Breaking News
Breaking News
06-Dec-2024
ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ |
ଓଡିଶା ଜନମତ ବ୍ୟୁରୋ,
ଓଡ଼ିଶାର ଦୁଇଟି ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ ବୋଲି ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା | ବିଧାନ ସଭାରେ କହିଛନ୍ତି । ତାହା ହେଉଛି ଦେବଗଡ଼ ଜିଲ୍ଲାର ଆଡ଼ାସ-ରମାପଲ୍ଲୀ ଏବଂ କେନ୍ଦୁଝରଜିଲ୍ଲାରଗୋପୁର- ଗଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଥିବା ଉତ୍ତର ରଖିଛନ୍ତି ମନ୍ତ୍ରୀ |
ତେବେ ଏନେଇ ବିଧାନସଭା ରେ ପ୍ରଶ୍ନ କରିଥିଲେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ଉପା ସନା ମହାପାତ୍ର । ଦୁହେଁ ପଚାରିଥିଲେ ଯେ, ରାଜ୍ୟର କେଉଁ ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଛି ଏବଂ ଖଣିସନ୍ଧା ନକାରୀ ଦଳ ଖଣି ଉପ ରେ କେଉଁ ରିପୋର୍ଟ ଦେଉ ଛନ୍ତି? ଏହାର ଉତ୍ତରରେ ମନ୍ତ୍ରୀ ରାଜ୍ୟର ଦୁଇଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ ମିଳିଥିବା ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ଦେବଗଡ ଜିଲ୍ଲାର ଆଡାସ ରାମପଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା (ଏଝଓ) ଦ୍ବାରା ଜି-୨ ସ୍ତରରେ ଅନୁ ସନ୍ଧାନ କାର୍ୟ୍ଯ ସରିଛି । ସେହିପରି କେଉଁଝର ଜିଲ୍ଲାର ଗୋପୁର- ଗଜିପୁର ଅଞ୍ଚଳରେ ଜି-୩ ସ୍ତରର ଅନୁସନ୍ଧାନରେ ସନ୍ତୋଷଜନକ ଫଳାଫଳ ବାହାରିବା ଯୋଗୁଁ ସେ ଅଞ୍ଚଳ ରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା (ଏଝଓ) ଓ ରାଜ୍ୟ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟର ସହଭାଗିତାରେ 6-9 ସ୍ତରରେ ଅନୁସନ୍ଧାନ କାର୍ୟ୍ଯ ଚାଲୁରହିଛି ତେବେ ଅନୁ ସନ୍ଧାନ କାରୀ ସଂସ୍ଥା ମାନେ ଚୂଡାନ୍ତ ରିପୋର୍ଟ ପ୍ରଦାନ କଲା ପରେବୈଷୟିକ କମିଟିର ସୁପାରିସ କ୍ରମେ ପର ବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
BACK TO TOP