Breaking News
Breaking News
27-Nov-2024
ଆସନ୍ତା ତିନିଦିନିଆ ଓଡିଶା ଗ୍ରସ୍ତ ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,
ଓଡିଶା ଜନମତ ବ୍ୟୁରୋ,
ଭୁବନେଶ୍ବର: ---ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଗ୍ରସ୍ତରେ ଓଡିଶା ଆସୁଛନ୍ତି | ଆସନ୍ତା ୨୯ତାରିଖରୁ ଭୁବନେ ଶ୍ବରରେ ଆରମ୍ଭ ହେବ ତିନି ଦିନିଆ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସମ୍ମିଳନୀ। ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ଡିଜି ମାନେ ଯୋଗଦେବୋ ଏହାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉଦ୍ଘାଟନ କରିବୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀର ଦ୍ବିତୀୟ ଦିନରେ ସମସ୍ତ ପୁଲିସ ଡିଜିଙ୍କ ସହ ଦେଶର ଅନ୍ତରୀଣସୁରକ୍ଷା ଓ ଜାତୀୟ ସୁରକ୍ଷା ନେଇ ଆଲୋଚନା କରିବା ସହ ଉଦ୍ଯାପନୀ ଉତ୍ସବରେ ଉଦ୍ବୋଧନ ଦେବାର କାର୍ଯ୍ୟ କ୍ରମ ସ୍ଥିର ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀଆସନ୍ତା୨୯ତାରିଖ ରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ୨୯ ତାରିଖ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବୋ ରାଜଭବନରେ ରାତ୍ରିଯାପନ କରିବୋ ନଭେମ୍ବର ୩୦ ଏବଂ ଡିସେମ୍ୱର୧ରେସର୍ବଭାରତୀୟ ଡିଜିପି ସମ୍ମିଳନୀରେ ଯୋଗ ଦେବୋ ଜାତୀୟ ସୁରକ୍ଷା ପରାମର୍ଶଦାତାଅଜିତଡୋଭାଲ ଙ୍କ ସମେତ ଦେଶର ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟ ମାନେ ଏଥିରେ ଯୋଗଦେବୋ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରା ଯାଇଛି |
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଆସନ୍ତା ତିନିମାସରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଥର ଓଡ଼ିଶା ଗସ୍ତରେ ଆସିବୋ ଡିସେମ୍ବର ୪ରୁ ପୁରୀରେ ଆରମ୍ଭ ହେବାକୁ ଥିବା ନୌସେନା ଦିବସ, ଜାନୁଆରି ୮ରୁ ଆରମ୍ଭ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନ ମନ୍ତ୍ରୀ ତାଙ୍କର ଓଡ଼ିଶା ଗସ୍ତ ସମୟରେ ଦଳର ଶୀର୍ଷ ନେତୃତ୍ୱଙ୍କ ସହ ମଧ୍ୟ ଆଲୋ ଚନା କରିବାର କାର୍ଯ୍ୟକ୍ରମ ରହିଛି।
BACK TO TOP