Breaking News
Breaking News
06-Dec-2024
ଦାରିଙ୍ଗବାଡିରେ ଆରମ୍ଭ ହେଲା କଫି ସଂଗ୍ରହ,
(ବାଲିଗୁଡା ଆଇଟିଡିଏ କୁ ଦିଆଗଲା ଦାୟିତ୍ୱ |
ଓଡିଶା ଜନମତ ବ୍ୟୁରୋ,
ବାଲିଗୁଡା,୦୬/୧୨: କନ୍ଧମାଳ ଜିଲ୍ଲାର ଦାରିଙ୍ଗ ବାଡିକୁ ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚାର ଉନ୍ନତି ପାଇଁ ଜିଲା ଓ ବ୍ଲକ ପ୍ରଶାସନ ପଦ କ୍ଷେପ ନେଉଛନ୍ତି। ତେବେ ଚଳିତ ବର୍ଷ ବାଲିଗୁଡା ଆଇଟି ଡିଏ (ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା) ପକ୍ଷରୁ କଫି ଗଛରୁ କଫି ତୋଳିବା ଓ ତାର ପ୍ରସ୍ତୁତି କରି ମଞ୍ଜି (ବିହନ) କୁ କୋରାପୁଟ ପଠାଇ ଚୂଡାନ୍ତ ପ୍ରସ୍ତୁତି କରିବା ପାଇଁ ପଦ କ୍ଷେପ ନିଆଯାଇଛି। ପ୍ରାୟ ପଚାଶ ଜଣ ମହିଳା କଫି ତୋଳିବା ପାଇଁ ଏକ ସପ୍ତାହ ହେଲା କାର୍ଯ୍ୟରେ ଲାଗିଥିବା ବେଳେ ଅନ୍ୟ କିଛି ଶ୍ରମିକ କଫିକୁ ପାଣିରେ ଧୋଇବା ଓ ତାକୁ ଅନ୍ୟ ଏକ ମେଶିନରେ ମଞ୍ଜି ବାହାର କରିବା ଏବଂ ମଞ୍ଜିକୁ ବେଡରେ ଶୁଖାଇବା କାର୍ଯ୍ୟ କରୁଛନ୍ତି। ଏହି ପ୍ରାଥ ମିକ ପ୍ରସ୍ତୁତି କରିବା ପରେ ସମସ୍ତ ମଞ୍ଜି ଶୁଖିବା ପରେ ତାକୁ କୋରାପୁଟ କଫିକୁ ଚୂଡାନ୍ତ ପ୍ରସ୍ତୁତି ପାଇଁ ପଠା ଯିବା ବ୍ୟବସ୍ଥା କରାଯିବ ବୋଲି ବାଲିଗୁଡା ଆଇଟିଡିଏ କାର୍ଯ୍ୟାଳୟର ଏସଏମଏସ ଜନାଥନ ଦିଗାଲ କହିଛନ୍ତି।
ପ୍ରକାଶ ଯେ, ଗତବର୍ଷ କଫି ତୋଳିବା ବନ୍ଦ କରିଦିଆ ଯିବାରୁ ଲକ୍ଷାଧିକ ଟଙ୍କାର କଫି ଚୋରି ହେବା ସହ ଦଲାଲ ମାଲାମାଲ ହୋଇ ଥିଲେ। ପୂର୍ବରୁ ଅର୍ଥାତ ୨୦୨୨ /୨୩ ଆର୍ଥିକ ବର୍ଷ ରେ ରାଜ୍ୟସରକାରଙ୍କ (ଟି.ଡି.ସି.ସି.ଓ.ଏଲ.) ଟ୍ରାଇବଲ ଡେଭଲପମେଣ୍ଟ କୋ-ଅପରେଟିଭ କରପୋ ରେଶନ ଅଫ ଓଡ଼ଶା ଏଲ୍ଟିଡି ପ୍ରଥମ ଥର ପାଇଁ କଫି ମଞ୍ଜି ସଂଗ୍ରହ କରି ପ୍ରାଥମିକ ପ୍ରସ୍ତୁତ କରି ପ୍ରାୟ ୧୮ ଟନ୍ କଫି ମଞ୍ଜି ସଂଗ୍ରହ କରିଥିଲା । କୋଭିଡ ପୂର୍ବରୁ ଏକ ଘରୋଇ ଅନୁଷ୍ଠାନକୁ କଫି ବଗିଚା ଲିଜ ସୂତ୍ରରେ ଦିଆଯାଇଥିବାବେଳେ ଦିର୍ଘ ବର୍ଷ ଧରି ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିଲା | ସୂଚନା ଯୋଗ୍ୟ,ଯେ, ସରକାରଙ୍କ ଜଳ ବିଭାଜନ ତଥା ମୃତ୍ତିକା ସଂରକ୍ଷଣ ବିଭାଗ ହାତରେ କଫି ବଗିଚା ରହିଥିବା ବେଳେ ପର୍ଯ୍ୟଟକଙ୍କଠାରୁ ବଗିଚା ବୁଲିବା ପାଇଁ ଟିକେଟ ସଂଗ୍ରହ କରାଯାଉଥିଲେ ସୁଦ୍ଧା କଫି ବଗିଚାର ସୌନ୍ଦର୍ଯ୍ୟକରଣ, ପର୍ଯ୍ୟଟକଙ୍କ ପାଇଁ କୌଣସି ମୌଳିକ ସୁବିଧା ନଥିବା ଜଣା ପଡିଛି। ସରକାର କଫିବଗିଚା କୁ ଉନ୍ନତି କରିବା ସହ କଫିର ପ୍ରସ୍ତୁତିୁପାଇଁ ସମସ୍ତ ସୁବିଧା କରାଇଲେ ଦାରିଙ୍ଗବାଡି କଫିର ଚାହିଦା ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଛି।
BACK TO TOP