Breaking News
Breaking News
01-Dec-2024
ନିର୍ବାହୀ ଅଧିକାରୀ ଙ୍କ ସମେତ ଆଠ କର୍ମଚାରୀ ଅନୁପସ୍ଥିତ। ଦୁଇ ଦିନ ପରିଷଦ କାର୍ଯ୍ୟାଳୟ ଠପ୍।
ଓଡିଶା ଜନମତ ବ୍ୟୁରୋ ,
ପୋଲସରା ୦୧/୧୨/୨୪
ଶୁକ୍ରବାର ଓ ଶନିବାର ଦିନ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାହୀଅଧିକାରୀ ଙ୍କ ସମେତ କାର୍ଯ୍ୟାଳୟ ର ଆଠ ଜଣ ପ୍ରମୁଖ କର୍ମଚାରୀ ଅନୁପସ୍ଥିତ ରହିବାଦ୍ବାରାକାର୍ଯ୍ୟା ଳୟ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଥିଲା। ଫଳରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ନାଗରିକ ମାନେ ବିଭିନ୍ନ କାର୍ଯ୍ୟ ପାଇଁ ଯାଇ କାର୍ଯ୍ୟାଳୟ ରୁ ନିରାଶ ହୋଇ ଫେରିବା ଯୋଗୁଁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ ପରିଷଦ ର ନିର୍ବାହୀ ଅଧିକାରୀ ରୁଷି ମାଝୀ ଙ୍କ ମା ଙ୍କର ଦେହାନ୍ତ ହୋଇ ଯାଇଥିବାରୁ ଶ୍ରୀ ମାଝୀ ଗତ ୧୯ ତାରିଖ ଠାରୁ ଅନୁ ପସ୍ଥିତ ପାଇଁ ଦରଖାସ୍ତ ଦେଇ ଥିବା ବେଳେ ୨୧ ତାରିଖରେ ଆସି ପୁଣି ୨୨ ତାରିଖରେ ଯାଇ ଏପର୍ଯ୍ୟନ୍ତ ଅନୁପସ୍ଥିତି ରେ ଅଛନ୍ତି। ଶୁକ୍ରବାର ଦିନ ଶ୍ରୀ ମାଝୀ ଙ୍କ ମାଁ ଙ୍କର ଶୁଦ୍ଧିକ୍ରିୟା ଥିଲା। ଏଣୁ ତାଙ୍କ ମା ଙ୍କ ର ଶୁଦ୍ଧିକ୍ରିୟା ରେ ଯୋଗ ଦେବା କୁ ପରିଷଦରସମସ୍ତକର୍ମଚାରୀ ଙ୍କୁ ବାର୍ତ୍ତା ଦେଇଥିଲେ। ଏଣୁ ୨୮/୧୧/୨୪ ତାରିଖରେ ଛୁଟି ଦରଖାସ୍ତ ଦେଇ ଶୁକ୍ରବାରଦିନ ପରିଷଦ ର ମୁଖ୍ୟ କିରାଣୀ ସହିତ ୬ ଜଣ ପ୍ରମୁଖ କର୍ମ ଚାରୀ ଶ୍ରୀ ମାଝୀ ଙ୍କ ପୈତୃକ ଗ୍ରାମ ନୂଆପଡ଼ା ଜିଲ୍ଲାର ସିନା ପାଲି ଚାଲି ଯାଇଯିଲେକିନ୍ତୁପ୍ରମୁଖ କର୍ମଚାରୀମାନେ ସେଠା ରେ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ରହିବାଫଳରେ ପରିଷଦକାର୍ଯ୍ୟାଳୟଏକପ୍ରକାର ଅଚଳ ହୋଇଯାଇଥିଲା। ଏହା ଦ୍ବାରା ଜନସାଧାରଣ ବିଶେଷ ଅସୁବିଧା ର ସମୁ ଖୀନ ହୋଇ ଥିଲେ। ଏଣୁ ଗଞ୍ଜାମ ଜିଲ୍ଲା ପାଳ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
BACK TO TOP