Breaking News
Breaking News
07-Dec-2024
ଦାରିଙ୍ଗି ବାଡ଼ି ଘାଟି ରେ ଅଟକିରହିଛି ବହୁବସ ଗାଡି |
ଓଡିଶା ଜନମତ ବ୍ୟୁରୋ,
ଦାରିଙ୍ଗବାଡି, ୭।୧୨ କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲ ବାଡି ଘାଟିରେ ୧ ବୁଲାଣିରାସ୍ତା ରେ ଗାଡିଟି ବୁଲାଇ ନ ପାରି ଅଟକି ରହିଛି। ଫଳରେ ଉକ୍ତ ଘାଟି ଉପରେ ଏକ ଯାତ୍ରୀ ବାହୀ ବସ ସମେତ ଅନ୍ୟ ଗାଡି ଗୁଡିକ ଅଟକି ରହିଛି। ଉକ୍ତ ଜାତୀୟପଥ ଦେଇ ଦାରିଙ୍ଗ ବାଡି, ବାଲିଗୁଡା, ଭବାନୀ ପାଟଣା, ରାଇପୁର ଠାରୁ ବ୍ରହ୍ମପୁରକୁ ଗାଡି ଚଳା ଚଳ ସମ୍ପୂର୍ଣ ବନ୍ଦହୋଇଯାଇଛି । ସକାଳ ସମୟରେ ବ୍ରହ୍ମପୁର ମେଡିକାଲକୁ ଯାଉଥିବା ବ୍ୟକ୍ତି ମାନେ ଘାଟିରେ ଅଟକି ହଇ ରାଣ ଭୋଗୁଛନ୍ତି ସୂଚନା ଯୋଗ୍ୟ ଯେ, ଉକ୍ତ ଘାଟିଅଣଓସାରିଆ ରାସ୍ତା ହୋଇଥିବା ବେଳେ ତାର ସମ୍ପ୍ରସାରଣ ହେବାରେ ଅହେ ତୁକ ବିଳମ୍ବ ହେଉଛି। ପ୍ରାୟ ୭ଶହ କୋଟି ଟଙ୍କା ଅନୁଦାନ ପାଇଁ ଗତବର୍ଷ କେନ୍ଦ୍ର ସରକାର ଘୋଷଣା କରିଥିଲେ ସୁଦ୍ଧା କୌଣସି କାରଣରୁ ଉକ୍ତ ଘାଟି ସମ୍ପ୍ର ସାରଣ ହୋଇପାରିନି।ପ୍ରାୟ ୧୫ କିମି ଘାଟି ରାସ୍ତାରେ କେବଳ ଅଙ୍କାବଙ୍କା ରାସ୍ତା ରହିଥିବାରୁ ସେହି ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ତେଣୁ ଜାତୀୟ ରାଜପଥ ପକ୍ଷରୁ ଉକ୍ତ ଘାଟି ରାସ୍ତାରେ ଭାରୀଯାନ ନେବାକୁ ବାରଣ କରିବା ସହ ଘାଟି ପୂର୍ବରୁ ଉଭୟପଟୁ ବିଜ୍ଞାପନ ବୋର୍ଡ ଲଗାଇଛି। କିନ୍ତୁ କୌଣସି ଭାରୀଯାନ ମାନୁ ନ ଥିବା ଜଣା ପଡିଛି। ଫଳରେ ସାଧା ରଣ ଲୋକ ହଇରାଣ ଭୋଗୁଛନ୍ତି।
BACK TO TOP