ୍ଦ୍ରପୁର ଗ୍ରାମର ରେଡ଼ି ପରିବାର ରେ | ଅଘଟଣ ଘଟି ତିନି ଗୁରୁତର ବ୍ରହ୍ମପୁର ବଡଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଘଟଣା ରୁ ପ୍ରକାଶ ପାଇଛି ଯେ ତୁରୁବୁଡି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ବବି ରେଡ଼ି ଘରେ ରାନ୍ଧୁଥୁବା ବେଳେ କୌଣସି କାରଣରୁ ତାଙ୍କ ଦେହରେ ଗ୍ୟାସ ରୁ ନିଆଁ ଲିକ ହୋଇ ଲାଗି ଯାଇଥିଲା।ଏହା ଦେଖ୍ ସ୍ବାମୀ ବୁଡୁ ରେଡ଼ି ଓ ପୁଅ କାହ୍ନା ରେଡ଼ି ବବି କୁ ଉଦ୍ଧାର କରିବାକୁ ଯାଇ ତିନି ଜଣ ଯାକ ଉକ୍ତ ଗ୍ୟାସ ନିଆଁ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇ ଚିତ୍କାର କରୁଥିଲେ। ଏହି ସମୟରେ ଗାଁ ଲୋକେ ଏମାନଙ୍କ ବିକଳ ଚିତ୍କାର, ଓ ରକ୍ଷାକର, ରକ୍ଷା କର ଡାକୁଥିବା ଶୁଣି ଘଟଣା ସ୍ଥଳରେ ପହଞ୍ଚି ଉକ୍ତି ତିନି ଜଣ ଙ୍କୁ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।
ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣରୁ ପାଇପରୁ ଗ୍ୟାସ ଲିକହୋଇ ନିଆଁ ଲାଗି ବବି ଆହାତ ହୋଇ ଥିଲେ ଏବଂ ତାଙ୍କୁ ରକ୍ଷା କରିବାକୁ ଯାଇ ସ୍ୱମୀ ଓ ପୁଅ ମଧ୍ୟ ଗୁରୁତର ହୋଇ ପୋଡି ଯାଇଥିଲେ ତାହା ଜଣା ପଡ଼ିନାହିଁ | ବବି ଭଲ ହେଲା ପରେ ଜଣା ପଡିବ ଘଟଣା କଣ ଥିଲା ଓ ନିଆଁ କିପରି ଦେହରେ ଲାଗିଲା |
BACK TO TOP